ଜନ୍ମାଷ୍ଟମୀ ପୂଜା : ଶ୍ରୀ କୃଷ୍ଣଙ୍କର ପ୍ରିୟ ଅଟେ ଏହି ୮ଟି ଜିନିଷ, ଏହି ସବୁକୁ ପୂଜାରେ ନିଶ୍ଚିନ୍ତ କରନ୍ତୁ ଉପଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜନ୍ମାଷ୍ଟମୀ ବିଷୟରେ କିଛି ବିଶେଷ ତଥ୍ୟ ପ୍ରଦାନ କରିବାକୁ ଯାଉଛୁ । ଆମେ ଆପଣଙ୍କୁ ଭଗବାନ ଙ୍କର ଏଭଳି ୮ ଟି ପ୍ରିୟ ଜିନିଷ ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଜନ୍ମାଷ୍ଟମୀ ଦିନ ସମସ୍ତେ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜା କରିଥାନ୍ତି ।  ଏହି ବର୍ଷ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଗଷ୍ଟମାସ ୨୩ ଓ ୨୪ ତାରିଖରେ ପାଳନ କରା ଯିବ ଜନ୍ମାଷ୍ଟମୀ । ଏହି ପୂଜାରେ ବହୁତ ମହତ୍ଵ ଅଛି । ଆପଣଙ୍କୁ ଏଠାରେ ୮ଟି ଜିନିଷ ବିଷୟରେ କୁହାଯାଇଛି ଯେ ଜନ୍ମାଷ୍ଟମୀ ଦିନ ଏହାକୁ ପୂଜାରେ ଉପଯୋଗ କରିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ସେହି ୮ଟି ଜିନିଷ କଣ, ଯାହାର ଉପୋଯୋଗ କରି ଆପଣ ପାଇ ପାରିବେ କୃଷ୍ଣ ଙ୍କର ବିଶେଷ କୃପା

ମୟୂର ପଙ୍ଖ :

ମୟୂର ପଙ୍ଖ କୃଷ୍ଣ-ରାଧାଙ୍କର ପ୍ରେମର ପ୍ରତୀକ ବୋଲି କୁହାଯାଏ। ରାଧାଙ୍କ ମହଲରେ ଅନେକ ମୟୂର ପକ୍ଷୀ ଥିଲେ। ଯେତେବେଳେ କୃଷ୍ଣ ବଇଁଶି ବା ବାସୁରୀ ବଜାଉଥିଲେ ସେହି ସମୟରେ ରାଧା ନାଚୁଥିଲେ ଓ ତାଙ୍କ ସହିତ ମୟୂର ମଧ୍ୟ ନାଚୁଥିଲା। ମୟୂର ନାଚିବା ବେଳେ ତାର ପଙ୍ଖ ଖସି ତଳେ ପଡିଗଲା। ସେହି ପଙ୍ଖକୁ କୃଷ୍ଣ ଉଠାଇ ନେଇ ନିଜ ମସ୍ତକରେ ଲଗାଇଲେ। ଏହି ମୟୂର ପଙ୍ଖରେ କୃଷ୍ଣଙ୍କୁ ବିଞ୍ଚି ପବନ ଦିଆଯାଉଥିଲା।

ମୟୂର ପଙ୍ଖରେ ମୁକୁଟ :

କୃଷ୍ଣଙ୍କୁ ଶୃଙ୍ଗାର କରିବା ବେଳେ ମୟୂର ପଙ୍ଖରେ  ତିଆରି ମୁକୁଟ ପିନ୍ଧୁଥିଲେ। କୁହାଯାଏ କି  କୃଷ୍ଣଙ୍କ ଜନ୍ମ ଜାତକ କୁଣ୍ଡଳୀରେ ସର୍ପଦୋଷ ଥିଲା। ଏହି ଦୋଷକୁ ଦୂର କରିବା ପାଇଁ ମୟୂର ପଙ୍ଖରେ ତିଆରି ମୁକୁଟ ପିନ୍ଧୁଥିଲେ। କାରଣ ମୟୂର ଓ ସର୍ପ ପରସ୍ପର ମଧ୍ୟରେ ଶତୃତା ଥିଲା। ଏହା ଲଗାଇଲେ କାଳସର୍ପ ଦୋଷ ଦୂର ହୋଇଥାଏ।

ବଇଁଶି ବା ବାସୁରୀ :

ଯେବେ କୃଷ୍ଣ ମଧୁର ଧ୍ଵନିରେ ବଇଁଶି ବଜାଉଥିଲେ ସେତେବେଳେ କେବଳ ଗୋପୀମାନେ ନୁହେଁ ଗାଇମାନେ ମଧ୍ୟ ତାଙ୍କ ପାଖକୁ ପଳାଇ ଆସୁଥିଲେ। ଏହି ବଇଁଶି ବା ବାସୁରୀକୁ ପ୍ରେମ ଓ ଆନନ୍ଦର ପ୍ରତୀକ ବୋଲି କୁହାଯାଏ। ତେଣୁ ଏହାକୁ ମଧ୍ୟ ପୂଜାରେ ସାମିଲ କରିବା ଉଚିତ୍।

ମାଖନ – ମିଶ୍ରି  :

ଭଗବାନ ଶ୍ରୀକୃଷ୍ଣଙ୍କର ଏହା ପ୍ରିୟ ଖାଦ୍ୟ ଅଟେ। ସେ ଗୋପୀମାନଙ୍କ ଠାରୁ ମାଖନ ଚୋରିକରି ଖାଉଥିବାରୁ ତାଙ୍କୁ ମାଖନଚୋର ମଧ୍ୟ କହୁଥିଲେ। ତେଣୁ ପ୍ରସାଦରେ ମାଖନ ମିଶ୍ରି ଭୋଗ ଅବଶ୍ୟ କରନ୍ତୁ।

ଝୁଲଣ :

ଜନ୍ମାଷ୍ଟମୀ ଦିନ ଭଗବାନ କୃଷ୍ଣଙ୍କର ଜନ୍ମଦିନ ପାଳନ କରିଥାଉ। ସେଥିପାଇଁ କୃଷ୍ଣଙ୍କ ବାଳକ ରୂପକୁ ଝୁଲଣରେ ବସାଇ ଝୁଲେଇଥାନ୍ତି। ତାଙ୍କୁ ଝୁଲଣରେ ଆନନ୍ଦ ମିଳେ। ଯେଉଁ ବ୍ୟକ୍ତି ଜନ୍ମାଷ୍ଟମୀ ଦିନ ଝୁଲଣରେ କୃଷ୍ଣଙ୍କୁ ବସାଇ ଝୁଲେଇଥାନ୍ତି ତାଙ୍କୁ ସୁଖ ଓ ଭାଗ୍ୟ ପ୍ରାପ୍ତି ହୋଇଥାଏ।

ନୂଆ ବସ୍ତ୍ର :

ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଥମେ ପଞ୍ଚାମୃତରେ ସ୍ନାନ କରାଯାଏ ଓ ହଳଦିଆ ରଙ୍ଗର ନୂଆ ବସ୍ତ୍ର ପିନ୍ଧାଯାଏ। ଏହାକୁ ଶୁଭ ବୋଲି ମନାଯାଏ। ଏହା ପ୍ରେମ ଓ ବୈରାଗ୍ୟକୁ ଦର୍ଶାଇଥାଏ।

ଗାଈ :

ଭଗବାନ ଶ୍ରୀକୃଷ୍ଣ ଗାଈମାନଙ୍କୁ ଅତି ସ୍ନେହ ଆଦର କରୁଥିଲେ ଓ ଗାଈଙ୍କ ରକ୍ଷକ ମଧ୍ୟ ଥିଲେ। କୁହାଯାଏ କି ସେହି ଦିନ ଗାଈ ବା ବାଛୁରୀକୁ ପୂଜା କରିଲେ ବହୁତ ଶୁଭ ମନାଯାଏ। ଗାଈର ଫଟୋକୁ ମଧ୍ୟ ପୂଜା କରିପାରିବେ।

ଗୀତାପାଠ :

ହିନ୍ଦୁ ଧର୍ମରେ ଗୀତାପାଠର ବହୁତ ମହତ୍ଵ ଅଛି। ଏହି ଗୀତାପାଠ ମନୁଷ୍ୟକୁ ସାଂସାରିକ ମୋହ ମାୟା ଠାରୁ ଦୂରେଇ ଦିଏ। ମହାଭାରତ ସମୟରେ କୃଷ୍ଣ ଅର୍ଜୁନଙ୍କୁ ଗୀତାପାଠର କେତେକ ଉପଦେଶ ଦେଇଥିଲେ। ଏହାକୁ କୃଷ୍ଣ-ବାଣୀ ମଧ୍ୟ କୁହାଯାଏ। ସେଥିପାଇଁ ପୂଜା ସମୟରେ ଗୀତାପାଠର ପୋଥି  ନିଶ୍ଚତ ରଖି ପୂଜା କରନ୍ତୁ। ଗୀତାପାଠକୁ ରାତ୍ରରେ ଜାଗରଣ ସମୟରେ ପଢି ପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!