ଘରର ଏହି ଦିଗରେ ରଖନ୍ତୁ ଭଗବାନ ଗଣେଶଙ୍କର ମୂର୍ତି, ହେବ ଧନର ପ୍ରାପ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ସୁଖ ସମୃଦ୍ଧି, ସୋଭାଗ୍ୟ ଏବଂ ସଫଳତାର ଦେବତା ବୋଲି କୁହାଯାଇଏ । ବ୍ୟକ୍ତି ନିଜର ଉଦ୍ଦେଶ୍ୟ ଏବଂ ମନୋକାମନା ପୁରା କରିବା ପାଇଁ ଘରେ ଗଣେଶଙ୍କର ମୂର୍ତି ରଖନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଗଣେଶଙ୍କର ମୂର୍ତିକୁ ସଠିକ ଜାଗାରେ ରଖିବା ବହୁତ ଜରୁରୀ ଅଟେ । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଘରେ ଗଣେଶଙ୍କର ମୂର୍ତିକୁ ରଖିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ରଖିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଏହା ବିଷୟରେ :-

· ଧଳା ରଙ୍ଗର ଗଣେଶଙ୍କର ମୂର୍ତି ଅଧିକ ଧନ, ସୁଖ ସମୃଦ୍ଧି ଏବଂ ଖୁସିକୁ ଆକର୍ଷିତ କରିଥାଏ । ଗଣେଶଙ୍କର କେବଳ ମୂର୍ତି ନୁହେଁ ତାଙ୍କର ଫଟୋ ବି ବହୁତ ଚମତ୍କାରିକ ପ୍ରମାଣିତ ହୋଇଥାଏ । ପରନ୍ତୁ ଆପଣଙ୍କୁ ଏହି କଥା ପ୍ରତି ଧ୍ୟାନ ଦେବାକୁ ପଡିବ କି ଗଣେଶଙ୍କର ପଛ ଘରର ମୁଖ୍ୟ ଦ୍ଵାରା ଦିଗକୁ ହେବା ଦରକାର ।

· ଆପଣଙ୍କୁ କହିଦେଉଛୁ ଯେ ଗଣେଶଙ୍କର ମୂର୍ତି ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ । ଘରର ପୂର୍ବତ୍ତର ଦିଗରେ ଗଣେଶଙ୍କର ମୂର୍ତି ସ୍ଥାପିତ କରିବା ସବୁଠୁ ଭଲ ବୋଲି କୁହାଯାଇଛି । ଯଦି ଏହି ଭଳି ରଖିବା ସମ୍ଭବ ନୁହେଁ ତେବେ ଆପଣ ଗଣେଶଙ୍କର ମୂର୍ତିକୁ ଏହିଭଳି ରଖନ୍ତୁ ଯେଉଁଠି ଆପଣ ପ୍ରାର୍ଥନା କରିବା ସମୟରେ ଉତ୍ତର କିମ୍ବା ପୂର୍ବ ଦିଗରେ ଆପଣ ମୁହଁ କରି ବସିବେ ।

· ଯଦି ଆମେ ଶାସ୍ତ୍ରକୁ ଦେଖିବା ତେବେ ଘରେ କେବେ ବି ଗଣେଶଙ୍କର ମୂର୍ତିକୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ । ଏବଂ ଅତିରିକ୍ତ ଏହି କଥା ଉପରେ ବି ଧ୍ୟାନ ଦେବେ କି ଆପଣ ଯେଉଁଠି ଗଣେଶଙ୍କର ମୂର୍ତି ରଖିଛନ୍ତି ସେହି ଜାଗାର କାନ୍ଥ ବାଥରୁମ ପାଖରେ ନ ଥିବ ।

· ଆପଣ ଗଣେଶଙ୍କର ମୂର୍ତିକୁ ନିଜର ଶୋଇବା ଘରେ ରଖିବେ ନାହିଁ । ଯଦି ଆପଣ ଏହି ଭଳି କରୁଛନ୍ତି ତେବେ ମୂର୍ତିକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କର ଗୋଡ ମୂର୍ତି ସମାନରେ ହେବା ଉଚିତ ନୁହେଁ ।

· ଭଗବାନ ଗଣେଶଙ୍କର ମୂର୍ତି ସାମନାରେ ଛୋଟ ପାତ୍ରରେ ଚାଉଳ ରଖିବା ବହୁତ ଶୁଭ ବୋଲି କୁହାଯାଏ । ଏବଂ ଘରେ ଭଗବାନ ଗଣେଶଙ୍କର ଛିଡା ହୋଇଥିବା ମୂର୍ତି ରଖିବା ବହୁତ ଶୁଭ ବୋଲି କୁହାଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!