ଦୈନିକ ରାଶିଫଳ: 16 ଫେବୃୟାରୀ 2022, ଶ୍ରୀ ଗଣେଶଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା, ଫେବୃୟାରୀ ମାସ ୧୬ ତାରିଖ, ବୁଧବାର, କୁମ୍ଭ ମାସ ୪ ଦିନ, ମାଘମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର ଦିବା ୩ଟା ୧୩ମିନିଟ୍ ଗତେ ମଘାନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର । ଶୋଭନ ଯୋଗ ରାତ୍ରି ୮ଟା ୪୨ମିନିଟ୍ ଗତେ ଅତିଗଣ୍ଡ ଯୋଗ । ବିଷ୍ଟି କରଣ ସକାଳ ୧୦ଟା ୮ମିନିଟ୍ ଗତେ ବବ କରଣ । କର୍କଟ ରାଶିର ଘାତବାର । ଦିବା ୩ଟା ୧୩ମିନିଟ୍ ଗତେ କର୍କଟ, ମକର ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ ରାତି ୧୦ଟା ୨୬ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ବାୟବ୍ୟେ ରାତି ୧୦ଟା ୨୬ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପୂର୍ଣ୍ଣିମାର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୯ଟା ୯ମିନିଟ୍ ରୁ ୧୦ଟା ୩୫ମିନିଟ୍, ଦିବା ୧୨ଟା ରୁ ୧ଟା ୨୬ମିନିଟ୍, ରାତ୍ରି ୩ଟା ୯ମିନିଟ୍ ରୁ ୪ଟା ୪୩ମିନିଟ୍ । ଶୁଭସମୟ- ସକାଳ ୬ଟା ୧୯ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୧୦ଟା ୩୬ମିନିଟ୍ ରୁ ୧୧ଟା ୩୭ମିନିଟ୍, ଦିବା ୧ଟା ୫୫ମିନିଟ୍ ରୁ ୪ଟା ୫୬ମିନିଟ୍, ସନ୍ଧ୍ୟା ୬ଟା ୩୪ମିନିଟ୍ ରୁ ୧୦ଟା ୪୩ମିନିଟ୍, ରାତ୍ର ୨ଟା ୭ମିନିଟ୍ ରୁ ରାତ୍ର ୩ଟା ୮ମିନିଟ୍, ରାତ୍ର ୪ଟା ୪୪ମିନିଟ୍ ରୁ ୬ଟା ୧୭ମିନିଟ୍ । ପର୍ବଦିନ- ଅଗ୍ନ୍ୟୁତ୍ସବ, ମାଘ ପୂର୍ଣ୍ଣିମା ସ୍ନାନ ।

ମେଷ:-ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ବାଦବିବାଦ, ମାଲିମୋକଦ୍ଦମାରେ ଆଶାତୀତ ଫଳ ପାଇବେ । ଶାରୀରିକ ଅସୁସ୍ଥତା ଦୂର ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଲୌହ ଜାତୀୟ ଦ୍ରବ୍ୟ ଓ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟରେ ଲାଭବାନ ହେବେ । ପଢ଼ାପଢ଼ିରେ ମନଦେବେ । ମାନସିକ ଦୁଶ୍ଚିନ୍ତା ଦୂରହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ଭାଗିଦାରୀ ମାନଙ୍କଠାରୁ ସାହାଯ୍ୟ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବା ସହ କାର୍ଯ୍ୟଭାର ବୃଦ୍ଧି ହେବ । କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଶତ୍ରୁହାନି, ଉଚ୍ଚପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆକସ୍ମିକ ଧନ ଲାଭ ହୋଇ ଆର୍ଥିକ ସଙ୍କଟ ଦୂରେଇ ଯିବ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ଉଚ୍ଚ ଆଶାରେ ଆଗେଇବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଫିସର ମାନେ ସନ୍ତୋଷ ହେବେ । ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ ।

କର୍କଟ:-ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି । କର୍ମକ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ । ପିଲାମାନଙ୍କ କାର୍ଯ୍ୟ ପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ସ୍ଵାର୍ଥକୁ କେନ୍ଦ୍ରକରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରି ପାରନ୍ତି । ବାଦବିବାଦଠାରୁ ଦୂରେଇ ରହିବା ଉଚିତ । ରାସ୍ତା ଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ନିଜ କର୍ମଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାଲି ମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରହିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କନ୍ୟା:-ବ୍ୟବସାୟରେ ଶ୍ରମ ସାର୍ଥକ ହେବ, ଆୟ ବଢିବ । ପରିବାରରେ ଜଟିଳ ପରିସ୍ଥିତି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । କଳା, ସାହିତ୍ୟ, କ୍ରିଡାକ୍ଷେତ୍ରରେ ପ୍ରଶଂସା ମିଳିବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଜାଗାଜମି, ଉଚ୍ଚସ୍ତରୀୟ ବାହନ ଆଦି ଆଜି କ୍ରୟ ନକରିବା ଉଚିତ୍ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ସରକାରୀ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ଆନନ୍ଦିତ ହେବେ । ଔଷଧ ବ୍ୟବସାୟୀ ମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ପୁରାତନ ରୋଗରୁ ମୁକ୍ତି ପାଇ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । କୌଣସି ଶୁଭ ସମାଚାର ମଧ୍ୟ ଶୁଣିବେ । ଜାଗାଜମି, ଉଚ୍ଚସ୍ତରୀୟ ବାହନ ଆଦି ଆଜି କ୍ରୟ କରି ପାରନ୍ତି । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ନୂତନ ଦ୍ରବ୍ୟ କ୍ରୟ କରିବେ । ପ୍ରତିକାର- ମସ୍ତକରେ ଶ୍ଵେତଚନ୍ଦନରେ କର୍ପୁର ମିଶେଇ ଟିକା ଲଗାନ୍ତୁ ।

ବିଚ୍ଛା:-ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇଯିବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ପାରିବାରିକ ଦ୍ଵନ୍ଦର ଅବସାନ ଘଟିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ବ୍ୟବସାୟୀମାନେ ଉତ୍ତମ ରୋଜଗାର କରି ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି ଓ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ମାନସିକ ସ୍ଥିରତା ଦେଖାଦେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ଯୁବକ ଯୁବତୀ ମାନଙ୍କର ଆଶା ପୂରଣ ହେବ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କଲେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସାମାଜିକ ପତିଆରା ଅମଳିନ ରହିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇ ଆର୍ଥିକ ଉନ୍ନତି ହେବ ଓ ଧନ ଲାଭ ହେବାରୁ ମନ ଖୁସି ରହିବ । ପାରିବାରିକ ଜୀବନରେ ଶାନ୍ତି ଆସିବ ଓ ଧାର୍ମିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ । ରାଜନୀତିରେ ସଫଳତା ମିଳିବ । ସୁଯୋଗ ପାଇବା ମଧ୍ୟେ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ । ପ୍ରତିକାର-ଗୋମୁତ୍ର ଓ ଫିଟିକିରିରେ ଦାନ୍ତସଫା ରଖନ୍ତୁ ।

ମୀନ:-ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖମୟ ହେବ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଋଣ ଭାରରୁ ମୁକ୍ତି ପାଇବେ । ବିଦେଶ ଯାତ୍ରାରେ ଲାଭବାନ ହେବେ । ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ । ଆୟ ଉପାର୍ଜନର ବୃଦ୍ଧି ହେବା ଫଳରେ ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ପ୍ରତିକାର- ହଳଦୀ ଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!