ବାରମ୍ବାର ଧନହାନି ହେଉଛି, ସନ୍ତାନଙ୍କ ପାଖରୁ ସୁଖ ମିଳୁ ନାହିଁ, ସବୁଦିନ ଜୀବନରେ ଦେଖାଦେଉଛି କି ଦୁର୍ଭାଗ୍ୟର ଏହି ୫ଟି ସଂକେତ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁ ଲୋକଙ୍କ ଜାତକରେ ପିତୃଦୋଷ ଥାଏ, ସେ ନିଜ ଜୀବନରେ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିଥାନ୍ତି । ଜ୍ୟୋତିଷ ରେ କିଛି ଏପରି ସଙ୍କେତ କୁହାଯାଇଛି, ଯାହା ଦ୍ଵାରା ଜଣାପଡିଥାଏ କି ବ୍ୟକ୍ତି ପିତୃଦୋଷ କାରଣରୁ ଚିନ୍ତିତ ଅଛି । ତେବେ ଚାଲନ୍ତୁ ଜାଣିବା ପିତୃଦୋଷର ସଙ୍କେତ ଓ ଉପାୟ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧. ଯେଉଁ ବ୍ୟକ୍ତିର ଜାତକରେ ପିତୃଦୋଷ ଥାଏ, ତାକୁ ସନ୍ତାନ ସୁଖ ସହଜରେ ମିଳିପାରେ ନାହିଁ ।

୨. ପିତୃ ଦୋଷ କାରଣରୁ ଘରେ ଧନର ଅଭାବ ରହିଥାଏ । କୌଣସି ନା କୌଣସି କାରଣରୁ ଧନହାନି ହୋଇଥାଏ ।

୩. ପରିବାରରେ ବିବାହ ହେବାରେ ବହୁତ ପ୍ରକାରର ସମସ୍ୟା ହୋଇଥାଏ । ଏହି ଦୋଷ କାରଣରୁ କିଛି ଲୋକଙ୍କର ବିବାହ ବିଳମ୍ବ ହୋଇଥାଏ ।

୪. ଘର ପରିବାରରେ କୌଣସି ନା କୌଣସି କାରଣରୁ ଝଗଡା ହୋଇଥାଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ମନମାଳୀନ ହୋଇଥାଏ ।

୫. ଘରେ କୌଣସି ନା କୌଣସି ସଦସ୍ୟ ସବୁବେଳେ ରୋଗାଗ୍ରସ୍ତ ହୋଇଥାଏ ।

ପିତୃଦୋଷ ପାଇଁ କରିପାରିବେ ଏହି ଉପାୟ

୧. ଯେବେ ଆମେ ରୁଟି କରିବା ତେବେ ପ୍ରଥମ ରୁଟିଟି ଗାଈ ପାଇଁ ରଖିବା ଆବଶ୍ୟକ । ରୁଟିରେ କିଛି ଚିନି, ଦହି ଓ ଗୋଟିଏ ତୁଳସୀ ପତ୍ର ରଖି ଗାଈକୁ ଖାଇବାକୁ ଦିଅନ୍ତୁ ।

୨. ସକାଳେ ଗାଧୋଇବା ପରେ ଓସ୍ତ ଗଛକୁ କଞ୍ଚା କ୍ଷୀର, ଜଳ ଓ କଳା ରାଶି ଏକ ସାଥିରେ ଅର୍ପଣ କରନ୍ତୁ ।

୩. ଘରେ ଗୀତା ପାଠ ପ୍ରତିଦିନ କରନ୍ତୁ । ପିତୃ ପକ୍ଷରେ ବ୍ରାହ୍ମଚର୍ଜ୍ୟର ପାଳନ କରିବା ଆବଶ୍ୟକ ।

୪. ଅମାବାସ୍ୟା ରେ କାଉ କୁ ଖାଇବାକୁ ଦେବା ପାଇଁ ଘରର ଛାତ ଉପରେ ଭୋଜନକୁ ଛୋଟ ଛୋଟ ଖଣ୍ଡ କରି ଖେଳାଇ ରଖନ୍ତୁ । ଏଥିରୁ ପିତୃ ଦେବତା ପ୍ରସନ୍ନ ହୋଇଥାନ୍ତି ।

୫. ଯଦି ଘରେ କୌଣସି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଥାଏ ତେବେ ସେଥିପାଇଁ ପିତୃ ପକ୍ଷର ଅମାବାସ୍ୟାରେ ତମ୍ବାର ବାସନ, କପଡା ଓ ଭୋଜନ ଦାନ କରିବା ଆବଶ୍ୟକ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!