ଘଡି ବା ଘଣ୍ଟା ଲଗାଇବାର ଠିକ ସ୍ଥାନ କେଉଁଠି ହେବାଉଚିତ୍, ଜାଣନ୍ତୁ ନଚେତ…

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘଡିର କାମ ହୋଇଥାଏ ଠିକ ସମୟ ଦେଖାଇବା । କିନ୍ତୁ ଏହି ଘଡି ଯଦି ଭୁଲ ଜାଗାରେ ଲଗାଇ ଦିଆଯାଏ ତେବେ ଆପଣଙ୍କ ସମୟ ଖରାପ ଚାଲିବାକୁ ଲାଗେ । ଆମ ସମସ୍ତଙ୍କ ଘରେ ଘଡି ଥାଏ । କିନ୍ତୁ ଲୋକ ସାଧାରଣତଃ ଘଡିକୁ ଘରର କୌଣସି ବି କାନ୍ଥରେ ଟାଙ୍ଗି ଦିଅନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି କୌଣସି ବି ଘଡିକୁ ବାସ୍ତୁ ହିସାବରେ ଲଗାଇବା ଆବଶ୍ୟକ । ତେବେ ଘଡି ଲଗାଇବାର ଠିକ ଉପାୟ କଣ ହୋଇଥାଏ ଚାଲନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ଦିଗରେ ଲଗାଇବା ମନା ଦକ୍ଷିଣ ଦିଗରେ କେବେ ବି ଘଡିକୁ ଲଗାଇବା ଉଚିତ ନୁହେଁ କାରଣ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କାଳର ବାସ ହୋଇଥାଏ । ବାସ୍ତୁକୁ ମାନିଲେ ଦକ୍ଷିଣ ଦିଗରେ ଘଡି ଲଗାଇବା ଅଶୁଭ ହୋଇଥାଏ କାରଣ ଦକ୍ଷିଣ ଦିଗରେ ମୃତ ପରିଜନଙ୍କ ଫଟୋ ଲଗାଯାଇଥାଏ ।

ବାସ୍ତୁ ଅନୁସାରେ ଘଡି ଲଗାଇବାର ଠିକ ସ୍ଥାନ ଉତ୍ତର, ପଶ୍ଚିମ ଓ ପୂର୍ବ ଦିଗ ହୋଇଥାଏ । କୁହାଯାଏ କି ଏହି ତିନିଟି ଦିଗ ପଜିଟିଭ ଏନର୍ଜି ବାଲା ହୋଇଥାଏ । କବାଟରେ କେବେ ବି ଲଗାନ୍ତୁ ନାହିଁ ଘଡି ବାସ୍ତୁ ଅନୁସାରେ ଘଡିକୁ ଘରର କୌଣସି ବି କବାଟରେ ଲଗାଇବା ଉଚିତ ନୁହେଁ, ଏହାକୁ ଅଶୁଭ ମାନନ୍ତି ।

କବାଟରେ ଘଡି ଲାଗାଇବା ମାନେ ଘରେ ଅଶାନ୍ତି କୁ ଆମନ୍ତ୍ରଣ କରିବା । ଏମିତି ଏଥିପାଇଁ ହୋଇଥାଏ କି କବାଟ ପାଖଦେଇ ଯିବା ସମୟରେ ନକାରାତ୍ମକ ଏନର୍ଜି ପ୍ରବେଶ କରିଥାଏ । ଲଗାନ୍ତୁ ପେଣ୍ଡୁଲମ ବାଲା ଘଡି ଯଦି ଆପଣ ଘରର ଡ୍ରଇଙ୍ଗ ରୁମରେ ପେଣ୍ଡୁଲମ ବାଲା ଘଡି ଲଗାନ୍ତି ତେବେ ଏହା ବାସ୍ତୁ ଅନୁସାରେ ଶୁଭ ହୋଇଥାଏ ।

ପେଣ୍ଡୁଲମ ଘଡି ସବୁ ସମୟରେ ଟଂ ଟଂ ଶବ୍ଦ କରିଥାଏ ଓ ଆପଣଙ୍କୁ ସମୟର ସୂଚନା ଦେଇଥାଏ । ଯଦି ଆପଣ ଏମିତିକା ଘଡି ଲଗାନ୍ତି ତେବେ ଘରର ଉନ୍ନତି ହେବ । ସମୟକୁ ଆଗ ପଛ କରନ୍ତୁ ନାହିଁ କୌଣସି ବି ଘଡିକୁ ଠିକ ସମୟରେ ରଖିବା ବହୁତ ଜରୁରୀ ହୋଇଥାଏ । ଘଡିର ସମୟକୁ ଆଗକୁ ବା ପଛକୁ କରି ରଖିବା ଉଚିତ ନୁହେଁ ।

ବାସ୍ତୁ ଅନୁସାରେ ଯଦି ଘଡି ବାସ୍ତବିକ ସମୟଠୁ ପଛେଇ ଚାଲିବ ତେବେ ବ୍ୟକ୍ତିକୁ ନିଜ ଜୀବନରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଏଥିପାଇଁ ସମୟକୁ ଠିକ ରଖନ୍ତୁ । ଘଡିର ଆକାର ବାସ୍ତୁରେ ଘଡିର ଆକାର ବି ବହୁତ ମହତ୍ତ୍ଵ ରଖିଥାଏ । ଯଦି ଆପଣଙ୍କ ଘରେ ଗୋଲ, ଚାରିକୋଣିଆ, ଅଣ୍ଡାକାର, ୮ ବା ୬ ଭୁଜାର ଆକାର ଥିବା ଘଡି ଅଛି ତେବେ ଏହା ଶୁଭ ହୋଇଥାଏ । ଘରେ ତ୍ରିକୋଣ ବାଲା ଘଡି ରଖିବା ଉଚିତ ନୁହେଁ, ବାସ୍ତୁ ଅନୁସାରେ ଏହି ପ୍ରକାରର ଘଡି ଅଶୁଭ ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!