ଦୈନିକ ରାଶିଫଳ: 20 ଜାନୁୟାରୀ 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଜାନୁୟାରୀ ମାସ ୨୦ ତାରିଖ, ଗୁରୁବାର, ମକର ମାସ ୭ ଦିନ, ମାଘ ମାସ, କୃଷ୍ଣପକ୍ଷ, ଦ୍ଵିତୀୟା ତିଥି ସକାଳ ୮ଟା ୫ମିନିଟ୍ ଗତେ ତୃତୀୟା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ସକାଳ ୮ଟା ୨୩ମିନିଟ୍ ଗତେ ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ଆୟୁଷ୍ମାନ ଯୋଗ ଦିବା ୩ଟା ୪୩ମିନିଟ୍ ଗତେ ସୌଭାଗ୍ୟ ଯୋଗ । ଗର କରଣ, ସକାଳ ୮ଟା ୫ମିନିଟ୍ ଗତେ ବାଣିଜ୍ୟ କରଣ । ତୁଳା, କୁମ୍ଭ ରାଶିର ଘାତବାର । ସକାଳ ୮ ଟା ୨୩ ମିନିଟ୍ ଗତେ କର୍କଟ, ମକର ରାଶିର ଘାତଚନ୍ଦ୍ର ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୋଇତିକଖାରୁ ନ ଖାଇଲେ ଭଲ ସକାଳ ୮ଟା ୫ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ଦିବା ୮ଟା ୫ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ତୃତୀୟାର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୪୨ମିନିଟ୍ ରୁ ଦିବା ୪ଟା ୪ମିନିଟ୍, ଦିବା ୪ଟା ୪ମିନିଟ୍ ରୁ ୫ଟା ୨୭ମିନିଟ୍, ରାତ୍ରି ୧୧ଟା ୫୭ମିନିଟ୍ ରୁ ୧ଟା ୩୭ମିନିଟ୍ । ଶୁଭସମୟ- ସକାଳ ୬ଟା ୨୮ମିନିଟ୍ ରୁ ୭ଟା ୫୪ମିନିଟ୍, ଦିବା ୧୦ଟା ୫୨ମିନିଟ୍ ରୁ ୧ଟା ୨ମିନିଟ୍, ରାତ୍ର ୩ଟା ରୁ ୩ଟା ୫୦ମିନିଟ୍ ।

ମେଷ:-କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ସାହାଯ୍ୟ ପଥ ଲୋଡ଼ିବେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନେଇ ଆର୍ଥିକ ଅନାଟନ ମଧ୍ୟରେ ଅଣନିଃଶ୍ୱାସୀ ମନେ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ । ଆୟରସ୍ରୋତ ଖୋଲିଯିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । କର୍ମକ୍ଷେତ୍ରରେ ସତକଥା କହି ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଘରେ ବସିଥିଲେ ମଧ୍ୟ କେହି ବଳେ ବଳେ ଆସି ଆପଣଙ୍କ କାମନା ପୂର୍ଣ୍ଣ କରିଯିବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଉତ୍ସାହିତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ନୂତନ କର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି । ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ଧାର୍ମିକ କାର୍ଯ୍ୟରେ କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଉଚିତ୍ । ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ ସୁଖ ପ୍ରାପ୍ତି ଓ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ବୃଦ୍ଧି ହେବ । ବିଦ୍ୟା କ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ । ଦୂରଯାତ୍ରାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି ଓ ଉଚ୍ଚ ଆଶାରେ ଆଗେଇବେ । ଅନେକ ସମସ୍ୟାର ସମାଧାନ କରି ଶାନ୍ତି ଅନୁଭବ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ । ରାଜନୀତି ମାମଲାରେ ସଫଳତା ମିଳିବ । ପାରିବାରିକ ମାମଲା ବହୁତ ସହଜ ସରଳ ହେବ । ନିଜ ଲୋକମାନେ ହିଁ କାମରେ ଆସିବେ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-କର୍ମ କ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ବ୍ୟବସାୟୀମାନେ ଅଧିକ ଲାଭ କରିବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । କିଛି ନୂଆ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପାଇବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ରାଜନୀତିରେ ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ସୁଧୁରିଯିବା ଫଳରେ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ଧନୁ:-କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାହନ ଓ ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ । ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରାଜନିତ ପୀଡାପ୍ରତି ସାବଧାନ ରହିବା ଉଚିତ୍ । କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧିହେବ । ପାରିବାରିକସ୍ଥିତି ସାମାନ୍ୟ ବଦଳିବା ଯୋଗେ ଶାନ୍ତିପାଇବେ । ଘରକରଣା କୌଣସି ନୂତନ ବସ୍ତୁ କ୍ରୟ କରିପାରନ୍ତି । ବିଦ୍ୟା କ୍ଷେତ୍ରରେ ଆନନ୍ଦିତ ହେବେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମକର:-ମିତ୍ରମାନେ ପରାମର୍ଶ ଦେଇ କିଛି ଉନ୍ନତି ମୂଳକ କାମପ୍ରତି ପ୍ରଲୋଭିତ କରିବେ । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ । କାରବାରରେ ସୁଧାର ଆସିବା ଫଳରେ ଅଧିକ ଲାଭ ହେବ ଓ ମନ ଖୁସିହେବ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଅସନ୍ତୋଷ ପ୍ରକାଶ କରି ପାରନ୍ତି । ପରିବାର ଭିତରେ ଜଗିରଖି ନଚଳିଲେ କଳହ ସୃଷ୍ଟି ହେବାର ସମ୍ଭାବନା । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ । ବିଦ୍ୟା କ୍ଷେତ୍ରରେ ଆଗକୁ ଗତି କରି ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ବିଜୟୀ ହେବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ପ୍ରତିଷ୍ଠା ବୃଦ୍ଧିହେବ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଶୁଭ ସମାଚାର ମିଳିବ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ଆମୋଦ ପ୍ରମୋଦ, କ୍ରିଡା, ଦୂରଯାତ୍ରା ସବୁଥିରେ ସଫଳତା ମିଳିବ । ବ୍ୟାପାର ଓ କାରବାରରେ ବହୁତ ଲାଭ ପାଇବାର ଯୋଗଅଛି । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । କର୍ମକ୍ଷେତ୍ରରେ ଶାନ୍ତି ଅନୁଭବ କରିବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!