ଗଣପତିଙ୍କର ପୂଜା କରିବା ସମୟରେ କରନ୍ତୁ ଏହି ୫ ଟି ମନ୍ତ୍ରର ଜପ, ଘରେ ଆସିବ ସୁଖ ସମୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ଗଣପତିଙ୍କର ବିଶେଷ ସ୍ଥାନ ଅଛି । ଯେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ନୂଆ କାର୍ଯ୍ୟ ଆରମ୍ଭ କରିବା ସମୟରେ ପ୍ରଥମେ ଗଣପତିଙ୍କର ପୂଜା ଅର୍ଚ୍ଚନା କରଯାଇଥାଏ । ଏପରି କରିବା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ କିନ୍ତୁ ଗଣେଙ୍କର ପୂଜା କରିବା କିମ୍ବା ତାଙ୍କ ମନ୍ତ୍ର ଜପ କରିବା ସମୟରେ ପ୍ରାୟତଃ ଲୋକମାନେ ବହୁତ ଭୁଲ କରିଦେଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଗଣେଶ ଭଗବାନଙ୍କର ପୂଜା କରିବାର ସଠିକ ବିଧି ଏବଂ ତାଙ୍କ ପୁଜାରେ ବ୍ୟବହାର ହେଉଥିବା ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସକାଳୁ ଉଠି ସର୍ବ ପ୍ରଥମେ ସ୍ନାନ କରି ଗଣେଶଙ୍କ ମୂର୍ତ୍ତି ସାମ୍ନାରେ ଦୀପ ଜଳାନ୍ତୁ ଏବଂ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ –

“ସାଜ୍ଯଂ ଚ ବର୍ତିସଂଯୁକ୍ତଂ ବହ୍ନିନା ୟୋଜିତଂ ମୟା,

ଦୀପଂ ଗୃହାଣ ଦେବେଶ ତ୍ରୈଲୋକ୍ୟତିମିରାପହମ୍,

ଭକ୍ତ୍ୟା ଦୀପଂ ପ୍ରୟଚ୍ଛାମି ଦେବାୟ ପରମାତ୍ମନେ,

ତ୍ରାହି ମାଂ ନିରୟାଦ୍ ଘୋରଦ୍ଦୀପଜ୍ୟୋତ ।“

ସିନ୍ଦୁର ଦାନ

ଦୀପ ଜଳାଇବା ଏବଂ ମନ୍ତ୍ର ଉଚ୍ଚାରଣ କରିବା ପରେ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ । ସିନ୍ଦୁର ଅର୍ପଣ କରିବା ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ ।

“ସିନ୍ଦୂରଂ ଶୋଭନଂ ରକ୍ତଂ ସୌଭାଗ୍ଯଂ ସୁଖବର୍ଧନମ୍,

ଶୁଭଦଂ କାମଦଂ ଚୈବ ସିନ୍ଦୂରଂ ପ୍ରତିଗୃହ୍ୟତାମ୍ ।”

ପ୍ରସାଦ ଦାନ

ସିନ୍ଦୁର ଦାନ ପରେ ଗଣେଶ ଭଗବାନଙ୍କୁ ପ୍ରସାଦ ଅର୍ପଣ କରନ୍ତୁ । କହିବାକୁ ଗେଲ ଗଣେଶଙ୍କୁ ମୋଦକ ଏବଂ ବେସନରେ ତିଆରି ଲଡୁ ବହୁତ ପସନ୍ଦ ଆସେ କିନ୍ତୁ ଆପଣ ଆପଣଙ୍କ ଅନୁସାରେ କୌଣସି ପ୍ରକାରର ଫଳ ଏବଂ ମିଠା ପ୍ରସାଦ ରୂପରେ ଚଢାଇ ପାରିବେ । ଭଗବାନଙ୍କୁ ପ୍ରସାଦ ଚଢାଇବା ସମୟରେ ଏହି ମନ୍ତ୍ରର ଜପ କରିବା ଦରକାର ।

“ନୈବେଦ୍ଯଂ ଗୃହ୍ୟତାଂ ଦେବ ଭକ୍ତିଂ ମେ ହ୍ୟଚଲାଂ କୁରୂ,

ଈପ୍ସିତଂ ମେ ବରଂ ଦେହି ପରତ୍ର ଚ ପରାଂ ଗରତିମ୍,

ଶର୍କରାଖଣ୍ଡଖାଦ୍ଯାନି ଦଧିକ୍ଷୀରଘୃତାନି ଚ,

ଆହାରଂ ଭକ୍ଷ୍ୟଭୋଜ୍ଯଂ ଚ ନୈୱେଦ ।“

ମାଲ୍ୟାର୍ପଣ ବା ଫୁଲ ଅର୍ପଣ କରିବା

ଗଣେଶ ଭଗବାନଙ୍କୁ ପ୍ରସାଦ ଚଢାଇବା ପରେ ମାଲ୍ୟାର୍ପଣ କରନ୍ତୁ ଏବଂ ସେହି ସମୟରେ ଏହି ମନ୍ତ୍ରକୁ ଜପ କରନ୍ତୁ ।

“ମାଲ୍ୟାଦୀନି ସୁଗନ୍ଧୀନି ମାଲତ୍ୟାଦୀନି ବେ ପ୍ରଭୋ,

ମୟାହୃତାନି ପୁଷ୍ପାଣି ଗୃହ୍ଯନ୍ତାଂ ପୂଜନାଯ ଭୋ: ।”

ଯଜ୍ଞ

ଗଣେଶଙ୍କର ପୂଜା ସମୟରେ ଯଜ୍ଞ କରିବାର ବିଶେଷ ମହତ୍ଵ ଅଛି ଏବଂ ସେହି ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ।

“ନବଭିସ୍ତନ୍ତୁଭିର୍ଯୁକ୍ତଂ ତ୍ରିଗୁଣଂ ଦେବତାମୟମ୍,

ଉପବୀତଂ ମୟା ଦତ୍ତଂ ଗୃହାଣ ପରମେଶ୍ୱର ।“

ଏହି ବିଧି ଏବଂ ମନ୍ତ୍ର ସହିତ ଆପଣ ଯଦି ଗଣେଶ ଭଗବାନଙ୍କର ଉପାସନା କରନ୍ତି ତେବ ତାଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ ।

ଭଗବାନ ଗଣେଶଙ୍କ ପୂଜା ସମୟରେ ଉପରୋକ୍ତ ବିଧି ପାଳନ କଲେ ଘରେ ସଦା ସର୍ବଦା ସୁଖ ଓ ସମୃଦ୍ଧି ବିରାଜମାନ କରିବ। ଏହି ଭଳି ଅନେକ ଆଧ୍ୟାତ୍ମିକ କଥା ଜାଣିବାକୁ ଆମ ପେଜକୁ ଲାଇକେ କରନ୍ତୁ। ଧନ୍ୟବାଦ॥


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!