୨୦୨୧ ମସିହା ଜୁନ୍ ମାସଟି କେମିତି କଟିବ ବାରୋଟି ରାଶିଜାତ ବ୍ୟକ୍ତି ମାନଙ୍କର, କଣ କରିବେ ସରଳ ପ୍ରତିକାର, ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଶତୃ ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ । ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ । ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟରେ ସଫଳତା ପ୍ରାପ୍ତି, ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ରୋଜଗାର ସମସ୍ୟା ସୁଧୁରି ଯିବ । ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆ ଦ୍ୱାରା ଲୋକସଂପର୍କ ବୃଦ୍ଧିହେବ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ବୃଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବୃଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଭୋଗ ବିଳାସରେ ସମୟ କାଟିବା ପାଇଁ ଆଗ୍ରହୀ ହେବେ ଓ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତ ହେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ବାଦବିବାଦ, ମାଲିମୋକଦ୍ଦମାରେ ସଫଳ ହେବେ । ପରିବାର ଜନଙ୍କ ଉନ୍ନତିରେ ଆନନ୍ଦିତ ହୋଇ ପାରିବାରିକ ଜୀବନ ସୁଖମୟ ହେବ ।

ବ୍ୟବସାୟରେ ସଫଳତା ଅର୍ଜନ ତଥା ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ । କରଜର ମାତ୍ରା ହ୍ରାସ ପାଇବ । ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବା ଫଳରେ ମାନସମ୍ମାନ ବୃଦ୍ଧିହେବ । ଗୃହ, ଜାଗାଜମି ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ । କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ମିଥୁନ:-ଯେଉଁ ମାନଙ୍କର ଯେ କୌଣସି ମାସର ୪ , ୧୩, ୨୨ ଓ ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମିଥୁନ ହେବ । ମହିଳା ଓ ପୁରୁଷ ମାନଙ୍କର ଗୃହସମସ୍ୟାକୁ ସମାଧାନ କରି ଧନ ସମ୍ପତିକୁ ଆୟତ୍ତ କରିପାରିବେ । ନିଜ ଚେଷ୍ଟାରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ନୂତନ ଯାନବାହନ କ୍ରୟ କରି ମନ ଖୁସି ରହିବ । ମିତ୍ରଙ୍କଠାରୁ ସହଯୋଗ ପାଇ ନିଜର ଯୁକ୍ତିଦ୍ଵାରା କାର୍ଯ୍ୟରେ ସଫଳ ହେବେ ।

ବିରୋଧୀମାନେ ଶାନ୍ତ ହେବେ ଏବଂ ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ । ଦାମ୍ପତ୍ୟ ସୁଖରେ ସନ୍ତୋଷ ରହିବେ । ସାମାଜିକ କାର୍ଯ୍ୟରେ ସ୍ଥିରତା ଯୋଗେ ଚେଷ୍ଟା ସାର୍ଥକ ହେବାରୁ ମିତ୍ର ଭାଇ ବନ୍ଧୁମାନେ ସହଯୋଗ କରିବେ । ବ୍ୟବସାୟ କ୍ଷେତ୍ରରେ ସତର୍କ ରହିବା ଦ୍ଵାରା ଲାଭବାନ ହେବେ ଓ ଭାଗୀଦାରୀରେ ହୋଇଥିବା କ୍ଷତିରୁ ବଞ୍ଚିଯିବେ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ । ସାମ୍ବାଦିକ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ମନୋରଞ୍ଜନ କାର୍ଯ୍ୟରେ ସମୟ କାଟିବା ପାଇଁ ଇଛା କରି ପାରନ୍ତି । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଯେଉଁ ମାନଙ୍କର ଯେ କୌଣସି ମାସର ୨, ୧୧, ୨୦ ଓ ୨୯ ତାରିଖରେ କିମ୍ବା ଦ୍ଵିତୀୟା ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କର୍କଟରାଶି ହେବ । ମହିଳା ଓ ପୁରୁଷ ମାନେ ସାମାଜିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ ।

ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ବାଦବିବାଦ, ମାଲିମୋକଦ୍ଦମାରେ ଉଚ୍ଚ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଅଧିକ ରୋଜଗାର କରି ଗୃହୋପକରଣ କ୍ରୟ କରି ପାରିବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ଯେଉଁ ମାନଙ୍କର ଯେ କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ କିମ୍ବା ପ୍ରତିପଦ ବା ଦଶମୀତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସିଂହରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ ।

ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସାମାଜିକ କାର୍ଯ୍ୟରେ ସମ୍ମିଳିତ ହେବାକୁ ପଡିପାରେ । କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡି ଯାଇଥିବା କର୍ମଟିକୁ ସଜାଡି ପାରିବେ । ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ । ଶରୀର ସୁସ୍ଥ ରହିବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବସ୍ତୁ କ୍ରୟ କରିପାରିବେ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଯେଉଁ ମାନଙ୍କର ଯେ କୌଣସି ମାସର ୫, ୧୪ ଓ ୨୩ ତାରିଖରେ କିମ୍ବା ପଞ୍ଚମୀ ବା ଚତୁର୍ଦ୍ଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କନ୍ୟାରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ ଓ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ ।

ବନ୍ଧୁ, ମିତ୍ର ଓ ଭାଗୀଦାରୀଙ୍କ ସମ୍ପର୍କରେ ମଧୁରତା ଆସିବା ଦ୍ଵାରା ବିଶେଷ ଲାଭବାନ ହେବେ । ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ । ରାଜନୈତିକ କ୍ଷେତ୍ରରେ ଶତୃ ମାନେ ମିତ୍ରତାର ହାତ ବଢେଇବେ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ତୁଳାରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଧନମାନ ଦିଗରୁ ସୁରକ୍ଷିତ ରହିବେ । ବ୍ୟବସାୟୀମାନେ ଶ୍ରମିକ ଓ କର୍ମଚାରୀମାନଙ୍କ ଉପରେ ନିଜର ପ୍ରତିପତ୍ତି ବିସ୍ତାର କରି କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ଯୋଗପ୍ରଦ ସମୟ ଯୋଗେ ସହକର୍ମୀ ଓ ବିଭାଗୀୟ ଅଧିକାରୀ ମାନଙ୍କସହ ସମ୍ବନ୍ଧରେ ଦୃଢତା ସୃଷ୍ଟିହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତରଣ ସମ୍ଭବ ହୋଇ ପାରେ ।

ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବିଚାରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ଲାଭବାନ ହେବେ । ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଜଗିରଖି ଚଳିଲେ ଆଶାତୀତ ଲାଭ ପାଇବେ । ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । ରାଜନୀତିକ୍ଷେତ୍ରରେ ବିଶେଷ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ସହକର୍ମୀ ମାନଙ୍କ ସହ ବିଦ୍ରୋହ ବା ଅଶାନ୍ତିର ମୁହାଁମୂହିଁ ହୋଇ ପାରନ୍ତି । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ବିଚ୍ଛା:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବିଛାରାଶି ହେବ । ମହିଳା ଓ ପୁରୁଷ ମାନେ ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବା ସହ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ । ଯୁକ୍ତିତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ ।

ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ଉଚ୍ଚଶିକ୍ଷାପାଇଁ ଆଶାୟୀଥିବା ଛାତ୍ରଛାତ୍ରୀମାନଙ୍କର ଆଶା ପୂରଣ କରି ପାରିବେ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ । ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ଧନୁ:-ଯେଉଁ ମାନଙ୍କର ଯେ କୌଣସି ମାସର ୭, ୧୬ ଓ ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ନୁରାଶି ହେବ । ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପତିଆରା ଅମଳିନ ରହିବ । ରାଜନୀତି କ୍ଷେତ୍ରରେ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ ।

ଇଲେକ୍ଟ୍ରୀ, ଇଲେକଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନହେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସମସ୍ୟା ସମାଧାନ ହୋଇ ସୁଖ ଶାନ୍ତି ମିଳିବା ସହ ଉନ୍ନତିମୂଳକ ପଦକ୍ଷେପ ନେଇ ପ୍ରଶଂସା ପାଇବେ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମକରରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପତିଆରା ଅମଳିନ ରହିବ । ପଶୁ ସମ୍ପଦ, ଧନ ସମ୍ପତିରେ ଘର ହସି ଉଠିବ । ଦାମ୍ପତ୍ୟଜୀବନ ଅପେକ୍ଷାକୃତ ସୁଖଦ ଓ ଆନନ୍ଦିତହେବ । ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକ ମାନେ ଜନ ସମର୍ଥନ ପାଇ ସଫଳ ହେବେ । ଚାକିରିରେ ଉତ୍ତମ ରୋଜଗାର କରିପାରିବେ ।

ଧନାଢ଼୍ୟବ୍ୟକ୍ତି, ପ୍ରତିଷ୍ଠାବାନ ବ୍ୟକ୍ତି ଓ ବରିଷ୍ଠବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତହେବେ । ଛାତ୍ରଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପ, ଶିକ୍ଷା ସଦ୍ଗୁଣ, ଆଜ୍ଞାପାଳନ, ମହତ୍ତ୍ୱାକାଂକ୍ଷା ଦେଖି ଆନନ୍ଦ ଅନୁଭବ କରିବେ । ସ୍ଵାର୍ଥକୁ କେନ୍ଦ୍ରକରି ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ । ପ୍ରେମିକ ପ୍ରେମିକା ମାନଙ୍କର କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର କୁମ୍ଭରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଦୈବୀଶକ୍ତି ବଳରେ ଅନେକ ବିପଦରୁ ରକ୍ଷା ପାଇପାରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ ।

ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ହେବେ । ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରି ପାରିବେ । ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା, ଆଇନଜ୍ଞ, ବୈଜ୍ଞ । ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପରେ ଖୁସିହେବେ । ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଆଗ୍ରହ ବୃଦ୍ଧି ପାଇବା ସହ ପଢାପଢିରେ ମନଯୋଗ ଦେବେ । ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ମୀନ:-ଯେଉଁ ମାନଙ୍କର ଯେ କୌଣସି ମାସର ୩, ୧୨, ୨୧ ଓ ୩୦ ତାରିଖରେ କିମ୍ବା ତୃତୀୟା ବା ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ମୀନରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁରଖିବା ଫଳରେ ନାନା ବାଟରେ ଧନାଗମ ଘଟିବ । ସାଙ୍ଗସାଥି ଭାଗିଦାରମାନଙ୍କ ସହ ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରି ପାରିବେ । ସନ୍ତାନମାନେ ଉନ୍ନତି କରିବେ । କର୍ମଜୀବିନୀମାନେ ଘର ଅପେକ୍ଷା କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ ।

ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବା ସହ ଆଶା କରୁଥିବା ଫଳ ପାଇ ପାରିବେ । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । ଋଣଭାରରୁ ମୁକ୍ତି ପାଇବେ । ରାଜନୀତି କ୍ଷେତ୍ରରେ କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖିବା ସହ ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ । ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ । କୃଷିଜୀବୀମାନେ କୌଣସି ବାଧା ବନ୍ଧନ ନମାନି ଚାଷ କାର୍ଯ୍ୟରେ ଆଗେଇ ଯିବାର ସୁଯୋଗ ପାଇବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!