ଦୈନିକ ରାଶିଫଳ: 04 ଫେବୃୟାରୀ 2022, ମା’ ସନ୍ତୋଷୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଫେବୃୟାରୀ ମାସ ୪ ତାରିଖ, ଶୁକ୍ରବାର, ମକର ମାସ ୨୨ ଦିନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ସକାଳ ୧୦ଟା ୩ମିନିଟ୍ ଗତେ ମୀନ ରାଶିରେ ଚନ୍ଦ୍ର । ଶିବା ଯୋଗ । ବାଣିଜ୍ୟ କରଣ ଦିବା ୪ଟା ୬ମିନିଟ୍ ଗତେ ବିଷ୍ଟି କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର ସକାଳ ୧୦ଟା ୩ମିନିଟ୍ ଗତେ ଧନୁ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ । ଯୋଗିନୀ- ନୈଋତେ ରାତି ୩ଟା ୪୭ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୧୨ମିନିଟ୍ ରୁ ୧୦ଟା ୩୬ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ଦିବା ୧୨ଟା, ରାତ୍ରି ୮ଟା ୪୮ମିନିଟ୍ ରୁ ୧୦ଟା ୨୪ମିନିଟ୍ । ଶୁଭସମୟ- ସକାଳ ୬ଟା ୨୫ମିନିଟ୍ ରୁ ୭ଟା ୮ମିନିଟ୍, ସକାଳ ୭ଟା ୫୫ମିନିଟ୍ ରୁ ୯ଟା ୧୧ମିନିଟ୍, ଦିବା ୧୨ଟା ୨୪ମିନିଟ୍ ରୁ ୨ଟା ୩୬ମିନିଟ୍, ଦିବା ୪ଟା ୮ମିନିଟ୍ ରୁ ସନ୍ଧ୍ୟା ୫ଟା ୩୫ମିନିଟ୍, ସନ୍ଧ୍ୟା ୭ଟା ୧୯ମିନିଟ୍ ରୁ ରାତ୍ର ୮ଟା ୪୭ମିନିଟ୍, ରାତ୍ର ୨ଟା ୯ମିନିଟ୍ ରୁ ରାତ୍ର ୪ଟା ୪୦ମିନିଟ୍ ।

ମେଷ:-ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବିଦେଶ ଯାତ୍ରାରେ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା, ଖେଳ, କୁଦ ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦୂର ହୋଇଯିବା ଫଳରେ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ବୃଷ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ବୃତ୍ତିଗତ ଦୃଷ୍ଟିରୁ ଆୟରସ୍ରୋତ ବୃଦ୍ଧିହେବ ଓ ଆର୍ଥିକ ଦିଗରୁ ସୁରକ୍ଷିତ ରହିବେ । ଶର୍ଦ୍ଦି ଓ ପିତ୍ତ ଦୋଷ ରୋଗରୁ ମୁକ୍ତି ମିଳିବ । ପାରିବାରିକ ସ୍ତରରେ ସ୍ୱାର୍ଥ ପ୍ରବୃତ୍ତିର ଅଧିନ ହୋଇ ସମ୍ପର୍କର ମଧୁର ସ୍ଵାଦପାଇ ସନ୍ତୋଷ ଦେଖାଦେବ । ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଠିକ୍‌ ଫଳ ପାଇବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି କରିଲେ ଭଲ ହେବ ନିଜର ର୍ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ । ଚାକିରୀରେ ସମ୍ମାନ ମିଳିବା ହେତୁ ସନ୍ତୁଷ୍ଟ ରହିବେ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ବୃତ୍ତିଗତ ଦୃଷ୍ଟିରୁ ସବୁଦିଗରୁ ସୁରକ୍ଷିତ ରହିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର ବର୍ଜନ କରନ୍ତୁ । ପରୀକ୍ଷାରେ ଯଥାର୍ଥ ଉତ୍ତର ଲେଖିବା ପାଇଁ ଭୁଲିଯାଇ ପାରନ୍ତି । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ସତ୍‌ କାର୍ଯ୍ୟରେ ଲିପ୍ତ ହୋଇ ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ମତାମତ ସଂଗ୍ରହ କରି ସଫଳ ହେବେ । ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ପ୍ରଚୁର ହେବ । ଘରୋଇ କର୍ମଚାରୀମାନେ ବିବାଦୀୟ ଦୁଃସ୍ଥିତିରେ ଜଡ଼ିତ ହୋଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ମାନସିକ ଅସ୍ଥିରତା ଦୂର ହେବ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ଓ ଉନ୍ନତି ହେବାସହ ଗୃହବାହାନ ପ୍ରାପ୍ତି ହେବ । କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇ ହସଖୁସିରେ ସମୟ ବିତାଇବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କନ୍ୟା:-ଆର୍ଥିକ ଦିଗରୁ ସୁବିଧା ସହଯୋଗ ମିଳିବ । ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ । ପ୍ରତିଯୋଗୀ ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ତୁଳା:-ସନ୍ତାନ-ସନ୍ତତିଙ୍କ ଦିଗରୁ ସୁସମ୍ବାଦ ପାଇ ଆନନ୍ଦିତ ହେବେ । ଦାମ୍ପତ୍ୟ ଜୀବନରେ ଅଶାନ୍ତିର ଝଡ଼ ଦୂର ହୋଇଯିବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ବିଦ୍ୟାର୍ଥୀମାନେ ପରିଶ୍ରମ କରି ପରିଶ୍ରମର ମୂଲ୍ୟ ପାଇବେ । ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଯିବ । କୃଷିଜୀବିମାନେ ଧାର୍ମିକ କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତ କ୍ଷେତ୍ରରେ ରକ୍ଷା ପାଇବେ । ପାରିବାରିକ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ବ୍ୟବସାୟରେ ନିଜସ୍ଵାର୍ଥ ପାଇଁ ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବ । ଘରଠୁ କର୍ମକ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଶଂସିତ ହେବେ । ଛାତ୍ରଛାତ୍ରୀମାନେ ଆମୋଦ ପ୍ରମୋଦ ମନୋରଞ୍ଜନ କାର୍ଯ୍ୟରେ ମାତି ଅନ୍ୟ ମନସ୍କ ରହିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-ସାମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ କୌଣସି ପ୍ରକାର ଅସୁବିଧା ନହୋଇ କାମ ହୋଇଯିବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶୁଭକାର୍ଯ୍ୟ ସମ୍ପାଦନ କରିବେ । ଆର୍ଥିକ ଦିଗରୁ ସୁବିଧା, ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ପ୍ରେମିକ ପ୍ରେମିକା ମାନଙ୍କର ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧି ହେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି, ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହୋଇ ପାରେ । ଛାତ୍ରଛାତ୍ରୀମାନେ ବିଦ୍ୟାରତ ହେବେ । ବ୍ୟବସାୟରେ ସାମାନ୍ୟ ପରିଶ୍ରମ କରି ଅତ୍ୟଧିକ ଲାଭ ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ । ବିଦେଶ ଯାତ୍ରାରେ ଲାଭବାନ ହେବେ । ସ୍ୱର୍ଣ୍ଣାଦି ଧାତୁ ଦ୍ରବ୍ୟ ବ୍ୟବସାୟରେ ମାଲିକମାନଙ୍କର ମନତୃପ୍ତ କରାଇବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବାସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ଅନେକ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହେବେ । ପରିବାର ମଧ୍ୟରେ ବାତ୍ସଲ୍ୟ ମମତାରେ ଆବଦ୍ଧ ରହିବେ । ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ ।

ମୀନ:-ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପ୍ରେମିକ ପ୍ରେମିକା ମାନଙ୍କର ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!