ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଅଛୁକ ମହା ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ଶ୍ରୀ ହନୁମାନଙ୍କୁ ପୂଜା କରାଯାଏ ଓ ସମସ୍ତେ ତାଙ୍କୁ ବହୁତ ମାନନ୍ତି । ତାଙ୍କୁ ପୂଜା କରିଲେ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଶ୍ରୀ ହନୁମାନ ଯେଉଁ ବ୍ୟକ୍ତିର ପୂଜାରେ ପ୍ରସନ୍ନ ହୁଅନ୍ତି ସେ ବ୍ୟକ୍ତି ବହୁତ ସୁଖ ପାଏ । ଏହି ଉପାୟ ବହୁତ ସରଳ ଅଟେ । ତେଣୁ ତାଙ୍କ କୃପା ନିରନ୍ତର ରହିବା ପାଇଁ ପ୍ରଥମେ ନିଜ ମନ, ବଚନ ଓ କର୍ମରେ ମଧ୍ୟ ପବିତ୍ର ରୁହନ୍ତୁ । ଅର୍ଥ କଦାପି ମିଛ କହିବ ନାହିଁ, ଯେ କୌଣସି ନିଶା ଦ୍ରବ୍ୟ ଓ ଆମିଷ ଖାଇବ ନାହିଁ ଏବଂ ପରିବାରର ସବୁ ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରୀ ହନୁମାନଙ୍କର ମଙ୍ଗଳବାର ଓ ଶନିବାର ଦିନ ବ୍ରତ ପାଳନ କରି ପୂଜା କରାଯିବାର ବିଧି ମଧ୍ୟ ରହିଛି । ଏହି ଦିନ ପୂଜା କରିଲେ ବହୁତ ଶୁଭଫଳ ମିଳିଥାଏ ବୋଲି କୁହାଯାଏ । ତାଙ୍କୁ ବିଶେଷ ଉପାୟରେ ପୂଜା କରିଲେ ସବୁ ମନୋକାମନା ପୂରଣ ହୁଏ । ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ବା ଶ୍ରୀ ହନୁମାନ ବଡବାନଲ ସ୍ତୋତ୍ର ପାଠ କରନ୍ତୁ । ମଙ୍ଗଳବାର ଓ ଶନିବାର ଦିନ ଶ୍ରୀ ହନୁମାନଙ୍କୁ ଚୋଲା ବା ଓଢଣୀ ଅର୍ପଣ କରନ୍ତୁ ବା ତିନି ମାସରେ ଥରେ ଅବଶ୍ୟ ଚୋଲା ଚଢାନ୍ତୁ । ତେବେ ଆସନ୍ତୁ ଜାଣିବା ଏକ ବିଶେଷ ଉପାୟ ବିଷୟରେ । ବିଶେଷ ଉପାୟ- ଶ୍ରୀ ହନୁମାନ ଜୟନ୍ତୀ ବା ଯେ କୌଣସି ମଙ୍ଗଳବାର ଦିନ ସକାଳୁ ଗାଧୋଇ ସାରି ସଫା ବସ୍ତ୍ର ପିନ୍ଧିବେ । ପରେ ଏକ ଲୋଟା ଜଳ ନେଇ ଶ୍ରୀ ହନୁମାନଙ୍କ ମନ୍ଦିରକୁ ଯାଇ ସେହି ଜଳରେ ଶ୍ରୀ ହନୁମାନଙ୍କ ମୂର୍ତ୍ତିକୁ ସ୍ନାନ କରାଇବେ ।

ପ୍ରଥମ ଦିନ ଗୋଟିଏ ବିରିଡାଲି ନେଇ ଶ୍ରୀ ହନୁମାନଙ୍କ ମୁଣ୍ଡ ପାଖରେ ରଖି ୧୧ଥର ପରିକ୍ରମା କରିବ ଓ ମନରେ ନିଜର କାମନାକୁ ଶ୍ରୀ ହନୁମାନଙ୍କୁ ଜଣାଇବେ । ପରେ ମୁଣ୍ଡିଆ ମାରି ସେହି ବିରିଡାଲିକୁ ଆଣି ଘରେ ଏକ ସ୍ଥାନରେ ଅଲଗା ରଖିବେ । ଦ୍ଵିତୀୟ ଦିନ ଠାରୁ ସେହିପରି ଗୋଟିଏ ଗୋଟିଏ ବିରିଡାଲି ନେଇ ସେହିଭଳି ୪୧ଦିନ ପର୍ଯ୍ୟନ୍ତ ପୂଜା କରିବେ । ସେହିପରି ୪୧ଟି ବିରିଡାଲି ରଖିବା ପରେ ତାପର ଦିନ ଠାରୁ ସବୁଦିନ ସେହି ୪୧ଟି ବିରିଡାଲିରୁ ଗୋଟିଏ ଗୋଟିଏ କାଢି ଅନ୍ୟ ଏକ ସ୍ଥାନରେ ରଖିବ ।

ଯେଉଁଦିନ ସବୁ ସରିଯିବ ସେହିଦିନ ରାତିରେ ଶ୍ରୀ ହନୁମାନ ସ୍ଵପ୍ନରେ ଦର୍ଶନ ଦିଅନ୍ତି ଓ ନିଜର ମନୋକାମନା ପୂରଣ ହେବା ପାଇଁ ଆଶୀର୍ବାଦ ଦିଅନ୍ତି । ସବୁ ବିଧି ସରିବା ପରେ ସେହି ସବୁ ବିରିଡାଲିକୁ ନେଇ ନଦୀରେ ପକାଇଦେବେ । ସେହିଭଳି ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କୁ ସିନ୍ଦୂର ଅର୍ପଣ କରିଲେ ସବୁ ମନୋକାମନା ପୂରଣ ହେବା ସହିତ ସବୁ ଦୁଃଖ ଦୂର ହୋଇଥାଏ । ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କ ମନ୍ଦିରରେ ବସି ରାମରକ୍ଷା ସ୍ତୋତ୍ର ପାଠ କଲେ ଯେ କୌଣସି କାର୍ଯ୍ୟରେ ବାଧା ବିଘ୍ନ ଦୂର ହୋଇ କାର୍ଯ୍ୟ ସହଜରେ ପୂରଣ ହୋଇଯିବ ଓ ଋଣ କରଜରୁ ମଧ୍ୟ ମୁକ୍ତି ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!