ଯଦି ଆପଣ ସୁସ୍ଥ ଜୀବନ ଜାପନ କରିବାକୁ ଚାହୁଁଥାନ୍ତି ତେବେ କେବେବି ଏହି ୩ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆଜିକାଲିର ଜୀବନଶୈଳୀ ଏତେ ଖରାପ ହୋଇଗଲାଣି ଯେ ଲୋକେ ବହୁତ ଅଳ୍ପ ବୟସରେ ଅନେକ ରୋଗରେ ପୀଡିତ ହୋଇଯାଉଛନ୍ତି । ସେଥିପାଇଁ ଆଜି ଆମେ ପନାଙ୍କୁ କିଛି ଏଭଳି ବିଷୟରେ କହିବୁ ଯାହାକୁ ଅପଣାଇଲେ ଆପଣ ଆପଣଙ୍କ ଜୀବନରେ ଅନେକ ରୋରୁ ବାଙ୍କି ପାରିବେ ଓ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚି ପାରିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
Image Courtesy: Google

୧- ଆଙ୍ଗୁଠି ଓ  ବେକ ଫୁଟେଇବା-

ଲୋକମାନେ ଆଙ୍ଗୁଠି ଓ  ବା ବେକକୁ  ଫୁଟେଇ ଥାନ୍ତି । ଏଥିରେ ଆୟୁଷ ହାନି ହେବା ସହିତ ଦରିଦ୍ରତା ବୃଦ୍ଧି ପାଏ । ବାସ୍ତବରେ କେତେକ ଲୋକ ବାରମ୍ବାର ଆଙ୍ଗୁଠିକୁ ଫୁଟେଇ ଥାନ୍ତି । ଏପରି କଲେ ଜ୍ଵର, ଆଣ୍ଠୁ, ଗଣ୍ଠିରେ ଦରଜ ହୁଏ । ବୃଦ୍ଧାବୃଦ୍ଧ ସମୟରେ ଆଙ୍ଗୁଠି ଦୁର୍ବଳ ହୋଇଯାଏ ଅର୍ଥାତ ଯେ କୌଣସି ଜିନିଷ ଧରିବା ପାଇଁ ଶକ୍ତି ପାଏ ନାହିଁ । କେତେକ ଲୋକ ବାରମ୍ବାର ବିଭିନ୍ନହାଡ ମଧ୍ୟ ଫୁଟେଇ ଥାନ୍ତି । କୁହାଯାଏ କି ଏହିପରି କଲେ ଲକ୍ଷ୍ମୀ ଚାଲି ଯାଆନ୍ତି । ଅନେକ ଲୋକ ଶରୀରର ଅନ୍ୟ ଅଙ୍ଗର ହାଡକୁ ଫୁଟାନ୍ତି, ଯାହା ଫଳରେ ହାଡ ଦୁର୍ବଳ ହୋଇଯାଏ । ଏହିପରି କଲେ ବୃଦ୍ଧାବୃଦ୍ଧ ସମୟରେ ଶକ୍ତି ହ୍ରାସ ପାଏ ।

Image Courtesy: Google

୨-ନିଶା ଦ୍ରବ୍ୟ-

ଯେ କୌଣସି ନିଶା ଦ୍ରବ୍ୟ ସେବନ କରିଲେ ସ୍ୱାସ୍ଥ୍ୟ ଖରାପ ହୁଏ, ସୁଖ ସମୃଦ୍ଧି ନଷ୍ଟ ହୋଇଯାଏ । ଆପଣ ଯେତେ ବଡ ଧନୀଲୋକ ହୋଇଥାନ୍ତୁ, କିନ୍ତୁ ନିଶା ଦ୍ରବ୍ୟ ସେବନ କରିଲେ ପରିବାର ଛିନ୍ନଭିନ୍ନ ହୋଇଯାଏ । ନିଜେ ମଧ୍ୟ ତଳିତଳାନ୍ତ ହୋଇଯାନ୍ତି । ଅନେକ ଲୋକଙ୍କୁ ଦେଖିଥିବେ ଯେ ନିଶାଶକ୍ତ ବ୍ୟକ୍ତିମାନେ ଜଙ୍ଗଲରେ ହେଉ ବା ନିଛାଟିଆ ଅଞ୍ଚଳରେ ହେଉ ନିଶା ଦ୍ରବ୍ୟ ସେବନ  କରିବାକୁ ଏକାଠି ହୁଅନ୍ତି । ଏହି ଖରାପ ଅଭ୍ୟାସ ଯେ କୌଣସି ସମୟରେ ସେମାନଙ୍କୁ ବିପଦ ମୁଖକୁ ଠେଲି ଦେଇଥାଏ ।

Image Courtesy: Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ସ୍ଥାନରେ ଖାଦ୍ୟ ଖାଇବା ଦ୍ଵାରା ରାହୁ ଓ କେତୁ ଗ୍ରହଙ୍କ ପ୍ରକୋପ ବୃଦ୍ଧି ପାଏ । କୁହାଯାଏ କି ଏହି ସ୍ଥିତିରେ ଭୁତମାନେ ସକ୍ରିୟ ହୋଇ ଜୀବନରେ ଦୁଃଖ ଭରି ଦିଅନ୍ତି । ବର୍ତ୍ତମାନ ସମୟରେ ହୋଲି, ଦୀପାବଳି, ଦଶହରା ଆଦି ସବୁ ପର୍ବରେ ଲୋକମାନେ ମଦ୍ୟପାନ କରୁଛନ୍ତି । ଯାହା କି ଏହା ପାପ କର୍ମ ସହିତ ସମାନ ଅଟେ । ଯେ କୌଣସି ପର୍ବ, ଉତ୍ସବରେ ମଦ ପିଇଲେ ଏହାର ପରିଣାମ ସ୍ୱରୂପ ଅଧିକ କଷ୍ଟ ଭୋଗ କରିବାକୁ ପଡେ । ଶାସ୍ତ୍ର ପୁରାଣରେ ମଦ୍ୟପାନ ନିଷେଧ କରାଯାଇଛି । ମଦ୍ୟପାନ କରିବାରେ କଣ ଭୁଲ୍ ଆପଣ ନିଶ୍ଚିତ ଭାବୁଥିବେ ।

୩- ତାନ୍ତ୍ରିକ ବା ବାମ କର୍ମ-

ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଶୀଘ୍ର ସଫଳତା ପାଇବାକୁ କିମ୍ବା କାହାକୁ ପ୍ରଭାବିତ କରିବା ପାଇଁ ତନ୍ତ୍ର ବା ବାମ କର୍ମକୁ ସମର୍ଥନ କରନ୍ତି । ସେମାନେ ତାନ୍ତ୍ରିକ ବା ଫକୀରଙ୍କ ପାଖକୁ ଯାଆନ୍ତି । ଏହିପରି ଲୋକମାନେ ନିଜର ଏପରି କର୍ମ ପାଇଁ ପରେ ଅନୁତାପ କରିଥାନ୍ତି ସତ କିନ୍ତୁ ସମାଜ ତାଙ୍କୁ କ୍ଷମା କରେନୀ । ତୁଳସୀ ଦାସ ରାମଚରିତ ମାନସରେ ଲେଖିଛନ୍ତି ବାମର ଅର୍ଥ ହେଉଛି ଯିଏ ଦୁନିଆର ସବୁ କ୍ଷେତ୍ରରେ ନକରାତ୍ମକତା ସୃଷ୍ଟି କରେ, ନିୟମ, ପରମ୍ପରା, ସର୍ବସାଧାରଣ ଆଚରଣର କଠୋର ପ୍ରତିଦ୍ଵନ୍ଦୀ ସେ ହେଉଛି ବାମପନ୍ଥୀ ।

Image Courtesy: Google

ଏହି କାର୍ଯ୍ୟ କରୁଥିବା ଲୋକମାନେ ଓ କରଉଥିବା ଲୋକମାନେ ଭବିଷ୍ୟତ ବଂଶଧରଙ୍କ ପାଇଁ ବିପଦର ରାସ୍ତା ଖୋଲିଦେଇ ଯାଇଥାନ୍ତି । ଯାହାଫଳରେ ନିଜେଦୁଃଖରେ କାଳାତିପାତ କରିବା ସହ ଭବିଷ୍ୟତ ବଂଶଧରଙ୍କୁ ମଧ୍ୟ ଶରୀର କଷ୍ଟ ମାନସିକ ପୀଡା ଆର୍ଥିକ ଅନାଟନ ଭୋଗିବାକୁ ଛାଡି ଯାଆନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!