ଜୀବନରେ ସମସ୍ତ ପ୍ରକାର ଉନ୍ନତି ପାଇଁ ଓ ବସ୍ତୁଦୋଷ ଖଣ୍ଡନ ପାଇଁ ରଜ ସଙ୍କ୍ରାନ୍ତିରେ କରନ୍ତୁ ଏହି ପ୍ରତିକାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରଜସଙ୍କ୍ରାନ୍ତି ବା ରଜ ଚାରିଦିନରେ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଦାନ ଜପ ଧର୍ମଶାସ୍ତ୍ର ପଠନ କଲେ ଶୁଭ ଫଳଦାୟୀ ହେବ । ଅକ୍ଷତ, ନାଲିଫୁଲ, ଧୂପ, ଦୀପ, ଚନ୍ଦନ ଇତ୍ୟାଦି ଦ୍ଵାରା ଇଷ୍ଟଦେବାଦେବୀଙ୍କୁ ପୂଜାର୍ଚ୍ଚନା କଲେ ସନ୍ତାନ ମାନଙ୍କର ବିଦ୍ୟାବୁଦ୍ଧି ଯଶ ପ୍ରାପ୍ତି ହୋଇ ଥାଏ । କଳିଯୁଗରେ ନକରାତ୍ମକ ପ୍ରଭାବରୁ ରକ୍ଷା ପାଇବା ପାଇଁ ନିଜର ଶକ୍ତି ଅନୁସାରେ ଏହିଦିନ ନଦୀସ୍ନାନ, ତର୍ପଣ, ଶୋଷୀଙ୍କୁ ଓ ବୃକ୍ଷରେ ଜଳ ଦାନ, ଅସହାୟଙ୍କୁ ଓ ପଶୁପକ୍ଷିଙ୍କୁ ଖାଦ୍ୟଦାନ, ଇତ୍ୟାଦି ଶ୍ରଦ୍ଧାଯୁକ୍ତ ହୋଇ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତହୁଏ ଓ ଶରୀର ସୁସ୍ଥରହି ଦୁଖଃ ଦାରିଦ୍ର୍ୟ ଦୂର ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଦିନରେ ଅସହାୟଙ୍କୁ, ପଶୁପକ୍ଷିଙ୍କୁ ଅନ୍ନଦାନ କଲେ ଓ ବୃକ୍ଷରେ ଜଳ ଦାନ କାଲେ ମା’ ଲକ୍ଷ୍ମୀପ୍ରସନ୍ନ ହୁଅନ୍ତି ବା ବସୁଧା ମାତା ପ୍ରସନ୍ନ ହୁଅନ୍ତି ଓ ସନ୍ତାନମାନେ ସୂର୍ଯ୍ୟଙ୍କଭଳି ତେଜିୟାନ ହୋଇ ଥାଆନ୍ତି । ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତିତ କରିବାପାଇଁ ଏହିଦିନ ସର୍ବଶ୍ରେଷ୍ଠ ଦିନବୋଲି ବିବେଚନା କରାଯାଇଛି । ଚନ୍ଦ୍ର ଆଶ୍ଳେଷା ନକ୍ଷତ୍ରରେ ଥିବା ସମୟରେ ରବି ପୁନର୍ବସୁ ନକ୍ଷତ୍ର ତୃତୀୟ ଚରଣକୁ ଯିବେ ଯାହା ଫଳରେ ୨୨ତାରିଖରେ ରବିଙ୍କର ଆର୍ଦ୍ରାନକ୍ଷତ୍ର ପ୍ରବେଶ ହେଉ ଥିବାରୁ କୃଷକ ମାନଙ୍କର ଆଶା ଅଭିଳାଷ ନିଶ୍ଚୟ ପୂରଣ ହେବ ।

ରଜସଙ୍କ୍ରାନ୍ତି ବା ରଜ ଚାରିଦିନରେ ସୁର୍ଜ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସମାପନ କରି ତମ୍ବାପାତ୍ରରେ ଶୁଦ୍ଧଜଳନେଇ ପୂର୍ବ ମୁଖହୋଇ ସୂର୍ଯ୍ୟଙ୍କୁ ଚାହିଁ-

୧- ଔଁ ଭାସ୍କରାୟ ଦିଦ୍ମହେ, ମହାତେଜାୟ ଧୀମହୀ, ତନ୍ନୋସୂର୍ଯ୍ୟ ପ୍ରଚ୍ଚୋଦୟାତ୍ । ଏହି ମନ୍ତ୍ରରେ ସାତଥର ଅର୍ଘ୍ୟ ଦେବେ । ୨-ଏହି ରଜ ଚାରିଦିନରେ କଞ୍ଚା କ୍ଷୀର ଶିବମନ୍ଦିରରେ ଢାଳିବା ବିଧେୟ । ୩- ପ୍ରତିଦିନ ଘରେ ଘିଅ ଦୀପ ଜାଳିବେ । ୪ – ଗୋମାତାକୁ କିଛି ଖାଇବାକୁ ଦେବେ । ୫ – ଗଣପତି ଗଣେଶଙ୍କୁ ପୂଜା ଉପାସନା କରିବେ । ୫ – ରୁମାଲରେ ଚାଉଳ ଓ ରୂପାଟୁକୁଡା ଟିଏ ବାନ୍ଧିକରି ସବୁବେଳେ ସାଥିରେ ରଖିବେ । ୬ – ମଦ୍ୟପାନ କରିବେ ନାହିଁ ।

୭ – ମାଟିଘଡି ଭିତରେ ତମ୍ବା ପଇସା ରଖି ତାଉପରେ ଢାଙ୍କୁଣୀ ଦେଇ ବସୁମାତା ସ୍ନାନ ପରେ ଅଗଣାରେ ଗାତଖୋଳି ପୋତିଦେବେ । ୮– ମିଠାଦହି ଖାଇକରି କୌଣସି କାର୍ଯ୍ୟ ଆରମ୍ଭ କରିବେ । ୯- ପୈତୃକ ଧନ ସଂପତ୍ତି ପାଇଁ କୁଟୁମ୍ବଙ୍କ ସହିତ କୌଣସି ସମସ୍ୟା ଲାଗିରହିଥିଲେ ସଜବାଜ ଦିନ ଧଳାଅର୍କ ଚେରକୁ ଆଣି ଘରେ ରଖିବେ ସଙ୍କ୍ରାନ୍ତି ଦିନ କମଳା ରଙ୍ଗ ସୂତାରେ ଗୁଡେଇ ପୁରୁଷ ମାନେ ଡାହାଣ ବାହୁରେ ଓ ମହିଳା ମାନେ ବାମ ବାହୁରେ ବାନ୍ଧିବେ । ୧୦ – ଯଦି ସନ୍ତାନପକ୍ଷରୁ ଚିନ୍ତା କରୁଥାନ୍ତି, ତେବେ ସନ୍ତାନସୁଖ ପାଇଁ ସଙ୍କ୍ରାନ୍ତି ଦିନ ମୌନବ୍ରତ ପାଳନ କରିବେ । ୧୧- ଯଦି ବାଦବିବାଦ ଏବଂ ଦୁର୍ଘଟଣା ଆଦିରେ ଧନର ଅପବ୍ୟୟ ହେଉଅଛି, ତେବେ ମାଟି ଦୀପରେ ସୋରିଷତେଲ ଦେଇ ତୁଳାର ବତୀ ଦେଇ ସଙ୍କ୍ରାନ୍ତି ଦିନ ସନ୍ଧ୍ୟା ସମୟରେ ଅଶ୍ଵତ୍ଥ ଗଛମୂଳେ ଜଳାଇବେ ।

ଯଦି ଅଶ୍ଵତ୍ଥ ଗଛ ନିରୋଳା ଜାଗାରେ ଥାଏ, ଏହି ଉପାୟ କଲେ ଆକସ୍ମିକ ଧନ ହାନୀର ସ୍ଥିତି ସୁଧାରୀ ଯାଏ । ଏହି ପ୍ରୟୋଗ ଅତିକମରେ ପାଞ୍ଚଟି ସଙ୍କ୍ରାନ୍ତିରେ କରିବା ବିଧେୟ । ୧୨-ଯଦି କାର୍ଯ୍ୟ କରିବାର ଉତ୍ସାହ କମିଯାଊ ଥାଏ ତେବେ ସଙ୍କ୍ରାନ୍ତି ଦିନ ରୂପାର ବଳା ଡାହାଣ ହାତରେ ଧାରଣ କରିବା ଉଚିତ୍ । ୧୩- ଯଦିଆପଣଙ୍କ ମନୋକାମନାର ପୂର୍ତ୍ତି କରିବାକୁ ଚାହୁଁଥାନ୍ତି, ତେବେ ସଙ୍କ୍ରାନ୍ତି ଦିନ ସଂବଧିତ କାମନାକୁ ଭୋଜପତ୍ରରେ ହଳଦିରେ ଲେଖି ଚଉରା ମୂଳରେ ପୋତି ଦିଅନ୍ତୁ । ୧୪- ଯଦିଶିକ୍ଷାରେ ସମସ୍ୟା ଦେଖା ଦେଉଛି କିମ୍ବା ମାନସିକ ଏକାଗ୍ରତା ଭଙ୍ଗ ହେଉଛି ତେବେ ସଙ୍କ୍ରାନ୍ତି ଦିନ ସକାଳେ ଗୋମାତାକୁ କିଛି ଦାନା ଖାଇବାକୁ ଦେବେ ।

ଯଦି ଗାଈ, ବଳଦ କିମ୍ବା ଷଣ୍ଢ ସଂପୂର୍ଣ୍ଣ ଦାନା ଖାଇ ଦିଆନ୍ତି ତେବେ ଆପଣଙ୍କର ଶିକ୍ଷାରେ ଥିବା ସମସ୍ୟା ହଟିଯିବ ନଚେତ ଭବିଷ୍ୟତ ସମୟରେ ଆପଣଙ୍କୁ ବିଭିନ୍ନ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ପଡିବ । ଏହି ଉପାୟକୁ ଆପଣେଇ ପାରିଲେ ଭାଗ୍ୟୋନ୍ନତି, କର୍ମରେଉନ୍ନତି, ବନ୍ଧୁ ମିତ୍ର ପ୍ରାପ୍ତି, ବ୍ୟବହାର ଓ ଭାଷାର ମାଧୁର୍ଯ୍ୟ ନେଇ ଲୋକଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରି ପାରିବେ । ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଆଶା ଆକାଂକ୍ଷା ପୂର୍ଣ୍ଣ ହେବ । ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇ ପାରିବ । ମନବଳ ଦୃଢ଼ ହୋଇ ନିଜର ନିଷ୍ଠା ଓ ସାଧନା ବଳରେ ଶୀର୍ଷ ସ୍ଥାନରେ ପହଁଞ୍ଚିବା ସମ୍ଭବ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!