ଦୈନିକ ରାଶିଫଳ: 27 ଜାନୁୟାରୀ 2022, ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଜାନୁୟାରୀ ମାସ ୨୭ ତାରିଖ, ଗୁରୁବାର, ମକର ମାସ ୧୪ ଦିନ, ମାଘ ମାସ, କୃଷ୍ଣପକ୍ଷ, ଦଶମୀ ତିଥି, ବିଶାଖା ନକ୍ଷତ୍ର, ସକାଳ ୮ଟା ୫୦ମିନିଟ୍ ଗତେ ଅନୁରାଧା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ବୃଦ୍ଧି ଯୋଗ । ବାଣିଜ୍ୟ କରଣ, ଦିବା ୩ଟା ୨୮ମିନିଟ୍ ଗତେ ବିଷ୍ଟି କରଣ । ତୁଳା, କୁମ୍ଭ ରାଶିର ଘାତବାର । କଳମଶାଗ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୨ଟା ୧୬ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦଶମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୪୫ମିନିଟ୍ ରୁ ଦିବା ୪ଟା ୮ମିନିଟ୍, ଦିବା ୪ଟା ୮ମିନିଟ୍ ରୁ ୫ଟା ୩୧ମିନିଟ୍, ରାତ୍ରି ୧୧ଟା ୫୯ମିନିଟ୍ ରୁ ୧ଟା ୩୬ମିନିଟ୍ । ଶୁଭସମୟ- ସକାଳ ୬ଟା ୨୭ମିନିଟ୍ ରୁ ୭ଟା ୫୪ମିନିଟ୍, ଦିବା ୧୦ଟା ୫୩ମିନିଟ୍ ରୁ ୧ଟା ୪ମିନିଟ୍, ରାତ୍ର ୩ଟା ୧ମିନିଟ୍ ରୁ ୩ଟା ୫୦ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ପ୍ରତ୍ୟେକ କାର୍ଯ୍ୟ ସାବଧାନତା ପୂର୍ବକ କରିବା ଉଚ୍ଚିତ୍ । ନିଜର ଜରୁରୀ କାମ କରିବା ପାଇଁ ପ୍ରୟାସରତ ରହିବେ । ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ । ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ନୂଆଲକ୍ଷ ନିର୍ଦ୍ଧାରିତ କରି ତାହାର ପ୍ରାପ୍ତି ପାଇଁ ପ୍ରଯତ୍ନ ଶୀଳ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସ୍ୱାସ୍ଥ୍ୟରେ ସୁଧାର ହେବ । ଏକତ୍ରିତ ହୋଇ ପାରିବାରିକ ସମସ୍ୟା ସମାଧାନ କରିବେ । କାମକାର୍ଯ୍ୟର ସ୍ଥିତିରେ ସୁଧାର ଆସିବା ଯୋଗୁ ମନ ବହୁତ ଖୁସି ରହିବ । ଅଧ୍ୟୟନ, ଅଧ୍ୟାପନ, ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ । ଭୂମି, ଭବନ ଓ ବାହନ କ୍ରୟ କରିବେ କିନ୍ତୁ ଭୂମି କ୍ରୟ କରିଲା ବେଳେ ଆବଶ୍ୟକ କାଗଜପତ୍ର ଭଲରେ ଦେଖି ବୁଝିବିଚାରୀ ରଖିବେ । ଭ୍ୟବସାୟରେ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ପୂର୍ବରୁ ଅଟକିଥିବା କାର୍ଯ୍ୟରେ ଶୁଭ ପରିଣାମ ପ୍ରତିଫଳନ ହେବ । ଫଶିଯାଇଥିବା ଷଡଯନ୍ତ୍ର ବା ଚକ୍ରବ୍ୟୁହ ମଧ୍ୟରୁ ମୁକୁଳିବେ । ଜୀବନସାଥିଙ୍କ ଠାରୁ ସହଯୋଗ ମିଳିବ । ଋଣ, ପୁଞ୍ଜି ଓ ନିବେଶ ସମ୍ବନ୍ଧ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାନସିକ ଶାନ୍ତି ମିଳିବ । ଶତୃମାନେ ଦୂରେଇଯିବେ । ବନ୍ଧୁ-ବାନ୍ଧବଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କର୍କଟ:-ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ନିଧ୍ୟ ପ୍ରାପ୍ତ ହେବ । କଷ୍ଟ ଓ ପରିଶ୍ରମ ଦ୍ଵାରା ଲାଭ ମିଳିବ । ପୁରାତନ ଶତୃମାନେ ଦୂରେଇଯିବେ । ଜୀବନସାଥିଙ୍କ ସହଯୋଗ ମିଳିବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ । କାମରେ ମନ ଲାଗିବ । ଆଇନ-କାନୁନ ମାମଲାରେ କାହାର ନିର୍ଦ୍ଦେଶ ନେବେ, ଯାହାଫଳରେ କାମରେ ବିକାସ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ମାନସିକଶାନ୍ତି ଅନୁଭବ କରିବେ । ଟେଲିଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି । କଷ୍ଟ ଓ ପରିଶ୍ରମର ଉଚିତ୍ ପୁରସ୍କାର ପ୍ରାପ୍ତ ହେବ । ବହୁତ ଦିନର ଚିନ୍ତା ଦୂର ହେବ । ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ସମସ୍ୟାଗୁଡିକ ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ ହେବ ଓ କଷ୍ଟରୁ ମୁକ୍ତି ମିଳିବ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-ମିତ୍ର-ସହଯୋଗୀଙ୍କ ସାହାଯ୍ୟରେ କେତେକ କଷ୍ଟ ସମସ୍ୟାରୁ ମୁକୁଳିବେ । ପରିବାର କୁଟୁମ୍ବରେ ସମୟ ଦେବେ । କିଛି ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ପ୍ରାପ୍ତ ହେବ । ବେରୋଜଗାରଙ୍କୁ ରୋଜଗାର ମିଳିବାର ଉପଯୁକ୍ତ ସମୟ ଅଟେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । କୌଣସି ଅତି ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହେବ । ରାଜନୀତିରେ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ରାଜକୀୟ କାର୍ଯ୍ୟରେ ସଫଳତା ମିଳିବ । ଶରୀର ସୁସ୍ଥ ରହିବ । ବ୍ୟାପାରରେ ବହୁତ ଭଲ ପରିଣାମ ହେବ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ଭବିଷ୍ୟ ଯୋଜନାରେ ଚିନ୍ତିତ ରହିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ଚାକିରୀରେ ପଦୋନ୍ନତି ମିଳିବ ଓ କୋର୍ଟ-କଚେରୀ ମାମଲାରେ ବିଜୟ ହେବ । ମିତ୍ର ଓ ସମ୍ପର୍କୀୟଙ୍କ ଠାରୁ ବହୁତ ଲାଭ ମିଳିବ । ବିରୋଧିମାନେ କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ଧନୁ:-ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ । କାର୍ଯ୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ । ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ । ନୂତନବନ୍ଧୁଙ୍କ ଆଗମନ ହେବ । ଧର୍ମକାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର:-ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଋଣ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବ । କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ । ଗୁରୁଜନଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ଓ ଆଶୀର୍ବାଦ ମିଳିବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । କଠିନ ପରିଶ୍ରମ କରି ନିଜର ପତିଆରା ବଜାୟ ରଖିବେ । ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ । ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ଦୁର୍ବଳ ବା ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ଗୁରୁ-ଗୁରୁଜନ ଓ ମାଆବାପାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ଧୈର୍ଯ୍ୟ, ସାହସ ଓ ବୁଦ୍ଧିମତା ଯୋଗେ ପ୍ରଶଂସା ପାଇବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!