୨୦୨୨ ମସିହା, ଫେବୃୟାରୀ ମାସ ୭ ତାରିଖ, ସୋମବାର, ମକରମାସ ୨୫ ଦିନ, ମାଘମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ସକାଳ ୬ଟା ୧୬ମିନିଟ୍ ଗତେ ଅଷ୍ଟମୀ ତିଥି, ଅଶ୍ଵିନୀ ନକ୍ଷତ୍ର, ମେଷରାଶିରେ ଚନ୍ଦ୍ର । ଶୁଭ ଯୋଗ ଦିବା ୪ଟା ୪୨ମିନିଟ୍ ଗତେ ଶୁକ୍ଳ ଯୋଗ । ଗର କରଣ ସନ୍ଧ୍ୟା ୫ଟା ୨୨ମିନିଟ୍ ଗତେ ବାଣିଜ୍ୟ କରଣ । ମିଥୁନ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ତାଳ ନ ଖାଇଲେ ଭଲ ସକାଳ ୬ଟା ୧୬ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ସକାଳ ୬ଟା ୧୬ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ ।
ଶ୍ରାଦ୍ଧ ତର୍ପଣ- ସପ୍ତମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୭ଟା ୪୭ମିନିଟ୍ ରୁ ୯ଟା ୧୨ମିନିଟ୍, ରାତ୍ରି ୨ଟା ୪୯ମିନିଟ୍ ରୁ ୪ଟା ୧୩ମିନିଟ୍ । ଶୁଭସମୟ- ସକାଳ ୬ଟା ୨୬ମିନିଟ୍ ରୁ ୭ଟା ୪୬ମିନିଟ୍, ଦିବା ୧୦ଟା ୫୪ମିନିଟ୍ ରୁ ଦିବା ୧ଟା ୭ମିନିଟ୍, ଦିବା ୪ଟା ୧୪ମିନିଟ୍ ରୁ ୪ଟା ୫୨ମିନିଟ୍, ସନ୍ଧ୍ୟା ୬ଟା ୩୦ମିନିଟ୍ ରୁ ରାତ୍ର ୯ଟା ୧ମିନିଟ୍, ରାତ୍ର ୧୨ଟା ୧ମିନିଟ୍ ରୁ ରାତ୍ର ୨ଟା ୫୮ମିନିଟ୍ । ପର୍ବଦିନ- ମାଘ ସପ୍ତମୀ, ତିଳ ସପ୍ତମୀ, ଚନ୍ଦ୍ରଭାଗା ସ୍ନାନ ।
ମେଷ:-ସାମାଜିକ ପତିଆରା ଅମଳିନ ରହିବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ ପାଇବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଅଧିକାରୀ କାମରେ ପ୍ରସନ୍ନ ରହିବା ଯୋଗେ କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ରାଜନୀତି କ୍ଷେତ୍ରରେ ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ସ୍ଥଗିତଥିବା କର୍ମଟି ପୂରଣ ହେବା ପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କର୍କଟ:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ମାନସିକ ଏକାଗ୍ରତା ରଖି ପାରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ସିଂହ:-ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଦାମ୍ପତ୍ୟ କଳହ ମେଣ୍ଟିଯିବ, ମାନସିକ ଶାନ୍ତିମିଳିବ, ପଶୁ ସମ୍ପଦପ୍ରାପ୍ତିହେବ, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ସମ୍ମାନର ସହିତ ଦିନଚର୍ଯ୍ୟା କରିଆନନ୍ଦ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କନ୍ୟା:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । କୌଣସି ପ୍ରକାର ଅସୁବିଧା ନହୋଇ ଭଲରେ ଭଲରେ କାମ ହୋଇ ଯିବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତା ମିଳିବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ତୁଳା:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚସମ୍ମାନ ପାଇବେ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । କୃଷିକ୍ଷେତ୍ରରେ ପରିଶ୍ରମର ଯଥା ମୂଲ୍ୟ ପାଇବେ । ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ବିଚ୍ଛା:-ବ୍ୟବସାୟରେ ସତକଥା କହି ପ୍ରବଳ ଧନଲାଭ ସହ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ଅଟକିଥିବା ଧନ ସହଜରେ ପ୍ରାପ୍ତ ହେବ । ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ଧନୁ:-ଶାରିରୀକ ଅସୁସ୍ଥତା ଦୂରହେବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ହେବ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ମୂଳକ ପଦକ୍ଷେପ ନେଇ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ମକର:-କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କୃତକାର୍ଯ୍ୟ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଗୃହୋପକରଣ କ୍ରୟ କରିବେ । ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
କୁମ୍ଭ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଆୟ ଉପାର୍ଜନ ବୃଦ୍ଧି ହେବ । ଦୂରଯାତ୍ରାରେ ସଫଳ ହେବେ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ପ୍ରବଳ ଲାଭ ପାଇବେ । ଆର୍ଥିକଦିଗରୁ ସୁବିଧା ଫଳରେ କିଛି ନୂତନ ପଦାର୍ଥ ସଂଗ୍ରହ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
ମୀନ:-ରାଜନୀତି କ୍ଷେତ୍ରରେ ମନରେ ଦମ୍ଭ ସାହାସବୃଦ୍ଧି ହେବ, ଚିତ୍ତ ପ୍ରସନ୍ନ ରହିବ, କାର୍ଯ୍ୟ ସିଦ୍ଧି ହେବ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ସମସ୍ୟା ଦୂର ହୋଇ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ୱେ ଆୟ ବଢ଼ିବା ଯୋଗେ ମନ ଖୁସି ରହିବ । ବିଦ୍ୟାର୍ଥୀ ମାନେ ଉଚ୍ଚ ପ୍ରଶଂସା ପାଇବେ । ପ୍ରତିକାର- ହଳଦୀ ଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ ।
Jyotirbid Dr. Pramod Satapathy
Jantra Jyotisha, Cuttack
For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674