ଝାଡୁର ଏହି ସରଳ ଉପାୟ ଦ୍ଵାରା ଆପଣଙ୍କ ଜୀବନରେ ଆସିବ ଖୁସି, ମିଳିବ ସୁଖ – ସମୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତେ ନିଜ ଜୀବନରେ ସୁଖୀ ରହିବାକୁ ଏବଂ ଆର୍ଥିକ ରୂପରେ ସମ୍ପନ୍ନ ରହିବାକୁ ଚାହୁଁଛନ୍ତି । କିନ୍ତୁ ଏହି ସବୁ ଜିନିଷ ମିଳିବା ବହୁତ କଷ୍ଟ ଅଟେ । ଯଦି ଆପଣ କେବଳ ଝାଡୁରେ ଜଡିତ କିଛି କଥାର ଧ୍ୟାନ ରଖିବେ ତେବେ ଏହା ଦ୍ଵାରା ଆପଣଙ୍କ ଘରର ସମସ୍ୟା, ବାଦ ବିବାଦ ସବୁ ସମାପ୍ତ ହୋଇଯିବ । ଏବଂ ଆପଣ ଘରେ ଧନର ଦେବୀ ମାତା ଲକ୍ଷ୍ମୀ ବି ବାସ କରିବେ । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଝାଡୁ ସହିତ ସମ୍ବନ୍ଧିତ କଥା ବିଷୟରେ କହିବାକୁ ଯାଉଛୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଝାଡୁ ସହିତ ଜଡିତ କିଛି କଥା ବିଷୟରେ

ଆପଣମାନଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କି ଯେତେବେଳେ ଘରର ମୁଖିଆ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ତାଙ୍କ ଯିବାର ସଙ୍ଗେ ସଙ୍ଗେ ଘରେ ଝାଡୁ ମାରିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ଯେଉଁ କାମ ହେବାକୁ ଯାଉଥିବ ତାହା ଖରାପ ହୋଇଯାଏ ।

ସୂର୍ଯ୍ୟାସ୍ତ ହେବା ପରେ କେବେ ବି ଘରେ ଝାଡୁ ମାରିବା ଉଚିତ ନୁହେଁ କାରଣ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ।

ଯେତେବେଳେ ଆପଣ ନିଜ ଘରେ ଝାଡୁ ଲଗାଉଛନ୍ତି ତେବେ ସବୁବେଳେ ଝାଡୁକୁ ସଫା କରି ରଖିବା ଉଚିତ । ଝାଡୁ କେବେ ବି ଛିଡାକରି ରଖିବା ଉଚିତ ନୁହେଁ ଏହା କରିବା ଦ୍ଵାରା ଘରେ ବାଦ ବିବାଦ ଉତ୍ପନ୍ନ ହୋଇଥାଏ ।

ଝାଡୁକୁ କେବେ ବି ଗୋଡ ମାରିବା ଉଚିତ ନୁହେଁ । କାରଣ ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି ।

ଝାଡୁର ଏହି ସହଜ ଉପାୟ ଦ୍ଵାରା ନିଜର ଜୀବନକୁ କରନ୍ତୁ ସୁଖମୟ

ନିଜ ଜୀବନର ସୁଖ ସମୃଦ୍ଧି ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଉଚିତ । ଏଥିପାଇଁ ଆପଣଙ୍କୁ କୌଣସି ବି ଏକ ମନ୍ଦିରରେ ବ୍ରାହ୍ମ ମୂହୁର୍ତ୍ତରେ ତିନୋଟି ଝାଡୁ ଚୁପଚାପ ଦାନ କରିବା ଉଚିତ । କିନ୍ତୁ ଏହି ସମୟରେ ଆପଣଙ୍କୁ ନିମ୍ନ କଥା ପ୍ରତି ଧ୍ୟାନ ରଖିବା ଉଚିତ ।

ଝାଡୁ ଦାନ କରିବା ସମୟରେ ଶୁଭ ମୂହୁର୍ତ୍ତ ଦେଖି ନିଅନ୍ତୁ । ଯଦି ସେହି ଦିନ କୌଣସି ଶୁଭ ଯୋଗ କିମ୍ବା ପର୍ବ ପର୍ବାଣି ଅଛି ତେବେ ଏହି ଦାନର ମହତ୍ଵ ଆହୁରି ବଢି ଯାଏ । ଏହା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବେ ।

ଆପଣ ଯଦି କୌଣସି ନୂଆ ଘରେ ପ୍ରବେଶ କରୁଛନ୍ତି ତେବେ ଆପଣ ନିଜ ସହିତ ଏକ ନୂଆ ଝାଡୁ ନେଇ ପ୍ରବେଶ କରନ୍ତୁ । ଏହା ବହୁତ ଶୁଭ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!