ଆଙ୍ଗୁଠି ଭିତରେ ଥିବା ଦୂରତା କହିଥାଏ ଆପଣଙ୍କ ଚରିତ୍ର ବିଷୟରେ, ଜାଣନ୍ତୁ ନିଜ ବିଷୟରେ ଏମିତି କିଛି ରାଜ୍

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣଙ୍କ ଶରୀର ଦ୍ଵାରା ନିଜ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣିବାକୁ ପାଇଥାଉ। ଆସନ୍ତୁ କିଭଳି ଜାଣିବେ।  ଆପଣଙ୍କ ଶରୀର ସମସ୍ତ ଅଙ୍ଗ କିଛି ନା କିଛି ଦର୍ଶାଇଥାଏ। ହାତର ଆଙ୍ଗୁଠିରେ ମଧ୍ୟ କେତେ କଥା ଲୁଚି ରହିଛି ଯାହା ଆପଣଙ୍କ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣିବାକୁ ପାଉ। ଯଦି ଦୁଇଟି ଆଙ୍ଗୁଠିର ମଝିରେ ସାମାନ୍ୟତଃ କେତେ ଅନ୍ତର ଥାଏ ସେଥିରେ ସେହି ବ୍ୟକ୍ତିର ବ୍ୟବହାର ବିଷୟରେ ଜାଣିହୁଏ। ବିଜ୍ଞାନ ଭାଷାରେ ଏହାକୁ “ଇଣ୍ଟରଡିଜିଟାଲଫୋଲ୍ଡସ” କୁହାଯାଏ। ତେବେ ଆସନ୍ତୁ ଜାଣିବା ଯେ ଆଙ୍ଗୁଠି ମଧ୍ୟରେ ଗୋପନୀୟତା ନିଜର ଚରିତ୍ର କିପରି ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସର୍ବ ପ୍ରଥମେ ହାତକୁ ନିଜ ସାମ୍ନାରେ ରଖନ୍ତୁ। ଯେପରି ହାତରେ କୌଣସି ମୁବମେଣ୍ଟ ନ ହେବା ଉଚିତ୍। ଏହାପରେ ହାତ ଆଙ୍ଗୁଠି ମଝିର ଦୂରତା କେତେ ଦେଖିବାକୁ ହେବ। ଆଙ୍ଗୁଠିର ଏହି ଅନ୍ତରକୁ ୩ଟି ଶ୍ରେଣୀରେ ବିଭାଜିତ କରାଯାଇଛି। ଏବେ ଫଟୋ ମାଧ୍ୟମରେ ଦିଆଯାଇଥିବା ହାତର ଆଙ୍ଗୁଠି ମଝିର ଦୂରତାକୁ ଦେଖି ନିଜ ହାତକୁ ଦେଖନ୍ତୁ କେଉଁ ଚିତ୍ରଟି ଆପଣଙ୍କ ହାତ ଆଙ୍ଗୁଠି ସହିତ ମିଶିଯାଉଛି।

ଆପଣ ଦେଖୁଥିବେ ଯେ ଫଟୋରେ ପ୍ରଥମ ହାତର ଆଙ୍ଗୁଠିରେ ବହୁତ ଅଧିକ ଦୂରତା ଅଛି। ଆଉ ଏକ ହାତରେ ଏହା କମ୍ ଦୂରତା ଅଛି। ଶେଷରେ ଦିଆଯାଇଥିବା ହାତର ଫଟୋରେ ଆଙ୍ଗୁଠିରେ କୌଣସି ପ୍ରକାରର କିଛି ଅନ୍ତରତା ନାହିଁ।

ଟାଇପ “ଏ” – ପରି ଆଙ୍ଗୁଠି ମଝିର ଅଧିକ ଦୂରତା ଥିଲେ

ଯଦି ‘ଏ’ ଆକାର ପରି ନିଜର ଆଙ୍ଗୁଠିର ମଝିର ଦୂରତା ଅଧିକ ଥାଏ, ତେବେ ଆପଣ ଖୋଲାମନଭାବ ଓ ସୁବିଚାରକ ହୋଇଥାନ୍ତି। ଏହା ସହିତ ବୁଝିବାଶକ୍ତି ମଧ୍ୟ ଥାଏ। କେଉଁ କାମକୁ କେବେ କିପରି କରିବେ ଓ ନ କରିବେ ଏହା ମଧ୍ୟ ଜାଣିପାରନ୍ତି। କେଉଁ ବ୍ୟକ୍ତି ପାଇଁ ସମୟ ବର୍ବାଦ କରିବା ବା କାହାକୁ ସମୟ ଦେବା ମଧ୍ୟ ଜାଣିଥାନ୍ତି। ସବୁଠାରୁ ଭଲ ଗୁଣ ହେଲା ନିଜ ମନରେ କିଛି ଖରାପ ଭାବନା ରଖନ୍ତି ନାହିଁ। ଲୋକମାନେ ମଧ୍ୟ ଆପଣଙ୍କ ସାଥିରେ ରହିବାକୁ ବହୁତ ପସନ୍ଦ  କରନ୍ତି।

ଟାଇପ “ବି” –  ଆଙ୍ଗୁଠି ମଝିର ସାମାନ୍ୟ ଦୂରତା ଥିଲେ

ହାତକୁ ସ୍ଵତନ୍ତ୍ର ଭାବରେ ରଖିଲେ ନିଜର ଆଙ୍ଗୁଠି ମଝିର ଦୂରତା ଅଳ୍ପ ଦେଖାଯାଏ ଯେମିତିକି ଫଟୋରେ ଯଦି ‘ବି’ ‘B’ ଆକାର ପରି ଦେଖାଯାଏ ତେବେ ଆପଣ ରୋଚକ କିସମ ବ୍ୟକ୍ତି ହୁଅନ୍ତି। କାରଣ ଆପଣଙ୍କୁ ଚିହ୍ନିବା ବୁଝିବା ପାଇଁ ଅନ୍ୟମାନଙ୍କୁ କିଛି ପରିଶ୍ରମ କରିବାକୁ ପଡିଥାଏ। ଆପଣ ଲୋକମାନଙ୍କୁ ଦେଖି ଚିହ୍ନି ବୁଝିବା ପରେ ହିଁ ତାଙ୍କ ସହିତ କଥା ଶେୟର କରିଥାନ୍ତି। ଏହା ଆପଣଙ୍କୁ ଗମ୍ଭୀରତାକୁ ଦର୍ଶାଇ ଥାଏ। କିନ୍ତୁ ମନ ଭିତରେ ବହୁତ ଦିଲଚସ୍ପ କିସମ ହୋଇଥାନ୍ତି ଓ ଆପଣଙ୍କ କଥା ଅନ୍ୟମାନଙ୍କୁ ମଧ୍ୟ ବହୁତ ମଜା ଲାଗେ। ସମସ୍ତେ ଆପଣଙ୍କୁ ପସନ୍ଦ କରିଥାନ୍ତି।

ଟାଇପ “ସି”  – ଆଙ୍ଗୁଠି ମଝିର ଦୂରତା ନ ଥିଲେ

ଯଦି ହାତ ଆଙ୍ଗୁଠି ମଝିର ଦୂରତା ନ ଥାଏ, ଯେପରିକି ଫଟୋ ଅନୁସାରେ ‘ସି’ ‘c’ ଆକାର ପରି ଦେଖାଯାଇଛି, ତେବେ ଆପଣ ବହୁତ ଗମ୍ଭୀର ସ୍ଵଭାବର ବ୍ୟକ୍ତି ଅଟନ୍ତି। କାହା ସହିତ ଅଧିକ କଥା ନ କହିବା, ଚୁପଚାପ୍ ରହିବା, ନିଜ ଠାରୁ ଅଧିକ କାହାକୁ ବିଶ୍ଵାସ ନ କରିବା ଆଦି ଏହିପରି ସ୍ଵଭାବ ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!