ଏହି ମାସରେ ୪ଟି ଗ୍ରହ କରୁଛନ୍ତି ରାଶି ପରିବର୍ତ୍ତନ, ଆପଣଙ୍କ ରାଶି ଉପରେ ଜାଣନ୍ତୁ କଣ ପଡିବ ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଜୁଲାଇ ମାସରେ ୪ଟି ଗ୍ରହ ରାଶି ପରିବର୍ତ୍ତନ କରିବେ । ସେମାନେ ହେଉଛନ୍ତି ରବି, ମଙ୍ଗଳ, ବୁଧ ଓ ଶୁକ୍ର ଗ୍ରହ । ବୁଧ ଗ୍ରହ ଦୁଇଥର ରାଶି ପରିବର୍ତ୍ତନ କରିବେ । ବୁଧ ଗ୍ରହ ନିଜର ରାଶି ମିଥୁନ ରାଶିରେ ପ୍ରବେଶ କରି ପୁଣି କର୍କଟ ରାଶିରେ ପ୍ରବେଶ କରିବେ । ୪ଟି ଗ୍ରହଙ୍କ ପରିବର୍ତ୍ତନ ହେତୁ ସବୁ ରାଶିର ଲୋକମାନଙ୍କ ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ରବି ଗ୍ରହ କର୍କଟ ରାଶିରେ ଗୋଚର ହୋଇଛନ୍ତି । ସେହିପରି ମଙ୍ଗଳ ଓ ଶୁକ୍ର ଗ୍ରହ ମଧ୍ୟ ସିଂହ ରାଶିରେ ପ୍ରବେଶ କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯାହାକି ରାଶି ଉପରେ ପ୍ରଭାବିତ କରିବେ । କୁହାଯାଏ କି ରବି ଗ୍ରହଙ୍କ ରାଶି ପରିବର୍ତ୍ତନ ସଂକ୍ରାନ୍ତି ନାମରେ ମଧ୍ୟ ଜଣାଯାଏ ଓ ଏହା ଜୁଲାଇ ମାସ ୧୬ ତାରିଖରେ କର୍କଟ ସଂକ୍ରାନ୍ତି ପଡୁଛି । ଗୋଟିଏ ବର୍ଷ ମଧ୍ୟରେ ୧୨ଟି ସଂକ୍ରାନ୍ତି ପଡିଥାଏ । ଏହି ସଂକ୍ରାନ୍ତି ମଧ୍ୟରୁ ୪ଟି ସଂକ୍ରାନ୍ତିଙ୍କୁ ବିଶେଷ ମହତ୍ଵ ଦିଆଯାଏ । ତାହାହେଲା ମେଷ, ତୁଳା, କର୍କଟ ଓ ମକର ସଂକ୍ରାନ୍ତି । କୁହାଯାଏ କି ଗ୍ରହଙ୍କ ରାଶି ପରିବର୍ତ୍ତନ ହେଲେ ଲୋକମାନଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜୁଲାଇ ମାସରେ ଗ୍ରହଙ୍କ ରାଶି ପରିବର୍ତ୍ତନ ବିଷୟରେ ।

ବୁଧ ଗ୍ରହ ମିଥୁନ ରାଶିରେ ଗୋଚର-

ଏହା ଜୁଲାଇ ମାସର ପ୍ରଥମ ଗ୍ରହ ପରିବର୍ତ୍ତନ ହେବ । ବୁଧ ଗ୍ରହଙ୍କୁ ନବଗ୍ରହଙ୍କ ଯୁବରାଜ ନାମରେ ଜଣାଯାଏ । ଜୁଲାଇ ମାସ ୭ତାରିଖ ବୁଧବାର ଦିନ ବୃଷ ରାଶିରୁ ବାହାରି ନିଜ ସ୍ଵରାଶି ମିଥୁନ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ଜୁଲାଇ ମାସ ୨୫ତାରିଖ ପର୍ଯ୍ୟନ୍ତ ରହିବେ । ଯେ କୌଣସି ଗ୍ରହ ଯଦି ନିଜ ସ୍ଵରାଶିରେ ଥିବେ ତେବେ ସେହି ଜାତକ ବ୍ୟକ୍ତି ପାଇଁ ବହୁତ ଶୁଭ ହୋଇଥାଏ । ବୁଧ ଗ୍ରହ ମିଥୁନ ରାଶିରେ ରହିଲେ ଅନ୍ୟ ସବୁ ରାଶି ଉପରେ ମଧ୍ୟ ଶୁଭ ଅଶୁଭ ମିଶ୍ରିତ ପ୍ରଭାବ ପଡିବ ।

ଶୁକ୍ର ଗ୍ରହ ସିଂହ ରାଶିରେ ଗୋଚର-

ଶୁକ୍ର ଗ୍ରହ ଜୁଲାଇ ମାସ ୧୭ତାରିଖରେ ସିଂହ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ଅଗଷ୍ଟ ମାସ ୧୧ତାରିଖ ପର୍ଯ୍ୟନ୍ତ ରହିବେ ଓ ପୁଣି କନ୍ୟା ରାଶିରେ ପ୍ରବେଶ କରିବେ । ଶୁକ୍ର ସିଂହ ରାଶିରେ ରହିଲେ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଅଶୁଭ ପ୍ରଭାବ ପକାଇବେ । କାରଣ ରବି ଓ ଶୁକ୍ର ଗ୍ରହଙ୍କ ମଧ୍ୟରେ ଶତୃତା ଭାବ ରହିଛି । ଶୁକ୍ରଙ୍କୁ ସଂସାରର ସମସ୍ତ ଭୌତିକ ସୁଖର କାରକ କୁହାଯାଏ । ଶୁକ୍ର ଗ୍ରହ ବୃଷ ଓ ତୁଳା ରାଶିର ସ୍ଵାମୀ ଅଟନ୍ତି ।

ମଙ୍ଗଳ ଗ୍ରହ ସିଂହ ରାଶିରେ ଗୋଚର-

ମଙ୍ଗଳ ଗ୍ରହ ଜୁଲାଇ ମାସ ୨୦ତାରିଖରେ ସିଂହ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ସେପ୍ଟମ୍ବର ମାସ ୬ତାରିଖ ପର୍ଯ୍ୟନ୍ତ ରହିବେ । ମଙ୍ଗଳ ଗ୍ରହଙ୍କୁ ଅନ୍ୟ ସବୁ ଗ୍ରହଙ୍କର ସେନାପତି କୁହାଯାଏ ଓ ତାଙ୍କୁ ଭୂମିପୁତ୍ର ମଧ୍ୟ କୁହାଯାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କର ଜାତକ କୁଣ୍ଡଳୀରେ ମଙ୍ଗଳ ଗ୍ରହ ଶୁଭ ହୋଇଛନ୍ତି ସେହି ଲୋକମାନେ ବହୁତ ବୁଦ୍ଧିମାନ, ପ୍ରତାପୀ ଓ ଊର୍ଜାବାନ ହୋଇଥାନ୍ତି ।

ବୁଧ ଗ୍ରହ କର୍କଟ ରାଶିରେ ଗୋଚର-

ଜୁଲାଇ ମାସ ୨୫ତାରିଖରେ ବୁଧ ଗ୍ରହ ନିଜ ସ୍ଵରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ଅଗଷ୍ଟ ମାସ ୯ତାରିଖ ପର୍ଯ୍ୟନ୍ତ ରହିବେ ଓ ପୁଣି ସିଂହ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କୁ ସଂଚାର ଓ ବାଣୀର କାରକ କୁହାଯାଏ । ବୁଧଙ୍କ ରାଶି ପରିବର୍ତ୍ତନ ହେଲେ ଯୁବକ, ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଅଧିକ ପ୍ରଭାବ ପଡିଥାଏ । ବୁଧ ଚନ୍ଦ୍ରଙ୍କୁ ନିଜର ଶତୃ ବୋଲି ମାନନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!