ଦୈନିକ ରାଶିଫଳ: 28 ଜାନୁୟାରୀ 2022, ମା ସନ୍ତୋଷୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଜାନୁୟାରୀ ମାସ ୨୮ ତାରିଖ, ଶୁକ୍ରବାର, ମକର ମାସ ୧୫ ଦିନ, ମାଘ ମାସ, କୃଷ୍ଣପକ୍ଷ, ଏକାଦଶୀ ତିଥି, ଅନୁରାଧା ନକ୍ଷତ୍ର, ସକାଳ ୭ଟା ୯ମିନିଟ୍ ଗତେ ଜ୍ୟେଷ୍ଠା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ଧୃବ ଯୋଗ । ବବ କରଣ, ଦିବା ୧୨ଟା ୫୮ମିନିଟ୍ ଗତେ ବାଳବ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ଶିମ୍ବ, ଆମିଷ ନ ଖାଇଲେ ଭଲ ରାତି ୧୧ଟା ୩୬ମିନିଟ୍ ପରେ ପୋଇ, ମସୁର ଡାଲି ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ରାତି ୧୧ଟା ୩୬ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଏକାଦଶୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୧୩ମିନିଟ୍ ରୁ ୧୦ଟା ୩୬ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ଦିବା ୧୧ଟା ୫୯ମିନିଟ୍, ରାତ୍ରି ୮ଟା ୪୫ମିନିଟ୍ ରୁ ୧୦ଟା ୨୨ମିନିଟ୍ । ଶୁଭସମୟ- ସକାଳ ୬ଟା ୨୭ମିନିଟ୍ ରୁ ୭ଟା ୧୦ମିନିଟ୍, ସକାଳ ୭ଟା ୫୬ମିନିଟ୍ ରୁ ୯ଟା ୧୨ମିନିଟ୍, ଦିବା ୧୨ଟା ୨୨ମିନିଟ୍ ରୁ ୨ଟା ୩୩ମିନିଟ୍, ଦିବା ୪ଟା ୪ମିନିଟ୍ ରୁ ସନ୍ଧ୍ୟା ୫ଟା ୩୧ମିନିଟ୍, ସନ୍ଧ୍ୟା ୭ଟା ୧୬ମିନିଟ୍ ରୁ ରାତ୍ର ୮ଟା ୪୪ମିନିଟ୍, ରାତ୍ର ୨ଟା ୯ମିନିଟ୍ ରୁ ରାତ୍ର ୪ଟା ୪୨ମିନିଟ୍ । ପର୍ବଦିନ- ସର୍ବସମ୍ମତ ଷଟ୍ ତିଳା ଏକାଦଶୀ, ଓଳାଶୁଣି ଯାତ୍ରା ।

ମେଷ:-ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ । କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ମନ ବଳାଇବେ । ଗୃହୋପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସ୍ୱାସ୍ଥ୍ୟସମସ୍ୟା ସୁଧୁରିବା ଫଳରେ ଆଶାକରିଥିବା କାର୍ଯ୍ୟ ପୁରଣ କରିପାରିବେ । ଲେଖନ, କଳା ଓ ସମ୍ପାଦନ କାର୍ଯ୍ୟ ଆଦିରେ ଜଡିତ ବ୍ୟକ୍ତିଙ୍କର ଉନ୍ନତି ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ଶୁଭ ସମାଚାର ପ୍ରାପ୍ତି ହେବ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବା ଯୋଗେ ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । କୌଣସି ମାଙ୍ଗଳିକ ପ୍ରୟୋଜନ ଓ ଉତ୍ସବରେ ଯୋଗଦାନ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସରକାରୀ କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ । ବ୍ୟବସାୟରେ ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଧୈର୍ଯ୍ୟ ଓ ସାହସ ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ:-ଶାରୀରିକ ପୀଡା ଦୂରେଇ ଯିବ ଓ ସ୍ୱାସ୍ଥ୍ୟ ଭଲ ରହିବ । ଶତୃମାନଙ୍କୁ ମିତ୍ର କରିବା ପାଇଁ ପ୍ରୟାସରତ ରହିବେ । ନୂତନ କାମ ଆରମ୍ଭ କରିପାରିବେ । ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ । ନିଜର ବୁଦ୍ଧି ଓ ବିବେକ ଦ୍ଵାରା ସମସ୍ତ ସମସ୍ୟା ସମାଧାନ କରିପାରିବେ । ବଂଧୁମିତ୍ରଙ୍କ ସହଯୋଗରେ ମାଲିମୋକଦ୍ଦମାରେ ବିଜୟ ପ୍ରାପ୍ତ ହେବ । ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । କାରବାରରେ ଲାଭ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହେବ । ନୂତନ ଦ୍ରବ୍ୟ କ୍ରୟ-ବିକ୍ରୟ କରି ଆଶାତୀତ ଲାଭ ପାଇବେ । ବିବାହଉତ୍ସବ ବା କୌଣସି ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । ଶେୟର୍ସ, ନିବେଶ ଆଦିରେ ଲାଭ ହେବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ । କୌଣସି ଇଲୋକଟ୍ରନିକ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରିବେ । ପୁରାତନ ରୋଗରୁ ଉପଶମ ମିଳିବ । ଅଚାନକ ଭାବରେ ଧନ ଲାଭ ହେବ । ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବେ । ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ତୁଳା:-ସୁନ୍ଦର ବସ୍ତୁପ୍ରତି ଆକର୍ଷିତ ହେବେ । ରାଜକୀୟ କାର୍ଯ୍ୟ ପ୍ରଭାବଶାଳି ବ୍ୟକ୍ତିଙ୍କ ସହାୟତାରେ ସମ୍ପନ୍ନ ହେବ । ରୋଜି-ରୋଜଗାରର ଉଚିତ୍ ସୁଯୋଗ ମିଳିବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ନିଶ୍ଚୟ ସମ୍ପନ୍ନ ହେବ । ପାରିବାରିକ ବାତାବରଣ ମଧ୍ୟ ପ୍ରତିକୂଳ ରହିବ । ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍ । ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ପରିବାର ମଧ୍ୟରେ ସମୟ ବିତେଇବେ । ଚାକିରିରେ ସ୍ଥାନାନ୍ତର ଭୟ ରହିଲେ ମଧ୍ୟ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ବଂଧୁଙ୍କଠାରୁ ଶୁଭ ସମାଚାର ଶୁଣି ବା ଶୁଭ ସନ୍ଦେଶ ପାଇ ମନ ଆନନ୍ଦ ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବେ । ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ କର୍ମକ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ । ଅନେକ ଦିଗରୁ ଖୁସି ମିଳିବ । ପ୍ରତିସ୍ପର୍ଦ୍ଧାର ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯିବ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ଲାଭ ପ୍ରାପ୍ତ ହେବ । ପ୍ରେମ ପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ । ରାଜନୈତିକ ଯାତ୍ରାରେ ପୁରାତନ ଶତୃମାନେ ମୁଣ୍ଡଟେକି ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସାମୁହିକ ଗତିବିଧି ଦ୍ଵାରା ଆପଣ ସଫଳତା ହାସଲ କରି ପାରିବେ । କୌଣସି ଧର୍ମସ୍ଥଳ, ମନ୍ଦିର, ମଠକୁ ଯିବା ପାଇଁ ପୋଗ୍ରାମ୍ କରିବେ । ଆତ୍ମବିଶ୍ଵାସ ଓ ମନବଳ ଦ୍ଵାରା ବହୁତ ଆଗକୁ ବଢି ପାରିବେ । ଉଧାର ଦେଇଥିବା ଟଙ୍କା ମିଳିଯିବ । ଭଲ କାର୍ଯ୍ୟ କରି ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିପାରିବେ । ଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ପାଇବେ । ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ । ପ୍ରେମୀକା ପ୍ରେମିକଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ ଓ କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ସତର୍କତାର ସହ କାର୍ଯ୍ୟ କରିଲେ ସମସ୍ତ ପରିସ୍ଥିତି ଧୀରେ-ଧୀରେ ସନ୍ଧ୍ୟାପରେ ଆପଣଙ୍କ ସପକ୍ଷରେ ଯିବ । ମିତ୍ରମାନଙ୍କ ସହଯୋଗ ପାଇ ବ୍ୟାପାର ଓ କାରବାରରେ ସ୍ଥିତି ସୁଦୃଢ ହେବା ସହ ପରିସ୍ଥିତି ବଦଳିଯିବ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଆନନ୍ଦ ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!