Astrology:- ଜୁଲାଇ ମାସରେ ୪ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେଉଥିବାରୁ ଏହି ୪ଟି ରାଶିର ବ୍ୟକ୍ତିମାନେ ହେବେ କୋଟିପତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରାନୁସାରେ ଜୁଲାଇ ମାସରେ ୪ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେଉଥିବାରୁ ଏହି ମାସଟି ବହୁତ ମହତ୍ଵପୂର୍ଣ୍ଣ ବୋଲି କହିଛନ୍ତି । ଏହି ମାସରେ ବୁଧଗ୍ରହ ରାଶି ପରିବର୍ତ୍ତନ କରିବେ । ଏହି ଜୁଲାଇ ମାସରେ ବୁଧଗ୍ରହ ଦୁଇଥର ରାଶି ପରିବର୍ତ୍ତନ କରିବେ । ବୁଧଗ୍ରହ ଜୁଲାଇ ୭ତାରିଖରେ ମିଥୁନ ରାଶିରେ ପ୍ରବେଶ କରିବେ ଓ ପୁଣି ଜୁଲାଇ ୨୫ତାରିଖରେ କର୍କଟ ରାଶିରେ ପ୍ରବେଶ କରିବେ । କର୍କଟ ସଂକ୍ରାନ୍ତି ଦିନ ବା ଜୁଲାଇ ୧୬ତାରିଖରେ ରବି ଚନ୍ଦ୍ରଙ୍କର ରାଶି କର୍କଟ ରାଶିରେ ପ୍ରବେଶ କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ରାଶିରେ ଏକମାସ ପର୍ଯ୍ୟନ୍ତ ରହିବେ । ରବିଙ୍କ ପରେ ସୁଖ ଓ ବୈଭବ କାରକ ଗ୍ରହ ୧୭ ତାରିଖ ଶନିବାର ଶୁକ୍ରଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ଜୁଲାଇ ୨୦ତାରିଖରେ ମଙ୍ଗଳ ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ । ଏହି ୪ଟି ଗ୍ରହଙ୍କର ରାଶି ପରିବର୍ତ୍ତନ ହେତୁ ୪ଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ବହୁତ ଶୁଭପ୍ରଦ ହେବ । ଏହି ରାଶିର ଜାତକକୁ ବହୁତ ଭଲ ପରିଣାମ ମିଳିବ । ଏହି ରାଶି ଗୁଡିକ ହେଲା-

ସିଂହ- ଅଟକିଥିବା ଧନ ମିଳିପାରେ । ସାଙ୍ଗ ଓ ପରିବାର ଜନଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ଛୋଟ ବା ଲମ୍ବା ଯାତ୍ରା କରିବାର ସମ୍ଭାବନା ଅଛି । ଯାତ୍ରାରେ ଲାଭଦାୟକ ହେବ । ମିଡିଆ, ସଙ୍ଗୀତ, କଳା ଜଗତରେ ଜଡିତ ଲୋକମାନଙ୍କର ଏହି ସମୟରେ ଶୁଭ ହେବ । ଯେ କୌଣସି ବଡ ପଦକ୍ଷେପ ନେବା ପୂର୍ବରୁ ଶୁଭଚିନ୍ତକଙ୍କର ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ । ପ୍ରେମ ସମ୍ବନ୍ଧରେ ପ୍ରଗାଢତା ହେବ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।

କନ୍ୟା- ଲମ୍ବା କାର୍ଯ୍ୟ ପୂରଣ ହେବ । କ୍ୟାରିୟର ଓ ବ୍ୟବସାୟରେ କରାଯାଇଥିବା ପ୍ରୟାସରେ ସଫଳ ହେବେ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ଭୂମି ଭବନ ସମ୍ପତ୍ତି ସହିତ ଜଡିତ ମାମଲାର ବିଚାର ଆପଣଙ୍କ ସପକ୍ଷରେ ରହିବ । ଏହି ମାସରେ ଶାସକ ଦଳର ଓ ସୌଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରେ ଆର୍ଥିକ ଲାଭ ହେବା ସହିତ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏକ ବଡ ପଦ କିମ୍ବା ବଡ ଦାୟିତ୍ଵ ପାଇପାରିବେ । ଏହି ସମୟରେ ସୁଖ ସୁବିଧା ହେତୁ ଜିନିଷ କିଣିବା ପାଇଁ ଟଙ୍କା ଖର୍ଚ୍ଚ କରିବେ ।

ତୁଳା- ଯାତ୍ରାରେ ଲାଭକାରୀ ସିଦ୍ଧ ହେବ । ପ୍ରୟାସରେ ସଫଳତା ମିଳିବ । ଯେଉଁମାନେ ରାଜନୀତି ସହିତ ଜଡିତ ସେମାନଙ୍କର ଯୋଜନା ସଫଳ ହେବ । ଜଣେ ପ୍ରଭାବଶାଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବା ଦ୍ଵାରା ତାହା ବନ୍ଧୁତ୍ଵରେ ପରିଣତ ହେବ । ବିପରୀତ ଲୀଙ୍ଗ ପ୍ରତି ଆକର୍ଷଣ ବୃଦ୍ଧି ପାଇବ । ପ୍ରେମ ସମ୍ପର୍କ ହେଉ କିମ୍ବା ଦାମ୍ପତ୍ୟ ଜୀବନ ସମ୍ପର୍କ ପ୍ରତି ସଂପୂର୍ଣ୍ଣ ସଚ୍ଚୋଟ ରୁହନ୍ତୁ ।

ମୀନ- ଆପଣ ସଫଳତା ପାଇଁ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୁରା ସହଯୋଗ ମିଳିବ । ପୂର୍ବରୁ କରାଯାଇଥିବା ବିନିଯୋଗରୁ ଲାଭ ପାଇବେ । ବିପରୀତ ଲୀଙ୍ଗ ପ୍ରତି ଆକର୍ଷଣ ବୃଦ୍ଧି ପାଇବ । କୌଣସି ବ୍ୟକ୍ତି ବିଶେଷଙ୍କ ସହିତ ଭେଟ ହେବା ପରେ ମିତ୍ରତାରେ ପରିଣତ ହେବ ଏବଂ ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇପାରେ । ପୂର୍ବରୁ ହୋଇଥିବା ପ୍ରେମ ସମ୍ପର୍କରେ ପ୍ରେମ ସାଥିଙ୍କ ସହିତ ସମୟ ଅତିବାହିତ କରିବାର ଏକ ସୁଯୋଗ ମିଳିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!