ଜାଣନ୍ତୁ ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିଲେ କଣ ଲାଭ ଓ କଣ କ୍ଷତି- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରର କବାଟ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ବା ଅନ୍ୟ କୌଣସି ଦିଗରେ ବା କୋଣରେ ରହିଥାଏ ତେବେ ସବୁ ବାସ୍ତୁ ଅନୁସାରେ ଅଲଗା ଅଲଗା ପ୍ରଭାବ ପଡିଥାଏ । ଘରର କବାଟ ଲାଗିବା ଦିଗରେ ହିଁ ଘରର ଦଶା ମଧ୍ୟ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ କବାଟ ରହିଲେ କଣ ଲାଭ ହୁଏ ଓ କଣ କ୍ଷତି ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧ । ପୂର୍ବ- ଘର କବାଟ ପୂର୍ବ ଦିଗକୁ ରହିଥିଲେ ଅତ୍ୟନ୍ତ ଶୁଭ ହୁଏ, କିନ୍ତୁ ଐଶାନ୍ୟ କୋଣରୁ ଅଗ୍ନିକୋଣ ପର୍ଯ୍ୟନ୍ତ ଯେତେଫୁଟ  ଥିବ ତାହାକୁ ନଅଭାଗ କରି ତୃତୀୟ ଓ ପଞ୍ଚମ ଭାଗରେ ଦ୍ଵାର କଲେ ଶୁଭ ହେବାର ଗ୍ୟାରେଣ୍ଟି ଥାଏ ଓ ଏହା ବହୁମୂଖୀ ବିକାଶ ଓ ସମୃଦ୍ଧି ପ୍ରଦାନ କରିଥାଏ । ଅନ୍ୟଭାଗରେ ଦ୍ଵାରହେଲେ ଭିନ୍ନ ଭିନ୍ନ ସମସ୍ଯା ଦେଖାଦିଏ ତେଣୁ ବୁଝି ବିଚାରି ଦ୍ଵାର କରିବା ଉଚିତ୍ ।

୨ । ପଶ୍ଚିମ- ପଶ୍ଚିମ ଦିଗରେ କବାଟ ରହିଲେ ଘରର ସୁଖ ଦୂର ହୋଇଯାଏ । ଏହା ବ୍ୟବସାୟରେ ଲାଭ ମିଳିଥାଏ, କିନ୍ତୁ ଏହି ଲାଭ ଅସ୍ଥାୟୀ ହୁଏ । ସଜା ଭୋଗିବାକୁ ପଡିଥାଏ । ଜରୁରୀ ନୁହେଁ ଯେ ପଶ୍ଚିମ ଦିଗର କବାଟ ସବୁବେଳେ କ୍ଷତି ହେବ । ତେଣୁ ବୁଝି ବିଚାରି ଦ୍ଵାର କରିବା ଉଚିତ୍ ।

୩ । ଉତ୍ତର- ଉତ୍ତର ଦିଗରେ କବାଟ ସବୁବେଳେ ଲାଭକାରୀ ହୋଇଥାଏ । ଏହି ଦିଗରେ ଝରକା, କବାଟ ଓ ବାଲ୍କୋନୀ ହେବା ଉଚିତ୍ । ଏହି ଦିଗରେ କବାଟ ସମୃଦ୍ଧି, ପ୍ରସିଦ୍ଧ ଓ ପ୍ରସନ୍ନତା ଆଣିଥାଏ । କିନ୍ତୁ ବାୟୁ କୋଣରୁ ଐଶାନ୍ୟକୋଣ ପର୍ଯ୍ୟନ୍ତ ଯେତେଫୁଟ ଥିବ ତାହାକୁ ନଅଭାଗ କରି ତୃତୀୟ ଓ ପଞ୍ଚମ ଭାଗରେ ଦ୍ଵାର କଲେ ଶୁଭ ହେବ ।

୪ । ଦକ୍ଷିଣ- ଦକ୍ଷିଣ ଦିଗରେ କବାଟ ରହିଲେ ସମସ୍ତ ପ୍ରକାର ସୁଖ ସୌଭାଗ୍ୟ ଭୋଗ କରିଥାନ୍ତି । ଯଶ, ମାନସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଏ । କିନ୍ତୁ ଅଗ୍ନି କୋଣରୁ ନୈରୁତକୋଣ ପର୍ଯ୍ୟନ୍ତ ଯେତେଫୁଟ  ଥିବ ତାହାକୁ ନଅଭାଗ କରି ଚତୁର୍ଥ ଓ ପଞ୍ଚମ ଭାଗରେ ଦ୍ଵାର କଲେ ଶୁଭ ହେବ ।  ଅନ୍ୟ ଭାଗରେ ଦ୍ଵାରକଲେ ଆର୍ଥିକ ଓ ମାନସିକ ଚିନ୍ତା ବୃଦ୍ଧି ପାଇବା ସହ ସ୍ଥାଇ ରୋଗରେ ପୀଡିତ ହେବାକୁ ପଡେ ।

୫ । ଆଗ୍ନେୟ କୋଣ- ଏହି କୋଣରେ କବାଟ ରହିଲେ ରୋଗ ଓ ଘରେ କଳହ ସୃଷ୍ଟି ହୋଇଥାଏ । ଏହି କବାଟ ସବୁବେଳେ ଉନ୍ନତିରେ ବାଧା ଦେଇଥାଏ । ବାରମ୍ବାର ଆର୍ଥିକ ହାନି ମଧ୍ୟ ହୋଇଥାଏ ।

୬ । ନୈରୁତ କୋଣ- ଏହି କୋଣରେ କବାଟ ରହିଲେ ଚିନ୍ତାକୁ ଆମନ୍ତ୍ରଣ କରେ । ନୈରୁତ କୋଣରେ କବାଟ ଶରୀର କଷ୍ଟ ବା ଦୁଶ୍ଚିନ୍ତା ସୃଷ୍ଟି ହୁଏ ଓ ଏହା ଖୋଲା ରହିଲେ ଅନେକ ପ୍ରକାର ସମସ୍ୟା ଦେଖାଦିଏ ।

୭ । ବାୟବ୍ୟ କୋଣ- ଉତ୍ତର ବା ପଶ୍ଚିମ ଦିଗରେ କବାଟ ଥିଲେ ଘରର ସଦସ୍ୟଙ୍କ ଆଧ୍ୟାତ୍ମ୍ୟ ଭାବବୃଦ୍ଧି ପାଏ । କିନ୍ତୁ ଦାରିଦ୍ରତା ଆଡକୁ ଟାଣିନିଏ । ଯଦି ଏହି କୋଣ ଅଳିଆ ଅସନା ରହିଥାଏ ତେବେ ବହୁତ କ୍ଷତି ହୋଇଥାଏ ।

୮ । ଐଶାନ୍ୟ କୋଣ- ଏହି କୋଣରେ କବାଟ ରହିଲେ ଶାନ୍ତି, ଉନ୍ନତି, ସମୃଦ୍ଧି ଓ ଖୁସିରେ ବାଧା ସୃଷ୍ଟିହୁଏ । ଏହି କୋଣ ଭିତର ବାହାର ପରିଷ୍କାର ପରିଛନ୍ନ ରହିବା ସହ ହାଲୁକା ନିଚ୍ଚା ଓ ଫାଙ୍କା ରହିଲେ ଧନଜନ ଗୋଲକ୍ଷ୍ମୀ ସବୁବେଳେ ଭରପୁର ରହିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!