ହସ୍ତରେଖା ଶାସ୍ତ୍ର – ଯେଉଁ ସ୍ତ୍ରୀର ହାତରେ ଥାଏ ପଦ୍ମ ବା ମାଛର ଆକୃତି, ତାର ବୈବାହିକ ଜୀବନ ବିଷୟରେ ଜଣା ପଡେ ଏହି ସବୁ ରାଜ୍

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହସ୍ତରେଖା ଶାସ୍ତ୍ର ଅନୁସାରେ ହାତରେ କିଛି ଖାସ ଚିହ୍ନ ଥାଏ ଯାହା ସମସ୍ତ ମନୁଷ୍ୟର ଜୀବନରେ ହେବାକୁ ଥିବା ଭଲ-ମନ୍ଦ କଥାର ସଂକେତ ଦେଇଥାଏ । ହସ୍ତରେଖା ଶାସ୍ତ୍ରରେ ସ୍ତ୍ରୀ ମାନଙ୍କ ହାତରେ ଥିବା ଚିହ୍ନ ବିଷୟରେ ମଧ୍ୟ କୁହାଯାଇଛି । ଏହା ଅନୁସାରେ ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କ ହାତରେ କିଛି ଖାସ ଶୁଭ ଚିହ୍ନ ସବୁ ଥାଏ । ଯାହାର ପ୍ରଭାବରୁ ସେମାନଙ୍କର ଧନଲାଭ, ସୁଖ-ସମ୍ପତି ଏବଂ ଟଙ୍କା ମିଳିଥାଏ । ଏହି ସବୁ ଚିହ୍ନ ବହୁତ କମ ଭାଗ୍ୟଶାଳୀ ଲୋକଙ୍କ ହାତରେ ଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କୌଣସି ସ୍ତ୍ରୀର ହାତରେ ପଦ୍ମ ବା ମାଛ ଭଳି ଆକୃତି ହେଉଥିଲେ ତାର ଜୀବନ ସୁଖ ଓ ସମୃଦ୍ଧିରେ ଭରି ହୋଇଥାଏ ।

କୌଣସି ସ୍ତ୍ରୀ ହାତରେ ଯଦି ରଥ ବା ପତାକାର ଚିହ୍ନ ଥାଏ ତେବେ ତାର ଜୀବନସାଥୀ ଏକ ଭଲ ସରକାରୀ ପଦବୀରେ ଥାଏ ।

ଯେଉଁ ସ୍ତ୍ରୀର ଡାହାଣ ହାତରେ ତରାଜୁ ଏବଂ ବାମ ହାତରେ ହାତୀ ବା ବଳଦ ଭଳି ଚିହ୍ନ ଥାଏ ତାର ଜୀବନସାଥୀ ବଡ ବ୍ୟବସାୟୀ ହୋଇଥାଏ ।

ଶଙ୍ଖ, ଚକ୍ର ବା ପଦ୍ମର ଚିହ୍ନ ଥିଲେ ତାର ପୁତ୍ର ବଡ ଅଧିକାରୀ ବା ରାଜା ଭଳି ଜୀବନ ବଞ୍ଚିଥାଏ।

ଯାହାର ହାତ ଗୁଲାବି ରଙ୍ଗର ବା ହଲ୍କା ଲାଲ ହୋଇଥାଏ ଏବଂ ହାତରେ ସ୍ଵସ୍ତିକର ଚିହ୍ନ ବନେ ତେବେ ସେଭଳି ସ୍ତ୍ରୀ ଯେଉଁଠି ରୁହନ୍ତି ସେଠି ଧନର ଅଭାବ ଦେଖା ଦିଏ ନାହିଁ ।

ଯେଉଁ ସ୍ତ୍ରୀ ହାତର ପାପୁଲିର ମଝିରେ ସ୍ପଷ୍ଟ ତ୍ରିଭୁଜ ବା ଧନୁ ଭଳି ଚିହ୍ନ ଥାଏ ତାକୁ ସବୁ ପ୍ରକାରର ସୁଖ ମିଳେ ଓ ସେ ଭାଗ୍ୟଶାଳୀ ହୋଇଥାଏ ।

ଏହି ସବୁ ଚିହ୍ନ ଯଦି କାହାର ହାତରେ ଥାଏ ତେବେ ସେମାନେ ହେଉଛନ୍ତି ଅତ୍ୟନ୍ତ ଭାଗ୍ୟବାନ । ଏଭଳି ନାରୀ ଯେଉଁଠି ବି ଥିବେ ସେ ଘରେ ସର୍ବଦା ସୁଖ ସମୃଦ୍ଧି ହିଁ ଲାଗି ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!