କାର୍ତ୍ତିକ ମାସରେ ଦହିରେ ସ୍ନାନ କରିବାର ମାହାତ୍ମ୍ଯ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରଅନୁସାରେ ସର୍ବଦା ଦହିରେ ସ୍ନାନ କରିବାକୁ ନିର୍ଦେଶ ଦିଆଯାଇଛି । ଏହା ଦ୍ଵାରା ଅନେକ ପ୍ରକାରର ଚର୍ମ ରୋଗ ଦୂର ହୋଇଥାଏ । ତେବେ କେବଳ ସେତିକି ନୁହେଁ ଦହିରେ ସ୍ନାନ କରିବା ଦ୍ଵାରା ଆମ ଗ୍ରହ ରିଷ୍ଟ ମଧ୍ୟ ଖଣ୍ଡନ ହୁଏ ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହାଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତେବେ ଏହି କାର୍ତ୍ତିକ ମାସରେ ଏହାର ମାହାତ୍ମ୍ଯ ବହୁତ ଅଧିକ ଅଛି । ଯଦି ଆପଣ କାର୍ତ୍ତିକ ମାସରେ ଦହିରେ ସ୍ନାନ କରନ୍ତି ଆପଣଙ୍କ ଚର୍ମ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣ କାହିଁକି ଦହିରେ ସ୍ନାନ କରାଯାଏ ଓ ଏହାର ଲାଭ କଣ? ଆସନ୍ତୁ ସଂକ୍ଷିପ୍ତରେ ଜାଣିବା ।

Image Courtesy: Google

କାହିଁକି ଦହିରେ ସ୍ନାନ କରାଯାଏ –  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଶୁକ୍ର ପ୍ରଥମ, ପଞ୍ଚମ, ଅଷ୍ଟମ ଓ ଦଶମ ଭାବରେ ରହିଛନ୍ତି ତେବେ ଶୁକ୍ର ମନ୍ଦା ବୋଲି ବିଶ୍ଵାସ କରାଯାଏ । ମନ୍ଦା ଶୁକ୍ର ସବୁ ପ୍ରକାର ସୁଖ ସୁବିଧାକୁ ନଷ୍ଟ କରିଦିଏ । ଜୀବନସାଥୀଙ୍କ ସହିତ ମଧ୍ୟ ସମ୍ପର୍କ ଭଲ ରୁହେ ନାହିଁ ।

Image Courtesy: Google

ଯଦି ଶୁକ୍ରଙ୍କ ସହିତ ରାହୁ ବା ମଙ୍ଗଳ ଯୁକ୍ତ ହୋଇଛନ୍ତି ତେବେ ମଧ୍ୟ ଶୁକ୍ର  ମନ୍ଦା ହୋଇଯାନ୍ତି ।  କିପରି ଓ କେତବେଳେ ଦହି ସ୍ନାନ କରନ୍ତି – ଜାତକକୁ ପ୍ରତି ଶୁକ୍ରବାର ଦିନ ଦହିରେ ଭଲରେ ସ୍ନାନ କରିବା ଉଚିତ୍ । ଗାଧୋଇବା ପାଇଁ ଏକ କାଠ ପିଢା ବା ଯେ କୌଣସି କାଠର ଜିନିଷ ଉପରେ ବସି ଗାଧୋଇବା ଉଚିତ୍ । ଶୁକ୍ରବାର ଦିନ ଉପବାସ ପାଳନ କରନ୍ତୁ ଓ ଖଟା ଖାଆନ୍ତୁ ନାହିଁ ।

Image Courtesy: Google

ଏହାର ଲାଭ କଣ ହେବ – ୧-  ଦହିରେ ସ୍ନାନ କରିଲେ ମନ୍ଦା ଶୁକ୍ର ଉତ୍ତମ ଫଳ ଦିଅନ୍ତି । ୨- ଶୁଷ୍କ ଚର୍ମ ନରମ ହେବା ସହ ଶରୀରରେ ଚର୍ମରୋଗ ହେବନାହିଁ ବା ଚର୍ମ ରୋଗ ଦୂର ହୁଏ ।   ୩- ଦହିରେ ଚନ୍ଦନ ଅତର ପକାଇ ସ୍ନାନ କରିଲେ ଧନ ବୃଦ୍ଧି ପାଏ । ୪- ବିଶ୍ଵାସ କରାଯାଏ କି ଗୁପ୍ତାଙ୍ଗରେ ଦହି ଲଗାଇଲେ ଗୁପ୍ତ ରୋଗ ଦୂର ହୋଇଯାଏ । ୫- ଅଗୁରୁ, ଚନ୍ଦନ ଓ କିଛି ଦହିରେ ସ୍ନାନ କରିଲେ ଜାତକ ସୁଖ ଓ ବୈଭବ ପ୍ରାପ୍ତ କରିଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!