ଏହି ଛୋଟ ଛୋଟ ଉପାୟ ଦ୍ଵାରା ଖୁସି ହୋଇଯିବେ ଗୁରୁ, ଶନି ଓ କେତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃହସ୍ପତି ମାନେ ଗୁରୁ ୫ ନଭେମ୍ବର ୨୦୧୯ କୁ ନିଜ ରାଶି ଧନୁ ରେ ଗୋଚର କରଛନ୍ତି ଓ ୨୯ ମାର୍ଚ ୨୦୨୦ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଗୁରୁଙ୍କର ରାଶି ପରିବର୍ତ୍ତନ ପରିଣାମ ଅନ୍ୟରାଶି ଗୁଡିକରେ ମଧ୍ୟ ପଡେ । ସେଥିପାଇଁ ଶନି ଦେବ ଆଉ କେତୁ ଗୁରୁଙ୍କର ସ୍ଵାଗତ ପାଇଁ ପ୍ରଥମରୁ ହିଁ ଧନୁ ରାଶିରେ ଅଛନ୍ତି । ଗୁରୁ ୧୪୩ ମାସ ପରେ ନିଜ ଘରକୁ ଫେରୁଛନ୍ତି । ସେ ଧନୁ ରାଶିରେ ନିଜ ଆଶୀର୍ବାଦ ଦେଇ ୫ମ, ୭ମ, ୯ମ ଘରେ ପ୍ରଭାବ ପେକେଇ ଲାଭ ପହଞ୍ଚାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି କୌଣସି ଭୀଷଣ ପ୍ରଭାବ ପଡେ ତାହାର ସିଧା ସମ୍ବନ୍ଧ ଆପଣଙ୍କ ପୁରୁଣା କରଜ, ପୂର୍ବ କର୍ମ ଉପରେ ପଡେ । ଏଥିପାଇଁ କିଛି ଛୋଟ ମୋଟ ଉପାୟରେ ଗୁରୁ , ଶନି ଓ କେତୁଙ୍କର ପ୍ରଭାବକୁ ଅନୁକୁଳ କରିପାରିବେ ।

୧. ଆପଣ ନିଜ ଗୁରୁଙ୍କ ସ୍ଥାନ ସଫା କରନ୍ତୁ , ମାନେ ଯେଉଁଠି ସାଧନା ବା ଗୁରୁ ପୂଜା କରନ୍ତି ବା ତାଙ୍କର ଫଟୋ ଯେଉଁଠି ରଖିଛନ୍ତି ସେହି ସ୍ଥାନକୁ ସଫା ରଖନ୍ତୁ ।

୨. ଆପଣ ନିଜର ମୁଖ୍ୟ ଦ୍ଵାର ଦୁଇ ପାର୍ଶ୍ଵରେ କଞ୍ଚା କ୍ଷୀରରେ ପାଣି ଓ ହଳଦୀ ମିଶେଇକି ରଖନ୍ତୁ।

୩. ଯଦି ଜୀବନରେ ଗୁରୁ ନାହାନ୍ତି ତେବେ ନିଜର ମାତା ପିତାଙ୍କୁ ପ୍ରଣାମ କରନ୍ତୁ ।

୪. ନିଜର ପୁରୁଣା ଗୁରୁ ପାଖକୁ ଯାଅନ୍ତୁ ଏବଂ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ ।

୫. ଗୁରୁଦ୍ଵାର ଯାଆନ୍ତୁ ଏବଂ ସେଠି ଆରାଧାନା କରନ୍ତୁ , ସେଠି ତ ଗୁରୁଙ୍କ ରୂପରେ ଗୁରୁଗ୍ରନ୍ତଃ ସାହେବ ଅଛନ୍ତି , ଯିଏ ମାର୍ଗଦର୍ଶକ ଅଟନ୍ତି ।

୬. ନିଜର ସବୁଠାରୁ ପୁରୁଣା ଚାକର , ଘରର ବୃଦ୍ଧଙ୍କ ନାମରେ କୌଣସି ମନ୍ଦିରର ଶିଖର ଉପରେ ଧ୍ଵଜାରହଣ କରନ୍ତି ।

୭. ଯଦି ଧ୍ଵଜା ଉଠେଇବା କଷ୍ଟକର ଅଟେ ତେବେ ନିଜ ଘରର ଚାକର ନାମରେ ମନ୍ଦିରରେ ଦାନର ରସିଦ କାଟନ୍ତୁ ।

8. ନିଜ ଜ୍ଞାନର ପୁସ୍ତକ ଦାନ କରନ୍ତୁ ଏବଂ ସେହି ପୁସ୍ତକ ବିଷୟରେ ଚର୍ଚା କରନ୍ତୁ ।

ଏହି ସବୁ ଗ୍ରହ ଗୁଡିକ ଆମର କୌଣସି ଅଙ୍ଗ ବା ସମ୍ପର୍କୀୟ ବା ଅନ୍ୟାନ ଗତିବିଧି ସହିତ ସମ୍ବନ୍ଧ ରଖେ ।

ଗୁରୁ ଲିବର, ସ୍ଵାମୀ, ଶିକ୍ଷକ କିମ୍ବା ମାର୍ଗଦର୍ଶକ ଭାବେ ପ୍ରତିନିଧିତ୍ଵ କରନ୍ତି । ଏହି ଉପାୟ ଦ୍ଵାରା ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ସୁଧାର ଆସିବ । ଅବିବାହିତ କନ୍ୟାଙ୍କର ବିବାହ ହେବ । ଭ୍ରମ ଦୁନିଆରେ ରହୁଥିବା ଲୋକମନେ ଜ୍ଞାନ ଦୁନିଆକୁ ଆସିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!