ଜାନୁୟାରୀ 17 ତାରିଖ ରୁ ଜାନୁୟାରୀ 23 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିର ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀହେବେ। ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ। କୌଣସି ଶୁଭ ସମାଚାର ଶୁଣି ହସ-ଖୁସିରେ ସମୟ ବ୍ୟତୀତ ହେବ। କିନ୍ତୁ ବିରୋଧି ଓ ଶତୃମାନଙ୍କୁ ନଜର ରଖିବାକୁ ହେବ। କୌଣସି କାର୍ଯ୍ୟ ଆରମ୍ଭ କଲେ ପୁରଣରେ ବିଳମ୍ବ ହେବ। କୌଣସି ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ। ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ। କଳା, ସାହିତ୍ୟ, କ୍ରିଡାକ୍ଷେତ୍ରରେ ପ୍ରଶଂସା ମିଳିବ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇପାରିବ। ନିଜର କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପାରିବାରିକ ସ୍ତର ହସ ଖୁସିରେ କଟିବ ଓ ଓ ସୁଖ-ଶାନ୍ତି ବୃଦ୍ଧି ହେବ। ରାଜକୀୟ ମାମଲାରେ ସଫଳତା ମିଳିବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ସାଧାରଣ ବାତାବରଣ ଜାରିରହିବ ଓ ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ମିତ୍ରଙ୍କଠାରୁ ସହଯୋଗ ମିଳିବ। କିନ୍ତୁ ତାରିଖରେ ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇଯିବ। ବଡପଣିଆ ଦେଖାଇଲେ ମନ୍ଦଫଳ ଭୋଗିବାକୁ ପଡିବ। ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ ହୋଇ ଆର୍ଥୀକ ଉନ୍ନତି ଘଟିବ। ବନ୍ଧୁ ବାନ୍ଧବଙ୍କ ଠାରୁ ସହଯୋଗ ମିଳିବ।କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟ ମିଳିବା ସହ ଉନ୍ନତିର ରାସ୍ତା ଦେଖାଦେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ଋଣରୁ ମୁକ୍ତି ମିଳିବ। ଶତ୍ରୁବାଧା ଦୂରେଇ ଯିବ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ। ରାଜନେତାମାନଙ୍କର ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟୀ ମାନଙ୍କର ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ ଓ ଆୟର ମାର୍ଗ ପ୍ରଶସ୍ତ ହେବ। ରାଜନୀତିରେ ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ। ପରିବାରର ସାହାଯ୍ୟରେ ଉପକୃତ ହେବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ବନ୍ଧୁମିତ୍ର, ଭାଇ ଭଳି ବ୍ୟକ୍ତିମାନେ ସହଯୋଗ କରିବେ। ଛାତ୍ରଛାତ୍ରୀ ମାନେ ବିଦ୍ୟାକ୍ଷେତ୍ରରେ ସଫଳ ହେବେ। ଖେଳରେ ଉନ୍ନତି ହେବା ସହ ଦୂରଯାତ୍ରାରେ ସୁଖମିଳିବ। ବନ୍ଧୁମିତ୍ରଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ। ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ଭ୍ରମଣ, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ। ସମ୍ପର୍କୀୟ ମାନଙ୍କ ଦ୍ୱାରା ସୁବିଧା ପାଇବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ ପାଇଁ କଠିନ ପରିଶ୍ରମ କରିବେ। ପରୀକ୍ଷାରେ ସଫଳ ହୋଇ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ପାରିବାରିକ ଜୀବନରେ ଶାନ୍ତି ଆସିବା ସହ ଦାମ୍ପତ୍ୟ ସୁଖ ବୃଦ୍ଧିହେବ। ବାଦବିବାଦ, ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନେତା ମାନଙ୍କର ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବେ। ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ ଋଣ ଭାରରୁ ମୁକ୍ତି ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିବ। ବ୍ୟବସାୟ, ଚାକିରୀ ଇତ୍ୟାଦି ଆରମ୍ଭ କରି ପାରିବେ। ମିତ୍ର ବା ଜରୁରୀମନ୍ଦଙ୍କ ସହାୟତା ପାଇଁ ହାତ ବଢାଇବେ। ନିଜର କାମ କରିବା ଷ୍ଟାଇଲରେ କିଛି ବଦଳାଇବାକୁ ଗୁରୁତ୍ଵ ଦେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ସୁଦୃଢ ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ନିଜର ଇଛା ବିରୋଧରେ କୌଣସି କର୍ମକରି ଅଚାନକ ଭାବରେ କୌଣସି ସମସ୍ୟା ବା ବିବାଦରୁ ଦୂରେଇ ଯିବେ। ମିତ୍ର ଓ ସହଯୋଗୀମାନେ ସମର୍ଥନ କରିବେ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବା ଫଳରେ ରାଜନୀତିରେ ପ୍ରଶଂସା ପାଇବେ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା ସହ ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ। ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ଖେଳରେ ସଫଳତା ମିଳିବ। ବ୍ୟବସାୟ, ବାଣିଜ୍ୟରେ ଅଟକିଥିବା ଧନ ପ୍ରାପ୍ତି ହେବ। ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟରେ ଓ କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ଆଶାତୀତ ଲାଭ ପାଇବେ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବା ସହ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ଦାମ୍ପତ୍ୟ ସୁଖରେ ଶୁଖିହେବେ। ସନ୍ତାନମାନଙ୍କର ଉନ୍ନତି, ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ, ଯଶ ପାଇବେ। ବିଦ୍ୟାରେ ଉନ୍ନତିହେବା ସହ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହୋଇ ପଡିରହି୍ଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବହୁ ଦୁଃଶ୍ଚିନ୍ତା ମଧ୍ୟରେ ଗତି କରିବେ। ପ୍ରତିକାର- ପ୍ରତ୍ୟେକଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶରୀର ସୁସ୍ଥ ରହିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ ଉନ୍ନତି ହେବା ଫଳରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ର ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। କର୍ମଚାରୀମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ। ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ନୂତନ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ବୃଦ୍ଧି, ଉତ୍ତମ ରୋଜଗାର, ନୂତନ ବ୍ୟବସାୟର ଶୁଭାରମ୍ଭ ହେବ। ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହେବେ। କେତେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବେ। ରାଜନୀତି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ମନରେ ଅଶାନ୍ତି ଲାଗି ରହିବ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ସଙ୍କଟ ଦୂରେଇଯିବ ଓ ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ। ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବ୍ୟବସାୟରେ ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇବେ। ଋଣ ଭରଣାରେ ସହଜ ହେବ। ଗୃହବାହନ ପ୍ରାପ୍ତି ହେବ। ବନ୍ଧୁଙ୍କ ସାହାଯ୍ୟ କ୍ରମେ ଖେଳକୁଦରେ ବିଜୟୀ ହେବେ। ଦୂରଯାତ୍ରାରେ ମିତ୍ରମାନଙ୍କଦ୍ୱାରା ଅନେକକାର୍ଯ୍ୟରେ ସଫଳତା ମିଳିବ। ଆକସ୍ମିକ ଧନଲାଭ ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ରାଜନୀତିରେ କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପ୍ରଶଂସିତ ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପ୍ରତିକାର- ବୁଲା କୁକୁରକୁ ପ୍ରତ୍ୟେକଦିନ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆୟ ଉତ୍ତମ ହେବ ଓ କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵା ସନା ବା ସହାନୁଭୂତି ପାଇବେ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ଖର୍ଚ୍ଚ ବଢ଼ିବାଯୋଗେ ପରିବାରରେ ଅସନ୍ତୋଷ ଦେଖାଦେଇ ପାରେ । ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ। ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇ ପାରନ୍ତି। ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କାରବାରରେ ସ୍ଥିତି ଠିକ୍ ରହିବ। ଆଧ୍ୟାତ୍ମିକ ବା ଧାର୍ମିକ କ୍ଷେତ୍ରରେ ବ୍ୟସ୍ତ ରହି ପ୍ରସଂଶା ପାଇବେ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ବିତିଯାଇଥିବା ମାମଲାରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଆଶାତୀତ ଲାଭ ଉଠେଇବେ। ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ହଳଦୀଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!