ଘରର ବାସ୍ତୁ ଦୋଷ କୁ ମିନିଟ୍ ରେ ଦୂର କରେ ଧୂପ, ଜାଣନ୍ତୁ ଧୂପ ସମ୍ବନ୍ଧୀୟ କିଛି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରତ୍ୟକ ଦିନ ଘରେ ପୂଜା କଲେ ଘରର ବାତା ବରଣ ଶୁଦ୍ଧ ହେଇଯାଏ  ଓ ସେ ଘରର ନକାରାତ୍ମକ ଊର୍ଜା ଦୂର ହେଇଯାଏ । ଏହା ବ୍ୟତୀତ ଧୂପ ଜଳାଇଲେ ଭଗବାନ ବି  ପ୍ରସନ୍ନ ହୋଇ ଯାନ୍ତି, ଭାରତ ରେ ପ୍ରାଚୀନ କାଳରୁ ଧୂପ ଆଉ ଦୀପ ଜଳାଯାଏ ଏବଂ ସବୁବେଳେ ଏହାକୁ ଜଳେଇବା ବାସ୍ତୁ ଶାସ୍ତ୍ର ରେ ଉତ୍ତମ ମାନନ୍ତି , ବାସ୍ତୁ ଶାସ୍ତ୍ର  ଅନୁସାରେ ସବୁଦିନ ଧୂପ କରିଲେ  ସେ  ଘରର ବାସ୍ତୁ ଦୋଷ  ସରିଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଧୂପ ବହୁତ ପ୍ରକାର ହୋଇଥାଏ ଆଉ ଆଜି ଆପଣଙ୍କୁ ସେମିତି କିଛି ଧୂପ ବିଷୟେରେ କହିବୁ, ଯାହାକୁ ଜଳେଇବା ଦ୍ଵାରା ଘରେ ଶାନ୍ତି  ବନୀ ରହିଥାଏ  ଏବଂ ଘରର ବାତାବରଣ ଭଲ ରହିଥାଏ , ତ ଆଶନ୍ତୁ ଜାଣିବା ଧୂପର ବିଶେଷ ଉପାୟ ।

କର୍ପୁରର ଧୂପ

କର୍ପୁରର ଧୂପ ଘରେ ଜଳେଇଲେ  ବହୁତ ଶୁଭ ହୋଇଥାଏ  ଓ ଏହାକୁ ଜଳେଇଲେ ଘରର ବାସ୍ତୁ ଦୋଷ ଠିକ ହୋଇଥାଏ , ପ୍ରତିଦିନ ଘରେ  ସକାଳେ ଆଉ ସନ୍ଧ୍ୟାରେ କର୍ପୁର ଜଳେଇଲେ  ଘରୁ ସବୁ ଚିନ୍ତା  ଦୂର ହେଇଯାଏବୋଲି ସମସ୍ତେ ମାନନ୍ତି , କର୍ପୁର ଧୂପ ଦବା ପାଇଁ  କିଛି କର୍ପୁର ଆଣନ୍ତୁ ଏବଂ ସେହି କର୍ପୁରକୁ ଗୋଟେ ମାଟି ପାତ୍ରରେ ରଖନ୍ତୁ  ପରେ ସେହି ପାତ୍ର ରେ ଗୋଲାପର ପତ୍ର ଦିଅନ୍ତୁ ଏହା ପରେ ଆକୁ ଜଳେଇଦିଅନ୍ତୁ  ଏବଂ ସେହି ଧୂପକୁ ପୁରା ଘରେ ଦିଅନ୍ତୁ ।

ଝୁଣାର ଧୂପ

ଝୁଣାର ମହକ ମିଠା ହୋଇଥାଏ  ଆଉ ଏହାକୁ ଜଳାଇଲେ ଘରେ ଶାନ୍ତି ବନୀ ରହିଥାଏ, ଏହାର ଧୂଆଁ ମୁଣ୍ଡକୁ ଶାନ୍ତ କରିଦିଏ ଏବଂ ପ୍ରତେକଦିନ ଘରେ ଝୁଣାର ଧୂଆଁ ଦେଲେ ଘରେ କଳି ହୁଏନି ।

ହଳଦିଆ ସୋରିଷର ଧୂପ

ହଳଦିଆ ସୋରିଷର ଦାନକୁ ଜଳେଇଲେ ସେ ଘରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ ,ଏଥିପାଇଁ ଆପଣ ହଳଦିଆ ସୋରିଷକୁ  ସପ୍ତାହରେ ଦୁଇ ଦିନ ଖରାରେ ସୁଖାନ୍ତୁ, ଆପଣ ଏକ ପାତ୍ରରେ କିଛି ଝୁଣା, ଅଙ୍ଗାର  ଓ ହଳଦିଆ ସୋରିଷ ଦାନା ନିଅନ୍ତୁ । ଏହା ପରେ ଏହି ଧୂପକୁ ପୁରା ଘରେ ବୁଲାନ୍ତୁ  ଏବଂ ଏହାକୁ ମୁଖ୍ୟ ଦ୍ଵାରରେ ରଖିଦିଅନ୍ତୁ , ଏହି ଧୂପକୁ ଦେଲେ ଆପଣଙ୍କ  ଘରେ ଥିବା ଖରାପ ଶକ୍ତିର ପ୍ରକୋପ ନଷ୍ଟ ହୁଏ ।

କରଜରୁ ମିଳେ ମୁକ୍ତି

କରଜ ବା ଆର୍ଥିର୍କ  ସଙ୍କଟ ଆସିଲେ ଆପଣ କର୍ପୁର ଧୂପ ରେ ଗୁଡ ମିଶାଇ ଜଳାନ୍ତୁ ।  ଏହି  ଧୂପକୁ ହନୁମାନ  ମୂର୍ତ୍ତି  ସାମ୍ନାରେ ଜଳେଇ ହନୁମାନଙ୍କ ପାଖରେ   କରଜରୁ ମୁକ୍ତି ପାଇଁ ପ୍ରାଥନା କରନ୍ତୁ , ଆପଣ ଏହାକୁ ଲଗାତର ୫ଟି ମଙ୍ଗଳବାର କରନ୍ତୁ  ଏହାଦ୍ଵାରା ଆପଣଙ୍କ ଆର୍ଥିକ ସଙ୍କଟ ଦୂର ହେଇଯିବ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!