ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ଗ୍ରହଙ୍କର ଶରୀରର କେଉଁ ଅଙ୍ଗରେ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କାଳ ପୁରୁଷର ବା ଶରୀରର ବିଭିନ୍ନ ସ୍ଥାନକୁ ନେଇ ଗ୍ରହମାନଙ୍କର ଭିନ୍ନ ପ୍ରକାର ପ୍ରଭାବ ପଡିଥାଏ ।   ଗ୍ରହମାନଙ୍କର ନକରାତ୍ମକ ଓ ସକାରାତ୍ମକ ପ୍ରଭାବ ଦ୍ଵାରା ଶରୀରର ପ୍ରତ୍ଯେକ ଅଙ୍ଗ ପ୍ରଭାବିତ ହୋଇଥାଏ । ଯଦି ଶରୀରର କୌଣସି ଅଙ୍ଗ ଖରାପ ବା କଷ୍ଟ ହେଉଛି ତେବେ ଜାଣିବାକୁ ହେବ ଯେ କୌଣସି ଗ୍ରହଙ୍କ ହେତୁ ଏହି କଷ୍ଟ ଭୋଗ ହେଉଛି । ତେଣୁ ସେହି ଗ୍ରହଙ୍କ ଉପାୟ ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ କେଉଁ ଗ୍ରହଙ୍କ ପ୍ରଭାବ ପଡିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶରୀରରେ ଗ୍ରହଙ୍କ ପ୍ରଭାବ :

୧-  ମୁଣ୍ଡର ମଝି ଅଂଶକୁ ରବି ଗ୍ରହଙ୍କ ପ୍ରଭାବ, ହୃଦୟରେ ଚନ୍ଦ୍ରଙ୍କର, ଆଖିରେ ଓ ରକ୍ତରେ ମଙ୍ଗଳଙ୍କର, ଜିଭ ଓ ଦାନ୍ତରେ ବୁଧଙ୍କର, ରଜୋ ଓ ବୀର୍ଯ୍ୟରେ ଶୁକ୍ରଙ୍କର, ନାଭିରେ ଶନିଙ୍କର, ମୁଣ୍ଡ ଓ ମୁହଁରେ ରାହୁଙ୍କର, କଣ୍ଠ ରୁ ହୃଦୟ ପର୍ଯ୍ୟନ୍ତ ଓ ପାଦରେ କେତୁଙ୍କର ପ୍ରଭାବ ପଡିଥାଏ ।

୨- ସେହିପରି ଶରୀର ଭିତରେ ଜଳରେ ଚନ୍ଦ୍ରଙ୍କର, ବାୟୁରେ ଗୁରୁଙ୍କର ଓ ହାଡରେ ଶନିଙ୍କର ପ୍ରଭାବ ପଡିଥାଏ ।

୩- ସେହିପରି ହାତ ଆଙ୍ଗୁଠିର କନିଷ୍ଠ ଆଙ୍ଗୁଠିରେ ବୁଧଙ୍କର, ଅନାମିକା ଆଙ୍ଗୁଠିରେ ରବିଙ୍କର, ମଧ୍ୟମା ଆଙ୍ଗୁଠିରେ ଶନିଙ୍କର, ତର୍ଜନୀ ଆଙ୍ଗୁଠିରେ ଗୁରୁଙ୍କର ଓ ବୁଢା ଆଙ୍ଗୁଠିରେ ଶୁକ୍ରଙ୍କର ପ୍ରଭାବ ପଡିଥାଏ । ଆଙ୍ଗୁଠିର ତଳସ୍ଥାନ ମଧ୍ୟ ଶୁକ୍ରଙ୍କର ପ୍ରଭାବ ପଡିଥାଏ । ଯେପରିକି ଗ୍ରହଙ୍କର ବିପରୀତ ପ୍ରଭାବ ନ ପଡିବ ଓ ଶରୀରକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ କେଉଁ ଗ୍ରହଙ୍କ ପ୍ରଭାବ ପଡିଥାଏ ।

ରବି- ଶରୀରରେ ମୁଣ୍ଡର ମଝି ଅଂଶ ରବି ଗ୍ରହଙ୍କ ସ୍ଥାନ ଅଟେ । ରବିଙ୍କ ପ୍ରଭାବ ମୁଣ୍ଡ ଓ ବୁଦ୍ଧି ଉପରେ ରହିଥାଏ । ସେହିପରି ଅସ୍ଥି, ଅଗ୍ନାଶୟ, କପାଳ, ଆଖି ଓ ହୃଦୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

ଚନ୍ଦ୍ର- ହୃଦୟ ଓ ଶରୀର ଭିତରେ ଜଳ ଉପରେ ପ୍ରଭାବ ପଡିଥାଏ । ଏହାଦ୍ଵାରା ଆମର ମନ ମଧ୍ୟ ପ୍ରଭାବିତ ହୁଏ । ଏହା କଳ୍ପନା କରିବା ଶିଖାଇଥାଏ । ଚନ୍ଦ୍ର ନିଜର ଇଛାଶକ୍ତି ଉପରେ ପ୍ରଭାବିତ କରିଥାଏ ।

ମଙ୍ଗଳ- ଆଖି ଓ ରକ୍ତ ଉପରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡିଥାଏ । ଯଦି ଏହି ଦୁଇଟି ଭଲ ଅଛି ତେବେ ମଙ୍ଗଳ ମଧ୍ୟ ଭଲ ରହିଛନ୍ତି ।  ଏହା ଦ୍ଵାରା ଆମକୁ ସାହସ ଓ ନିର୍ଭୀକତା ମିଳିଥାଏ । ଏହା କଣ୍ଠ, ସତ୍ଵ, ପରାକ୍ରମ ଓ ଗୁଦା ଉପରେ ପ୍ରଭାବିତ କରିଥାଏ ।

ବୁଧ- ଜିଭ, ଦାନ୍ତ ଓ ନିଶ୍ଵାସ ଉପରେ ପ୍ରଭାବ ପଡିଥାଏ । ଏହା ଦ୍ଵାରା ବାଣୀ, ବ୍ୟବହାର ଓ ବୁଦ୍ଧି ସଞ୍ଚାଳିତ ହୋଇଥାଏ । ଏହା ଯୋଗ୍ୟ ଓ ବିଦ୍ୟାବାନ କରିଥାଏ । ବୁଧ ଆମର ପାଚନ ତନ୍ତ୍ର, ଚର୍ମ ଓ ବାୟୁ ଉପରେ ମଧ୍ୟ ପ୍ରଭାବିତ କରିଥାଏ ।

ଗୁରୁ- ନାକ ଓ ଶରୀର ଭିତରେ ବାୟୁ  ଉପରେ ପ୍ରଭାବ ପଡିଥାଏ । ଶରୀରରେ ସ୍ଥିତ ବାୟୁ ଭଲ ଥାଏ ତେବେ ଜ୍ଞାନ ଓ ଭାଗ୍ୟ ଭଲ ରହିବ । ଗୁରୁ ଜ୍ଞାନ, ପିତ୍ତ ଓ ଚର୍ବି ଉପରେ ପ୍ରଭାବ ପଡିଥାଏ ।

ଶୁକ୍ର- ରଜୋବୀର୍ଯ୍ୟ, ରସ ଓ ଚର୍ମ ଉପରେ ଶୁକ୍ରଙ୍କ ପ୍ରଭାବ ପଡିଥାଏ । ଯଦି ଶୁକ୍ର ଭଲରେ ଥିବେ ତେବେ ବ୍ୟକ୍ତି ଆକର୍ଷକ ହେବା ସହିତ ଧନ ଓ ଜୀବନସାଥୀ ସୁଖ ମିଳିଥାଏ । ଶୁକ୍ରଙ୍କର ଗୁପ୍ତାଙ୍ଗ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

ଶନି- ହାଡ ନାଭି ଉପରେ ଶନିଙ୍କ ପ୍ରଭାବ ରହିଥାଏ । ଶରୀରର ହାଡ ମଜବୁତ ନ ଥାଏ ତେବେ କଷ୍ଟ ଭୋଗ ହେବ । ନାଭି ଆମର ଜୀବନର କେନ୍ଦ୍ର ଅଟେ । ଶନି ଭଲରେ ଥିଲେ ବ୍ୟକ୍ତି ଜ୍ଞାନୀ ଓ ଧନୀ ହେବ । ଶନିଙ୍କର ଆଣ୍ଠୁ, ଗଣ୍ଠି, ସ୍ନାୟୁ ଓ କଫ ଉପରେ ବିଶେଷ ପ୍ରଭାବ ପଡେ ।

ରାହୁ- ରାହୁଙ୍କର ମୁଣ୍ଡର ଚୁଟି ଓ ମୁହଁରେ ପ୍ରଭାବ ପଡିଥାଏ । ରାହୁ ଅନ୍ତନାଡି ରେ ମଧ୍ୟ ପ୍ରଭାବ ପକାଇଥାନ୍ତି ।

କେତୁ- କଣ୍ଠ ରୁ ହୃଦୟ ପର୍ଯ୍ୟନ୍ତ ଓ ପାଦରେ କେତୁଙ୍କର ପ୍ରଭାବ ପଡିଥାଏ । କେତୁ ରହସ୍ୟମୟୀ ବିଦ୍ୟାରେ ନିପୁଣ କରିଥାନ୍ତି । କେତୁ ଶିରା ପ୍ରଶିରା, ଅନ୍ତନାଡିରେ ମଧ୍ୟ ପ୍ରଭାବ ପକାଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!