ହୋଲିରେ ରାଶି ଅନୁସାରେ ଖେଳନ୍ତୁ ରଙ୍ଗ, ଚମକି ଉଠିବ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ହୋଲି ପର୍ବ ପାଳନ କରାଯାଏ । ଏହି ପର୍ବରେ ଦେଶ ବିଦେଶ, ସହର ଗାଁ ଗହଳରେ ହୋଲି ଖେଳିବା ପାଇଁ ସମସ୍ତେ ତତ୍ପର ହୋଇଉଠନ୍ତି । ଲୋକମାନେ ହୋଲି ଉତ୍ସବଟିକୁ ଭଲଭାବରେ ପାଳନ କରିଥାନ୍ତି । ହୋଲି ପର୍ବ ସମସ୍ତଙ୍କ ମନରେ ଖୁସି ଉତ୍ସାହ ଭରିଦିଏ । ଏହି ପର୍ବରେ ଜଣେ ଅନ୍ୟଜଣକୁ ରଙ୍ଗ ବୋଳାବୋଳି ହୋଇ ଖେଳ ଖେଳିଥାନ୍ତି । ୨୦୨୧ମସିହା ମାର୍ଚ୍ଚମାସ ୨୯ ତାରିଖରେ ଏହି ହୋଲି ପର୍ବ ପାଳନ କରାଯିବ । ଏହି ଉତ୍ସବରେ ଯଦି ନିଜ ରାଶି ଅନୁସାରେ ରଙ୍ଗ ଖେଳନ୍ତି ତେବେ ଆପଣଙ୍କ ଜୀବନରେ ଖୁସି ବୃଦ୍ଧି ପାଇବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର କେଉଁ ରଙ୍ଗ ପ୍ରୟୋଗ କଲେ ଶୁଭ ପ୍ରାପ୍ତି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆପଣଙ୍କ ରାଶି ଓ ରଙ୍ଗ :-

ମେଷରାଶି- ମେଷ ରାଶିର ମହିଳା ଓ ପୁରୁଷମାନେ ଉତ୍ସାହୀ ହୋଇଥାନ୍ତି । ଯଦି ଆପଣ ଲାଲ ଓ ଗୋଲାପି ରଙ୍ଗ ବ୍ୟବହାର କରନ୍ତି ତେବେ ସକରାତ୍ମକ ଉର୍ଜା ସଞ୍ଚାର ହୋଇ ଭାଗ୍ୟଶାଳୀ କରିବାରେ ସାହାଯ୍ୟ କରେ । କାରଣ ଏହି ରଙ୍ଗ ସାହସ, ବିଶ୍ୱାସ ଓ ପ୍ରେମର ପ୍ରତୀକରଙ୍ଗ ବୋଲି କୁହାଯାଏ । ପ୍ରାୟତଃ ଏହି ରାଶିର ବ୍ୟକ୍ତି ବିଲକ୍ଷଣ ମଧ୍ୟ ହୁଅନ୍ତି । ସେଥିପାଇଁ ଏହି ରଙ୍ଗରେ ହୋଲି ଖେଳିଲେ ମଙ୍ଗଳ ଦାୟକ, ନିରନ୍ତର ଉତ୍ସାହ ଓ ଉର୍ଜା ସଞ୍ଚାର ହୋଇଥାଏ । ବିଶେଷ କରି ନାଲି, ଗୋଲାପିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ଉତ୍ସାହ, ଉଦ୍ଦୀପନା, ଆନନ୍ଦ, ଉଲ୍ଲାସ ଓ ଆଗ୍ରହଯୁକ୍ତ ହୋଇପାରିବେ ।

ବୃଷରାଶି- ବୃଷ ରାଶିର ମହିଳା ଓ ପୁରୁଷମାନଙ୍କ ପାଇଁ ଫିକାନୀଳ ଓ ଆକାଶିଆ ରଙ୍ଗ ସବୁଠାରୁ ଅନୁକୂଳ ହେବ । ଏହି ରଙ୍ଗ ରାଶିପ୍ରତି ସହଜତା ପ୍ରଦାନ କରିଥାଏ । ନକରାତ୍ମକ ଶକ୍ତିକୁ ବିନାସ କରି ଜୀବନରେ ସ୍ଥିରତା ଓ ସୌହାର୍ଦ୍ଧ ମଧ୍ୟ ମିଳିଥାଏ । ସେଥିପାଇଁ ଏହି ରଙ୍ଗରେ ହୋଲି ଖେଳିଲେ ମଙ୍ଗଳ ଦାୟକ, ନିରନ୍ତର ଉତ୍ସାହ ଓ ସକରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ଉତ୍ସାହ, ଉଦ୍ଦୀପନା, ଆନନ୍ଦ, ଉଲ୍ଲାସ ଓ ଆଗ୍ରହଯୁକ୍ତ ହୋଇପାରିବେ ।

ମିଥୁନରାଶି- ମିଥୁନ ରାଶିର ମହିଳା ଓ ପୁରୁଷମାନେ ଶୁଆରଙ୍ଗ, ଫିକା ଶାଗୁଆ ରଙ୍ଗରେ ହୋଲି ଖେଳିପାରିବେ । ଏହା ସହିତ ନାରଙ୍ଗି ବା ଗୋଲାପରଙ୍ଗ ମଧ୍ୟ ଅନୁକୂଳ ହେବ । ଏହି ରଙ୍ଗରେ ରୋମାଞ୍ଚ, ଉତ୍ସାହ, ସମୃଦ୍ଧି ଓ ଉର୍ଜା ସଞ୍ଚାର ହେବ । ଏହି ରଙ୍ଗର ପ୍ରଭାବରେ ପ୍ରିୟଜନ ଓ ମିତ୍ରଙ୍କ ସହିତ ସୁଖମୟ ଓ ଉତ୍ସାହପୂର୍ଣ୍ଣ ଭାବ ହୋଇ ଏହି ଉତ୍ସବର ଆନନ୍ଦ ନେଇ ପାରିବେ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ସକରାତ୍ମକ ଉର୍ଜା ସଞ୍ଚାର ହୋଇ ନକରାତ୍ମକ ଶକ୍ତିକୁ ନାସ କରିବାରେ ସାହାଯ୍ୟ କରିବ ।

କର୍କଟରାଶି- କର୍କଟରାଶିର ମହିଳା ଓ ପୁରୁଷମାନେ ଭାବୁକ ହୋଇଥାନ୍ତି । ସେଥିପାଇଁ ଘିଅରଙ୍ଗ, ଚାନ୍ଦି ବା ଧଳାରଙ୍ଗ, ସମସ୍ତ ଫିକାରଙ୍ଗ ଓ ଫିକାନୀଳ ରଙ୍ଗରେ ହୋଲି ଖେଳିବା ଉଚିତ୍‌ । ଏଥିରେ ଶାନ୍ତି, ଧୈର୍ଯ୍ୟ ସାହସ ମିଳେ । ଏହା ସହିତ ଚଞ୍ଚଳ ସ୍ୱଭାବକୁ ଧଳାରଙ୍ଗ କାବୁ କରିବାରେ ସଂଯମତା ମିଳେ ଓ ଉତ୍ସବ ବହୁତ ଭଲରେ ପାଳନ କରିପାରିବେ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ମନବିକାର ଦୂରହୋଇ ଆନନ୍ଦ ଉଲ୍ଲାସ ଯୁକ୍ତ ହୋଇପାରିବେ । ସକରାତ୍ମକ ଉର୍ଜା ସଞ୍ଚାର ହୋଇ ନକରାତ୍ମକ ଶକ୍ତିକୁ ନାସ କରିବା ଫଳରେ ସୌମ୍ୟ ଭାବାପନ ପ୍ରକାଶ ପାଇବାରେ ସାହାଯ୍ୟ କରିବ ।

ସିଂହରାଶି- ସିଂହରାଶିର ମହିଳା ଓ ପୁରୁଷମାନେ ଉର୍ଜାବାନ ହୋଇଥାନ୍ତି । ତାଙ୍କ ପ୍ରଚଣ୍ଡତାକୁ କାବୁ କରିବା ପାଇଁ କମଳାରଙ୍ଗ, ମେରୁନ୍‌ ରଙ୍ଗ, ସୁନହରା ଓ ତମ୍ବାରଙ୍ଗ ସିଂହରାଶି ପାଇଁ ଅତ୍ୟନ୍ତ ଅନୁକୂଳ ଓ ଶୁଭଦାୟକ । ଏହି ରଙ୍ଗର ପ୍ରଭାବରେ ଜୀବନରେ ସୁଖସାଧନ ଓ ସମ୍ପନ୍ନତା ମିଳିଥାଏ । ଏହା ସହିତ ଗତିଶୀଳ ବ୍ୟକ୍ତିତ୍ୱରେ ମଧ୍ୟ ଏହି ରଙ୍ଗର ଚମକ ଦମକ ସଂଯୋଗ ହୋଇଥାଏ । ଏହା ବ୍ୟତିତ କଳା, ନୀଳରଙ୍ଗକୁ ବାଦ୍ ଦେଇ ସବୁରଙ୍ଗରେ ଖେଳି ପାରିବେ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ସୌମ୍ୟଭାବ ଜାଗ୍ରତ ହୋଇ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷିତ ହେବା ସହ ବ୍ୟକ୍ତିତ୍ଵର ବିକାଶ ହୋଇ ପାରିବ ।

କନ୍ୟାରାଶି- କନ୍ୟାରାଶିର ମହିଳା ଓ ପୁରୁଷମାନଙ୍କ ପାଇଁ ଗାଢ଼ାଶାଗୁଆ ରଙ୍ଗ ଅତ୍ୟନ୍ତ ଶୁଭଦାୟକ । ଏହି ରଙ୍ଗ ପ୍ରୟୋଗରେ ନିଜ ମନରେ ଏକ ନୂଆ ସ୍ଫୁର୍ତ୍ତି, ଯୋଶ୍‌ ଅନୁଭବ କରିପାରିବେ । ଏହି ରଙ୍ଗ ଆପଣଙ୍କ ସ୍ୱଭାବକୁ ମଧ୍ୟ ସୌମ୍ୟଭାବରେ ପରିଣତ କରିବ ଯାହା ଫଳରେ ଆପଣ ଉତ୍ସବଟିକୁ ଖୁସିରେ ଉନ୍ମାଦନାରେ ଆନନ୍ଦ ନେଇପାରିବେ । ଏହା ବ୍ୟତିତ ହଳଦିଆରଙ୍ଗକୁ ବାଦ୍ ଦେଇ ସବୁରଙ୍ଗରେ ଖେଳି ପାରିବେ । ବିଶେଷ କରି ଶୁଆରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ମନବିକାର ଦୂରହୋଇ ଆନନ୍ଦ ଉଲ୍ଲାସ ଯୁକ୍ତ ହୋଇପାରିବେ ।

ତୁଳାରାଶି- ତୁଳାରାଶିର ମହିଳା ଓ ପୁରୁଷମାନେ ଧଳାରଙ୍ଗ, ବାଇଗଣି, ନୀଳ, ମାଟିଆରଙ୍ଗ ବ୍ୟବହାର କରିପାରିବେ । ଆପଣ ନିଜକୁ ଧୀର ଓ ସଂଯମୀ ରଖିବା ପାଇଁ ଫିକାନୀଳ ରଙ୍ଗର ବସ୍ତ୍ର ମଧ୍ୟ ଧାରଣ କରିପାରିବେ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ସକରାତ୍ମକ ଉର୍ଜା ସଞ୍ଚାର ହୋଇ ନକରାତ୍ମକ ଶକ୍ତିକୁ ନାସ କରିବାରେ ସାହାଯ୍ୟ କଋବ । ଏହି ରଙ୍ଗର ପ୍ରଭାବରେ ନିଜଭିତରେ ଥିବା ନେଗେଟିଭ ଏନର୍ଜି ବା ନକରାତ୍ମକ ଊର୍ଜାର ସୁଧାର ଆସିବା ସହ ଆଶ୍ଚର୍ଯ୍ୟଜନକ ସ୍ଫୁର୍ତ୍ତି, ଯୋଶ୍‌ ଅନୁଭବ କରିପାରିବେ ।

ବିଛାରାଶି- ବିଛାରାଶିର ମହିଳା ଓ ପୁରୁଷମାନେ ଲାଲ, ମେରୁନ୍‌, ମାଟିଆ ରଙ୍ଗ ଶୁଭ ହେବ । ସବୁଠାରୁ ଅଧିକ ଲାଲ୍‌ ରଙ୍ଗ ବିଶେଷ ମହତ୍ୱ ଦେବ । କାରଣ ଏହି ରଙ୍ଗ ଅଶକ୍ତ ବ୍ୟକ୍ତିକୁ ସଶକ୍ତ ଓ ଉଜାଗର କରିଥାଏ । ଏହି ରଙ୍ଗରବସ୍ତ୍ର ଧାରଣ କରି ହୋଲି ପର୍ବରେ ଯେଉଁଠାକୁ ଯିବେ ସଫଳ ହେବାର ଅନୁଭବ କରିବେ ।

ଧନୁରାଶି- ଧନୁରାଶିର ମହିଳା ଓ ପୁରୁଷମାନଙ୍କ ପାଇଁ ହଳଦିଆ, କମଳା ଓ ଘିଅରଙ୍ଗ ବହୁତ ଭଲ ହେବ । କାରଣ ଏହି ରଙ୍ଗ ଉତ୍ସାହୀ ଉଦ୍ଦୀପନ୍ନା ଯୁକ୍ତ ହୋଇଥାଏ । ସେଥିପାଇଁ ଏହି ରଙ୍ଗରବସ୍ତ୍ର ମଧ୍ୟ ବହୁତ ଉପଯୋଗୀ ହେବ । ଏଥିରେ ଆପଣଙ୍କ ଶରୀରରେ ସକରାତ୍ମକ ଉର୍ଜା ସଞ୍ଚାର ହେବା ଫଳରେ ସ୍ୱଭାବ ଆନନ୍ଦ ଦାୟକ ହେବା ସହିତ ନମ୍ରତାଭାବ ମଧ୍ୟ ଦେଖାଦେବ ।

ମକରରାଶି- ମକରରାଶିର ମହିଳା ଓ ପୁରୁଷମାନେ କଳା, ଧଳା, ଫିକାନୀଳ ବା ଆକାଶିଆ ରଙ୍ଗ ପ୍ରୟୋଗ କରିପାରିବେ । ଏହି ରଙ୍ଗର ବ୍ୟବହାରରେ ସକରାତ୍ମକ ଉର୍ଜା ସଞ୍ଚାର ହୋଇ ବ୍ୟକ୍ତିତ୍ୱରେ ସ୍ଥିରତା ମଧ୍ୟ ଦେଖାଦେବ । ଧଳାରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷିତହୋଇ ପାରିବେ ।

କୁମ୍ଭରାଶି- କୁମ୍ଭରାଶିର ମହିଳା ଓ ପୁରୁଷମାନଙ୍କ ପାଇଁ ଗାଢ଼ାନୀଳ ରଙ୍ଗ ଅତ୍ୟନ୍ତ ଶୁଭଦାୟକ ହେବ । କୁମ୍ଭରାଶି ବ୍ୟକ୍ତି କିଛି ନା କିଛି ନୂଆ କାର୍ଯ୍ୟ କରିବା ପାଇଁ ପ୍ରୟାସ କରିଥାନ୍ତି । ସେଥିପାଇଁ ଏହି ଏହି ରଙ୍ଗ ସକାରାତ୍ମକ ଉର୍ଜା ସଞ୍ଚାର କରିବା ସହିତ ବ୍ୟସ୍ତତାପୂର୍ଣ୍ଣ ଜୀବନରେ ଶାନ୍ତି ଓ ଶୃଙ୍ଖଳା ମଧ୍ୟ ଆଣିଥାଏ । ଏହି ରଙ୍ଗରେ ଉପଚାରାତ୍ମକ ଗୁଣ ମଧ୍ୟ ମିଳେ ଯାହାକି ଗୃହର ବାତାବରଣରେ ସୁଧାର ଆଣିଥାଏ । ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷିତ ହେବା ସହ ବ୍ୟକ୍ତିତ୍ଵର ବିକାଶ ହୋଇ ପାରିବ ।

ମୀନରାଶି- ମୀନରାଶିର ମହିଳା ଓ ପୁରୁଷମାନେ ସର୍ବଦା ଚିଡିଚିଡା ବା ବିରକ୍ତି ସ୍ୱଭାବର ହୋଇଥାନ୍ତି । ଗାଢ଼ାହଳଦିଆରଙ୍ଗ ବା ଫିକା ହଳଦିଆ ରଙ୍ଗର ପ୍ରୟୋଗ କଲେ ଅତିଉତ୍ସାହ ବା ଯୋଶ ସଞ୍ଚାର ହେବା ସହ ମାନସିକ ଶାନ୍ତି ମିଳିଥାଏ । ବିଶେଷ କରି ଏହିରଙ୍ଗର ବସ୍ତ୍ରପିନ୍ଧି ହୋଲି ଖେଳରେ ଭାଗନେଲେ ମନବିକାର ଦୂରହୋଇ ଆନନ୍ଦ ଉଲ୍ଲାସ ଯୁକ୍ତ ହୋଇପାରିବେ । ସକରାତ୍ମକ ଉର୍ଜା ସଞ୍ଚାର ହୋଇ ନକରାତ୍ମକ ଶକ୍ତିକୁ ନାସ କରିବାରେ ସାହାଯ୍ୟ କରେ ।

କେତେ ଗୁଡିଏ କଥା ପ୍ରତି ଧ୍ୟାନ ରଖିବାକୁ ହେବ:-

୧. ପ୍ରଥମେ ସକାଳୁ ଉଠି ସ୍ନାନ କରିସାରି ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ ଓ ନିଜ ଆରାଧ୍ୟ ଦେବତାଙ୍କୁ ଲାଲ୍‌ ରଙ୍ଗ ଓ ଫୁଲରେ ପୂଜା କରନ୍ତୁ ।

୨. ଆରାଧ୍ୟ ଦେବତାଙ୍କୁ ପୂଜା କରିବା ପରେ ଘରର ବଡ଼ ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

୩. ପୂଜା ଅର୍ଚ୍ଚନା ପରେ କିଛି ଦାନ କରନ୍ତୁ । ଏଥିରେ ବହୁତ ପୂଣ୍ୟ ମିଳିଥାଏ । ସମସ୍ତ ରାଶିର ମହିଳା ଓ ପୁରୁଷମାନେ ବିଶେଷ ଧ୍ୟାନ ରଖନ୍ତୁ ଯେ ହୋଲି ପ୍ରାକୃତିକ ରଙ୍ଗରେ ଖେଳିବା ଉଚିତ୍‌ । ସଜାଗ ଓ ଶ୍ରଦ୍ଧାଭାବରେ ହୋଲି ଖେଳନ୍ତୁ । ନଚେତ୍‌ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେବା ସହିତ ଜୀବନରେ ଦୁଃଖ ପ୍ରାପ୍ତି ହେବ । କୁହାଯାଏ କି ସ୍ନେହ ଶ୍ରଦ୍ଧା ଆଦର ଠାରୁ ଅନ୍ୟ କୌଣସି ରଙ୍ଗ ନାହିଁ । ସେଥିପାଇଁ ମନରେ ଏହି ଭାବ ରଖି ହୋଲି ପର୍ବଟିକୁ ପାଳନ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!