କଣ ଯଜ୍ଞରେ ସ୍ଵାହା ନ କହିଲେ ଯଜ୍ଞର ଫଳ ମିଳେ ନାହିଁ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଉଲ୍ଲେଖ ଅଛି ଯେ ରାଜା ଦକ୍ଷଙ୍କ ଝିଅର ନାମ ସ୍ଵାହା ଥିଲା । ତାଙ୍କୁ ଅଗ୍ନିଦେବଙ୍କ ସହିତ ବିବାହ କରାଯାଇଥିଲା । ସେଥିପାଇଁ ଯେତେବେଳେ ଅଗ୍ନିଙ୍କୁ ଯାହା କିଛି ସମର୍ପଣ କରାଯାଏ ତାହାକୁ ସ୍ଵାହା ନ କହି ସମର୍ପିତ କଲେ ଅଗ୍ନିଦେବ ତାକୁ ସ୍ଵୀକାର କରନ୍ତି ନାହିଁ । ପୃଥିବୀର ସୃଷ୍ଟିରୁ ମୁନି ଋଷିଙ୍କର ଦେଶ ଥିଲା । ଏଠାରେ ଯେଉଁ ଧର୍ମ କାର୍ଯ୍ୟର ଆୟୋଜନ ହେଉଛି ତାହା ମୁନି ଋଷିଙ୍କ ପରମ୍ପରା ଅଟେ । ପୂର୍ବ କାଳରେ ଋଷିମାନେ ଯଜ୍ଞ ହୋମ ଦ୍ଵାରା ଲୋକମାନଙ୍କର କଲ୍ୟାଣ ହେବାର ଉପାୟ କରୁଥିଲେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ମଧ୍ୟ ଘରେ ଘରେ କୌଣସି ଶୁଭ କାର୍ଯ୍ୟ କରାଯାଏ ତେବେ ଯଜ୍ଞ ହୋମ ନିଶ୍ଚିତ କରିଥାନ୍ତି । କୁହାଯାଏ କି ଯେ କୌଣସି ପୂଜା ପାଠ ବିନା ଯଜ୍ଞରେ ପୂରଣ ହୁଏ ନାହିଁ । ଆପଣ ଯଦି କେଉଁଠାରେ ଯଜ୍ଞ ହେବାର ଦେଖିଥିବେ ସେଠାରେ କୁଣ୍ଡରେ ଯଜ୍ଞ ସାମଗ୍ରୀ ପକାଇବା ପରେ ସ୍ଵାହା ଶବ୍ଦ କହିବାକୁ କୁହାଯାଏ । ଯଦି ଯଜ୍ଞ କରିବା ସମୟରେ ସ୍ଵାହା କୁହାଯାଏ ନାହିଁ ତେବେ ଯଜ୍ଞ ସାମଗ୍ରୀକୁ ସବୁ ଦେବୀ ଦେବତାମାନେ ସ୍ଵୀକାର କରନ୍ତି ନାହିଁ ଓ ଯଜ୍ଞର ଫଳ ମିଳେ ନାହିଁ ।

ଆସନ୍ତୁ ଜାଣିବା ସ୍ଵାହା ଶବ୍ଦର ରହସ୍ୟ-

ଧାର୍ମିକ ଗ୍ରନ୍ଥରେ ସ୍ଵାହା କୁ ନେଇ ବହୁତ କିବଦନ୍ତୀ ପ୍ରଚଳିତ ଅଛି । କୁହାଯାଏ କି ସ୍ଵାହା ରାଜା ଦକ୍ଷଙ୍କର ଝିଅ ଥିଲେ । ତାଙ୍କୁ ଅଗ୍ନିଦେବଙ୍କ ସହିତ ବିବାହ କରାଯାଇଥିଲା । ସେଥିପାଇଁ ଯେତେବେଳେ ଅଗ୍ନିଙ୍କୁ ଯାହା କିଛି ସମର୍ପଣ କରାଯାଏ ତାହାକୁ ସ୍ଵାହା ନ କହି ସମର୍ପିତ କଲେ ଅଗ୍ନିଦେବ ତାକୁ ସ୍ଵୀକାର କରନ୍ତି ନାହିଁ ।

ସେହିପରି ଆଉ ଏକ କଥା ଅଛି ଯେ ପ୍ରକୃତିର ଏକ କଳା ରୂପରେ ସ୍ଵାହା ଜନ୍ମ ହୋଇଥିଲେ । ସ୍ଵାହାଙ୍କୁ ଭଗବାନ କୃଷ୍ଣଙ୍କ ଠାରୁ ଏହି ଆଶୀର୍ବାଦ ପ୍ରାପ୍ତ ହୋଇଥିଲା ଯେ କି ଦେବତାଙ୍କୁ ଯଜ୍ଞର ଯେ କୌଣସି ସାମଗ୍ରୀ ବିନା ସ୍ଵାହାରେ ସମର୍ପଣ କରାଯାଏ ତାହା ଦେବତା ମାନେ ଗ୍ରହଣ କରନ୍ତି ନାହିଁ । ସେଥିପାଇଁ ଯେତେବେଳେ ଯଜ୍ଞ ହୋମ କୁଣ୍ଡରେ ପୂଜା ସାମଗ୍ରୀ ସମର୍ପିତ କରିଥାଉ, ତେବେ ସ୍ଵାହା ଉଚ୍ଚାରଣ କରିବା ଅନିବାର୍ଯ୍ୟ ହୋଇଥାଏ ।

ସେହିପରି ଆଉ ଏକ କଥା କୁହାଯାଇଛି ଯେ ଥରେ ଦେବତାଙ୍କର ଅକାଳ ସମୟ ପଡିଥିଲା ଓ ଖାଇବା ପିଇବାକୁ ମଧ୍ୟ ପାଇ ନ ଥିଲେ । ଏହି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଭଗବାନ ବ୍ରହ୍ମା ଏକ ଉପାୟ ଦ୍ଵାରା ପୃଥିବୀରେ ବ୍ରାହ୍ମଣମାନଙ୍କ ଦ୍ଵାରା ଖାଦ୍ୟ ସାମଗ୍ରୀ କେମିତି ଦେବତାଙ୍କ ପାଖକୁ ଯାଇପାରିବ ।  ସେଥିପାଇଁ ଅଗ୍ନିଦେବଙ୍କୁ ଡାକିଲେ, କାରଣ ଏହା ଏପରି ଏକ ଜିନିଷ ଯିବା ପରେ ଯେ କୌଣସି ସାମଗ୍ରୀ ପବିତ୍ର ହୋଇଯାଏ ।

ଯାହା କି ତାକୁ ଭସ୍ମ କରିବାର କ୍ଷମତା ଅଗ୍ନିଦେବଙ୍କର ନଥିଲା । ସେଥିପାଇଁ ସ୍ଵାହାର ଉତ୍ପତ୍ତି ହେଲା ଓ ସ୍ଵାହାକୁ ଆଦେଶ ଦେଲେ ଯେ ସେ ଅଗ୍ନିଦେବଙ୍କ ପାଖରେ ରହିବେ । ଏହାପରେ ଯେ କୌଣସି ଜିନିଷ ଅଗ୍ନିଦେବଙ୍କୁ ସମର୍ପଣ କରାଯାଏ ତାକୁ ସ୍ଵାହା ଭସ୍ମ କରି ଦେବତାଙ୍କ ପାଖରେ ପହଞ୍ଚାଇ ପାରିବେ ।

ଏହି କାରଣରୁ ଯେବେ ମଧ୍ୟ ଅଗ୍ନିରେ କୌଣସି ଜିନିଷ ପୂଜା ସାମଗ୍ରୀ ସମର୍ପଣ କରାଯାଏ, ତାକୁ ସ୍ଵାହା କହି ବିଧିକୁ ପୂରଣ କରାଯାଏ । ଯାହା କି ଖାଦ୍ୟ ବା ପୂଜା ସାମଗ୍ରୀ ଦେବତା ଙ୍କ ପାଖରେ ପହଞ୍ଚି ପାରିବ । ସେହି କାରଣରୁ ଯଜ୍ଞ ହୋମରେ ପୂଜା ସାମଗ୍ରୀ ପକାଇବା ପରେ ସ୍ଵାହା କହିବା ଧାର୍ମିକ ରୂପରେ ଅନିବାର୍ଯ୍ୟ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!