ହସ୍ତରେଖା ଜ୍ୟୋତିଷ:- ହାତରେ ଥିବା ତିଳ ଚିହ୍ନ ବା କଳାଜାଇର ଶୁଭ ଅଶୁଭ ସଂକେତ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତରେ ଥିବା ରେଖା ଓ ତିଳ ଚିହ୍ନ ମାଧ୍ୟମରେ ଜୀବନର ଭବିଷ୍ୟତ ବିଷୟରେ ଜାଣି ହୁଏ । ଏହା ବ୍ୟତୀତ ଶରୀରରେ ଥିବା ତିଳ ଚିହ୍ନରେ ମଧ୍ୟ ଭବିଷ୍ୟତ ବିଷୟରେ ଜାଣି ହୁଏ । ହାତରେ ରେଖା ସହିତ ତିଳ ଚିହ୍ନ ମଧ୍ୟ ରହିଥାଏ । ସାମୁଦ୍ରିକ ଶାସ୍ତ୍ରରେ ଏହି ଚିହ୍ନର ବିଶେଷ ମହତ୍ଵ ଥାଏ । ଏହି ତିଳ କିଛି ଶୁଭଫଳ ଓ କିଛି ଅଶୁଭଫଳ ଦେଇଥାଏ । ଯେଉଁ ଲୋକମାନଙ୍କର ହାତରେ ଶୁଭ ତିଳ ଚିହ୍ନ ଥାଏ ସେମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ମିଳିଥାଏ । କିନ୍ତୁ ଯେଉଁମାନଙ୍କର ହାତରେ ଏହି ଚିହ୍ନ ଅଶୁଭ ସ୍ଥାନରେ ଥାଏ ସେମାନଙ୍କର ଜୀବନରେ ଚିନ୍ତା ଲାଗିରୁହେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ବ୍ୟକ୍ତିର ହାତରେ ଗୁରୁ ପର୍ବତ ଉପରେ ତିଳ ଚିହ୍ନ ଥାଏ ତେବେ ବ୍ୟକ୍ତିର ଜୀବନରେ ଧନ ଅଭାବ ହୁଏ ନାହିଁ । ଧନ ସମ୍ପଦ ପରିପୂର୍ଣ୍ଣ ରହେ ଓ ଜୀବନ ଆନନ୍ଦରରେ ବିତେଇଥାନ୍ତି ।

ହାତର କାଣୀ ଆଙ୍ଗୁଠିରେ କଳାଜାଇ ଚିହ୍ନ ଥିଲେ ବ୍ୟକ୍ତି ବହୁତ ସମୃଦ୍ଧିଶାଳୀ ଓ ମାନ ସମ୍ମାନ ପାଇଥାଏ ।

ଅନାମିକା ଆଙ୍ଗୁଠିରେ କଳାଜାଇ ଚିହ୍ନ ଥିଲେ ବ୍ୟକ୍ତି ସମାଜରେ ବିଖ୍ୟାତ ହୋଇଥାନ୍ତି ଓ ସରକାରୀ କ୍ଷେତ୍ରରେ ଅଧିକାରୀ ହୋଇଥାନ୍ତି ।

ବୁଢା ଆଙ୍ଗୁଠିରେ କଳାଜାଇ ଚିହ୍ନ ଥିଲେ ବ୍ୟକ୍ତି ବହୁତ ପରିଶ୍ରମୀ ଓ ନ୍ୟାୟପ୍ରିୟ ହୋଇଥାନ୍ତି ।

ଯେଉଁ ଲୋକମାନଙ୍କ ହାତରେ ଶନିଙ୍କ ସ୍ଥାନରେ ତିଳ ଚିହ୍ନ ରହିଥାଏ ତେବେ ସେହି ଲୋକମାନେ ବହୁତ ଧନ ରୋଜଗାର କରିଥାନ୍ତି ।

ଯେଉଁ ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠିରେ ତିଳ ଚିହ୍ନ ଥିବ ସେହି ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୁଅନ୍ତି ଓ ନ୍ୟାୟପ୍ରିୟ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଧନ ଖର୍ଚ୍ଚ କରିବାକୁ କୁଣ୍ଠାବୋଧ ହୁଅନ୍ତି ନାହିଁ ତଥାପି ତାଙ୍କ ପାଖରେ ଧନ ଅଭାବ ହୁଏ ନାହିଁ ।

ଯଦି ଲୋକମାନଙ୍କର ବାମ ହାତରେ ତିଳ ଚିହ୍ନ ଥାଏ ସେମାନେ ବହୁତ ଧନ ଖର୍ଚ୍ଚ କରନ୍ତି । ସେହି ଲୋକମାନେ ବହୁତ ଧନ ରୋଜଗାର କରନ୍ତି କିନ୍ତୁ ଧନ ସଞ୍ଚୟ କରିପାରନ୍ତି ନାହିଁ । ସେହିପରି ଡାହାଣହାତର ଉପର ଭାଗରେ ତିଳ ଚିହ୍ନ ଥିଲେ ବହୁତ ଶୁଭ ହୋଇଥାଏ । ଏହି ଲୋକମାନଙ୍କ ପାଖରେ କଦାପି ଧନ ଅଭାବ ହୁଏ ନାହିଁ । ସେମାନଙ୍କର ସବୁବେଳେ ଧନ ଧାନ୍ୟରେ ପରିପୂର୍ଣ୍ଣ ରହିଥାଏ ।

କୁହାଯାଏ କି ହାତରେ ଯେଉଁ ଯେଉଁ ଜାଗାରେ ତିଳ ଚିହ୍ନ ରହିଲେ ଅଶୁଭ ହୋଇଥାଏ ତାହା ହେଲା ଶୁକ୍ର ପର୍ବତ ଉପରେ ତିଳ ଚିହ୍ନ ରହିଲେ ଅଶୁଭ ହୁଏ ବୋଲି କୁହାଯାଏ । ଏହି ତିଳ ଚିହ୍ନ ଶୁକ୍ର ପର୍ବତ ଉପରେ ଥିଲେ ବ୍ୟକ୍ତିକୁ ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେହିପରି ମଙ୍ଗଳ ପର୍ବତ ଉପରେ ତିଳ ଚିହ୍ନ ଥିଲେ ଦୁର୍ଘଟଣାର ସାମ୍ନାହେବାର ସଙ୍କେତ ହୋଇଥାଏ । ବୁଧ ପର୍ବତ ଉପରେ ତିଳ ଚିହ୍ନ ରହିଲେ ହାନି ହେବାର ସମ୍ଭାବନା ରହିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!