ଗୀତା ଅନୁସାରେ ଯଦି ଏହି ସମୟରେ ହୁଏ ମୃତ୍ୟୁ, ତେବେ ଆପଣଙ୍କୁ ମିଳିବ ନାହିଁ ପୁନର୍ଜନ୍ମ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୀତା ହିନ୍ଦୁ ଧର୍ମ ର ମୁଖ୍ୟ ଧର୍ମଗ୍ରନ୍ଥ ଓ ଗୀତା ରେ କୁହା ଯାଇଥିବା କଥା ଆମ ଜୀବନ କୁ ଉଚିତ ରାସ୍ତା ଦେଖେଇ ଥାଏ । ଗୀତା ରେ ଲେଖା ହେଇଥିବା ଶ୍ଳୋକ ସାହାଯ୍ୟ ରେ ଆମକୁ କେତେ ପ୍ରକାର ର ଜ୍ଞାନ ମିଳି ଥାଏ । ଗୀତା ରେ ଜୀବନ ଓ ମୃତ୍ୟୁ ବିଷୟ ରେ ଅନେକ କଥା କୁହା ଯାଇଛି । ଏହି ଧାର୍ମିକ ଗ୍ରନ୍ଥ ଲେଖା ଅନୁଯାଇ ଯେଉଁ ଲୋକ ଶୁକ୍ଲ ପକ୍ଷ ସମୟ ରେ  ମୃତ୍ୟୁ ପାଇଥାନ୍ତି ସେ କେବେ ପୁନର୍ଜନ୍ମ ପାଆନ୍ତି ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଯେଉଁ ଲୋକ କୃଷ୍ଣ ପକ୍ଷ ରେ ମୃତ୍ୟୁ କୁ ପ୍ରାପ୍ତ ହୋଇ ଥାନ୍ତି ସେ ଆଉ ଥରେ ଜନ୍ମ ନିଅନ୍ତି । ମାନ୍ୟତା ଅଛି କି ମୃତ୍ୟୁ ହେଲେ ମନୁଷ୍ୟ ନିଜ ଶରୀର କୁ ତ୍ୟାଗ କରିଦିଏ ହେଲେ ଆତ୍ମା ଅମର ଏବଂ ଜୀବିତ ହୋଇ ଥାଏ । ଏହି କଥା ଶ୍ରୀ କୃଷ୍ଣ କେତେ ଶ୍ଳୋକ ଦ୍ଵାରା ବୁଝେଇବା ପାଇଁ ଚେଷ୍ଟା କରିଥିଲେ ।

ଶ୍ରୀ କୃଷ୍ଣ ଶ୍ଳୋକ ଦ୍ଵାରା କହିଥିଲେ କି କିଛି ଲୋକ ଶୁକ୍ଳ ପକ୍ଷ ରେ ମୃତ୍ୟୁ ପାଇଥାନ୍ତି ଏବଂ କିଛି ଲୋକ  କୃଷ୍ଣ ପକ୍ଷ ରେ ମୃତ୍ୟୁ ପାଇଥାନ୍ତି । ଶ୍ରୀ କୃଷ୍ଣ ଏହା ବି କହିଥିଲେ କି ଯେଉଁ ଲୋକ ପୂଣ୍ୟ କରିଥାନ୍ତି ସେ ପୁନର୍ଜନ୍ମ ପାଆନ୍ତି ଏବଂ ଯେଉଁ ଲୋକ ପାପ କରିଥାନ୍ତି ତାଙ୍କୁ ଆର ଜନ୍ମ ବି ପ୍ରାପ୍ତ ହୁଏନି  ଓ ତାଙ୍କ ଆତ୍ମା ଶାନ୍ତି ବି ପାଏନି । ଭୀଷ୍ମ ନିଜ ଦେହ ଶୁକ୍ଳ ପାକ୍ଷ ରେ ତ୍ୟାଗ କରିଥିଲେ । ମହାଭାରତ ଅନୁଯାଇ ସେ ଯେ ପର୍ଯ୍ୟନ୍ତ ଶୁକ୍ଳ ପକ୍ଷ ଆସିନଥିଲା ସେ ତାଙ୍କ ଦେହ ତ୍ୟାଗ କରିନଥିଲେ ।

ଆପଣମାନେ ଭାବୁଥିବେ ଶୁକ୍ଳ ପକ୍ଷ ଏବଂ କୃଷ୍ଣ ପକ୍ଷ କଣ ହୋଇ ଥାଏ ଏବଂ କେବେ ଆସେ । ହିନ୍ଦୁ ଧର୍ମ ଅନୁସାରେ ଗୋଟେ ମାସ କୁ ଦୁଇ ଭାଗ ରେ ବିଭାଜିତ କରାଯାଏ । ମାସ ର 30 ଦିନ ଆନୁସାରେ ଚନ୍ଦ୍ରମା ର ବଢିବା ଏବଂ କମିବା ଦେଖି କି ଏହା ବିଭାଜିତ କରା ହେଇଛି । ମାସ ର ଗୋଟେ ପକ୍ଷ କୁ ଶୁକ୍ଳ ପକ୍ଷ ଏବଂ ଆର ଭାଗ କୁ କୃଷ୍ଣ ପକ୍ଷ କୁହାଯାଏ । ଚନ୍ଦ୍ରଙ୍କର ଆକୃତି ଯେତେବେଳେ ବଢେ ସେ ପକ୍ଷ କୁ ଶୁକ୍ଳ ପକ୍ଷ କୁହନ୍ତି ଓ ଚନ୍ଦ୍ରଙ୍କର ଆକୃତି ଯେତେବେଳେ କମି କମି ଯାଏ ସେ ପକ୍ଷ କୁ କୃଷ୍ଣ ପକ୍ଷ କୁହନ୍ତି ।

ଏହି ଲେଖାଟି ଭଲ ଲାଗିଲେ ଅନ୍ୟମାନଙ୍କ ସହ ଶେୟାର ନିଶ୍ଚୟ କରନ୍ତୁ , ଏହିଭଳି ଅନେକ ଆଧ୍ୟାତ୍ମିକ ଶିକ୍ଷଣୀୟ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!