ଗ୍ରହ ଯୋଗେ ବ୍ୟତିପାତ ଯୋଗ
Join Jantra Jyotisha WhatsApp Channel for Latest Astrology Updates
Follow Now
Jantra Jyotisha is now on Telegram
Join Now

ମେଷରାଶେ ଗୁରୁଶୌରୀ ଯୋଗ ଯେ ବରଷ, ମଙ୍ଗଳ ନବମେ ରବି ସପତମେ ବାଶ ।।
ତୁଳାରାଶି ନିଚାଂଶରେ ରବି ରହିଥାନ୍ତି, ଦୈତ୍ୟ ଗୁରୁ ସିଂହ ରାଶେ ବିରାଜ କରନ୍ତି ।।
କ୍ଷେତ୍ର ବିନିମୟ ଯୋଗ ଏହାକୁ କହନ୍ତି, ଧନୁ ରାଶିରେ ମଙ୍ଗଳ ସେକାଳେ ବସନ୍ତି ।।
ଗୁରୁ ଓ ମଙ୍ଗଳଙ୍କର ବିନିମୟ ଯୋଗ, କେତୁଙ୍କର ଜଳରାଶି ହେଉଥିବ ଭୋଗ ।।
ପୂର୍ବ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେବ, ଅଶାନ୍ତ ହୋଇଣ ସମୁଦ୍ର ମାଡିଣ ଆସିବ ।।
ପ୍ରଳୟଙ୍କରୀ ବାତ୍ୟାରେ ଗୃହ ଶୂନ୍ୟ ହେବ, ଧନଜୀବନ ନାଶିବ ବୃକ୍ଷ ଉପୁଡିବ ।।
ବଞ୍ଚିବେ ଯେତେକ ଜନ ଧର୍ମବଳ ଟାଣ, ପ୍ରମୋଦ କହଇ ଗୀତେ ଶାସ୍ତ୍ରର ବଚନ ।।