ଧନ ସମ୍ବନ୍ଧିତ ଚୀନତାରୁ ମୁକ୍ତି ଚାହୁଁଛନ୍ତି ତ ମହାଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଙ୍କର ମଧ୍ୟ ପୂଜା କରିବା ଆବଶ୍ୟକ । ଗୁରୁବାରର ଅଧିକାରୀ ଗ୍ରହ ଗୁରୁ ଅଟନ୍ତି । ଏହି ଗ୍ରହ ଭାଗ୍ୟର କାରକ ଅଟେ । ଏବଂ ଯେଉଁ ଲୋକ ଙ୍କ କୁଣ୍ଡଳୀରୁ ଗୁରୁ ଅଶୁଭ ସ୍ଥିତିରେ ଥାଏ, ସେମାନଙ୍କୁ ଭାଗ୍ୟର ସାଥ ମିଳେ ନାହିଁ । ଜାଣନ୍ତୁ ଲକ୍ଷ୍ମୀ – ବିଷ୍ଣୁଙ୍କ କୃପା ପାଇବା ପାଇଁ ଏବଂ ଗୁରୁ ଗ୍ରହ ଦୋଷ ଦୂର କରିବା ପାଇଁ କେଉଁ କେଉଁ ଉପାୟ କରାଯାଇ ପାରିବ।
ଭଗବାନ ବିଷ୍ଣୁଙ୍କ ମନ୍ତ୍ରର କରନ୍ତୁ ଜପ
ମନ୍ତ୍ର- ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍
ଏହି ୧୦ଟି ପ୍ରଣାଳୀରେ କରନ୍ତୁ ମନ୍ତ୍ରର ଜପ
୧। ଗୁରୁବାର ସକାଳୁ ଶୀଘ୍ର ଉଠି ସ୍ନାନ କରିବା ପରେ ହଳଦୀଆ ବସ୍ତ୍ର ପରିଧାନ କରନ୍ତୁ ।
୨। ଏହା ପରେ ଘରର ମନ୍ଦିରରେ ଗଣେଶଙ୍କ ପୂଜା କରନ୍ତୁ । ଗଣେଶଙ୍କୁ ସ୍ନାନ କରାନ୍ତୁ । ବସ୍ତ୍ର ଅର୍ପଣ କରନ୍ତୁ । ଫୁଲ ଓ ଚାଉଳ ଚଢାନ୍ତୁ ।
୩। ଗଣେଶଙ୍କ ସହ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ । ଭଗବାନ ବିଷ୍ଣୁଙ୍କର ଆବାହନ କରନ୍ତୁ ।
୪। ଭଗବାନ ବିଷ୍ଣୁଙ୍କୁ ଅସ୍ଥାନରେ ବସାନ୍ତୁ । ଏବେ ଭଗବାନ ବିଷ୍ଣୁଙ୍କୁ ସ୍ନାନ କରାନ୍ତୁ ।
୫। ସ୍ନାନ ପ୍ରଥମେ ଜଳରେ, ତା ପରେ ପଞ୍ଚାମୃତ ଏବଂ ପରେ ପୁଣି ଜଳରେ ସ୍ନାନ କରାନ୍ତୁ ।
୬। ଭଗବାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ । ବସ୍ତ୍ର ପରେ ଆଭୂଷଣ ଏବଂ ପରେ ଯଜ୍ଞୋପବିତ ବା ପଇତା ପିନ୍ଧାନ୍ତୁ । ଫୁଲ ମାଳ ପିନ୍ଧାନ୍ତୁ ।
୭। ସୁଗନ୍ଧିତ ଇତର ଅର୍ପଣ କରନ୍ତୁ । ତିଳକ ଲଗାନ୍ତୁ । ତିଳକ ପାଇଁ ଅଷ୍ଟଗନ୍ଧର ପ୍ରୟୋଗ କରନ୍ତୁ।
୮। ଧୂପ ଏବଂ ଦୀପ ଜଳାନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ, ସେଥିପାଇଁ ତାଙ୍କୁ ତୁଳସୀ ଅର୍ପଣ କରନ୍ତୁ ।
୯। ଶ୍ରଦ୍ଧାନୁସରେ ଘିଅ ବା ତେଲର ଦୀପ ଜଳାନ୍ତୁ । ନୈବେଦ୍ୟ ଅର୍ପଣ କରନ୍ତୁ, ଆଳତି କରନ୍ତୁ । ଆଳତି ପରେ ପରିକ୍ରମା କରନ୍ତୁ ।
ପୂଜାରେ ବିଷ୍ଣୁଙ୍କ ମନ୍ତ୍ର ର ଜପ ୧୦୮ ଥର କରନ୍ତୁ ।