Hastrekha Shastra:- ହାତରେ ଥିବା ଏହି ଚିହ୍ନ କହିଥାଏ ଭବିଷ୍ୟତରେ କିଭଳି ହେବ ଆପଣଙ୍କ ଘର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଲୋକମାନଙ୍କର ତିନୋଟି ଜିନିଷ ଆବଶ୍ୟକ ହୋଇଥାଏ । ତାହା ଖାଦ୍ୟ, ବସ୍ତ୍ର ଓ ଘର । ଏଥିରୁ ମନୁଷ୍ୟ ଖାଦ୍ୟ ଓ ବସ୍ତ୍ରକୁ ଅତି ସହଜରେ ପୂରଣ କରିଦିଏ, କିନ୍ତୁ ବର୍ତ୍ତମାନ ସମୟରେ ନିଜର ଘର ଗୋଟିଏ କରିବା ବହୁତ କଷ୍ଟ ଅଟେ । ସମସ୍ତେ ଇଛା କରନ୍ତି ଯେ ନିଜର ଏକ ଘର ଥାଉ, ଯାହା କି ସେ ନିଜ ପରିବାର ସହିତ ଆନନ୍ଦରେ ଜୀବନ ବିତାଇବ । କହିବାକୁ ଗଲେ ଅନେକ ଲୋକମାନେ ବହୁତ ପରିଶ୍ରମ କରି ଯେତେ ଚେଷ୍ଟା କଲେ ମଧ୍ୟ ନିଜର ଗୋଟିଏ ଘର କରିପାରନ୍ତି ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେମାନେ ବାଧ୍ୟ ହୋଇ ଭଡା ଘରେ ଜୀବନ ବିତାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ଯେ ଏହାର ସମ୍ବନ୍ଧ ହାତରେ ଥିବା ରେଖା ସହିତ ଜଡିତ ଅଛି । ବ୍ୟକ୍ତିର କର୍ମଫଳ ସହିତ ତାର ହାତରେ ଥିବା ରେଖା ମଧ୍ୟ ଶୁଭ ହେବା ବହୁତ ଆବଶ୍ୟକ ହୋଇଥାଏ । ଶାସ୍ତ୍ରରେ ହାତରେ ଥିବା ରେଖାକୁ ଦେଖି ବ୍ୟକ୍ତି ବିଷୟରେ ଜାଣିହୁଏ । ତେଣୁ ହାତରେ ଥିବା ରେଖା ଏହି ସଂକେତ ଦେଇଥାଏ ଯେ ଭବିଷ୍ୟତରେ ଆପଣଙ୍କର କେମିତିକା ଘର ହେବ । ତେବେ ଆସନ୍ତୁ ଜାଣିବା କେଉଁ ରେଖା ଚିହ୍ନ ଦେଖି ଘର ବିଷୟରେ ଜାଣି ହେବ ।

ଆଙ୍ଗୁଠି ଛୋଟ ଛୋଟ ହେବା ବା କମ ଖୋଲା ହେଉଥିବା-

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ହାତର ଆଙ୍ଗୁଠି କମ ଖୋଲି ହେଉଥିବା ଅର୍ଥାତ ବୃଦ୍ଧା ଆଙ୍ଗୁଠି ଠାରୁ ତର୍ଜନୀ ଆଙ୍ଗୁଠିର କମ ଦୂରତା ହେଉଥିବ ବା ଆଙ୍ଗୁଠି ଛୋଟ ଥିବ । ଏହିପରି ଲୋକମାନଙ୍କର ଜୀବନରେ ଏକ ବଡ ଘର ପ୍ରାପ୍ତ ହେବାର ସମ୍ଭାବନା ବହୁତ କମ ହୋଇଥାଏ । ଯାହାକି ଏହି ଲୋକମାନେ ଜୀବନରେ ଛୋଟ ଘରେ ହିଁ ବ୍ୟତୀତ ହୋଇଥାଏ ।

ମଙ୍ଗଳ ପର୍ବତ ଉଚ୍ଚା ହେବା-

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ହାତରେ ମଙ୍ଗଳ ପର୍ବତର ସ୍ଥାନ ଉଚ୍ଚା ହୋଇଥିବ ତେବେ ଏହିପରି ବ୍ୟକ୍ତିକୁ ତାହାର ଜୀବନରେ ନିଜର ଘରର ସୁଖ ପ୍ରାପ୍ତ ହୋଇଥାଏ । ଏହା ସହିତ ଯଦି ବ୍ୟକ୍ତିର ହାତରେ ମଙ୍ଗଳ ପର୍ବତରେ ମାଛ, ଶଙ୍ଖ ପରି ଶୁଭ ଚିହ୍ନ ରହିଥାଏ ତେବେ ବ୍ୟକ୍ତିର ଆୟ ଭଲ ହେବା ସହିତ ନିଜସ୍ଵ ଘର ମଧ୍ୟ ହୋଇଥାଏ ।

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ହାତରେ ଚନ୍ଦ୍ର ପର୍ବତ ବା ଶନି ପର୍ବତରେ ରେଖା ଭାଗ୍ୟରେଖା ଓ ଜୀବନ ରେଖା ପର୍ଯ୍ୟନ୍ତ ଯାଇଥାଏ ତେବେ ଘର ପ୍ରାପ୍ତି ପାଇଁ ଏହା ବହୁତ ଭଲ ସଂକେତ ହୋଇଥାଏ ବୋଲି କୁହାଯାଏ । ସେମାନେ ଭୂମି ନ କିଣି ସିଧା ଘର କିଣିଥାନ୍ତି । ଏହା ସହିତ ଏହି ଲୋକମାନେ ଜୀବନରେ ଶ୍ଵଶୁର ଘର ପକ୍ଷରୁ ମଧ୍ୟ ଘର ପ୍ରାପ୍ତି ହେବାର ଯୋଗ ରହିଥାଏ ।

ହାତରେ ତ୍ରିକୋଣ ଚିହ୍ନ-

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ହାତରେ ଗୋଟିଏରୁ ଅଧିକ ଭାଗ୍ୟରେଖା ଥାଏ ବା ପୁଣି ଜୀବନ ରେଖାରେ ତ୍ରିକୋଣ ଚିହ୍ନ ରହିଥାଏ ତେବେ ଏହିପରି ବ୍ୟକ୍ତି ପରିଶ୍ରମ ଓ ଧ୍ୟାନ ବଳରେ ଘର ହାସିଲ କରିବା ସହିତ କୁହାଯାଏ କି କମ ବୟସରେ ହିଁ ଘର ସୁଖ ପ୍ରାପ୍ତ ହୋଇଥାନ୍ତି । ଏମାନେ ଏକ ଖୋଲା ସ୍ଥାନରେ ଘର ତିଆରି କରିବାକୁ ପସନ୍ଦ କରନ୍ତି ।

ଆଙ୍ଗୁଠି ପାଖରେ ଥିବା ରେଖା ଚିହ୍ନ-

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ଯେଉଁ ବ୍ୟକ୍ତିର ହାତରେ ଆଙ୍ଗୁଠି ପାଖର ଉପରକୁ ରେଖା ଚିହ୍ନ ଯାଇଥାଏ ତେବେ ବ୍ୟକ୍ତିର ଜୀବନରେ ନିଜସ୍ଵ ଘର ସୁଖ ପ୍ରାପ୍ତି ହୋଇଥାଏ । କିନ୍ତୁ ଏହି ଲୋକମାନଙ୍କର ୩୪ବର୍ଷରୁ ୪୮ବର୍ଷ ବୟସ ମଧ୍ୟରେ ନିଜସ୍ଵ ଘର ତିଆରି କରିଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!