ଏହି ପ୍ରକାର ସ୍ଵପ୍ନ ଅଶୁଭ ଘଟଣା ବିଷୟରେ ଆମକୁ ସଂକେତ ଦିଅନ୍ତି- ଜାଣନ୍ତୁ ସେ ଗୁଡିକ କଣ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସ୍ଵପ୍ନ ମାନଙ୍କୁ ଭବିଷ୍ୟତରେ ଆସୁଥିବା ସଙ୍କଟର ଇସାରା ବୋଲି କୁହାଯାଇଥାଏ, ରାମାୟଣ ଏବଂ ମାହାଭାରତରେ ମଧ୍ୟ ସ୍ଵପ୍ନ ସଂକେତ ପ୍ରାପ୍ତ ହେବାର କୁହାଯାଇଛି । ଭଗବାନ ରାମ ଦଶରଥଙ୍କ ମୃତ୍ୟୁ ସମୟରେ ଗୋଟେ ଅଶୁଭ ସ୍ଵପ୍ନ ଦେଖି ଅନୁମାନ ଲଗାଇ ଥିଲେ ଯେ ରାଜ ଭବନ ରେ କିଛି ଅଶୁଭ ହୋଇଛି । ରାବଣକୁ ମଧ୍ୟ ଅଶୁଭ ସ୍ଵପ୍ନ ସଂକେତ ମିଳି ଥିଲା, ସମସ୍ତେ ନିଜ ଜୀବନ ରେ କେବେ ନା କେବେ ଭଲ ବା ମନ୍ଦ ସ୍ଵପ୍ନ ଦେଖି ଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଏହି ସ୍ଵପ୍ନ ଗୁଡିକ ସମ୍ବନ୍ଧ ରେ ଯାହାର ସମ୍ବନ୍ଧ ଖରାପ ଭାଗ୍ୟ ସହ ହୋଇଥାଏ ।

କାଉ :

ସ୍ଵପ୍ନରେ କାଉ ଦେଖିବା ଅଶୁଭ ବୋଲି କୁହା ଯାଇଛି, ଏହା ଖରାପ ସମୟ ପାଖେଇ ଆସିଲାଣି ବୋଲି ସଂକେତ ଦେଇ ଥାଏ ।

ଯାତ୍ରା :

ନିଜକୁ ଯାତ୍ରା କରୁଥିବାର ଦେଖିବା ଭଲ ନୁହେଁ ବୋଲି କୁହା ଯାଏ, ଯେଉଁ ଦିନ ଯାତ୍ରା ସ୍ଵପ୍ନ ଆସିଥାଏ ତା ପର ଦିନ ଯାତ୍ରା କରିବା ଉଚିତ ନୁହେଁ ।

ମୁଣ୍ଡନ କରେଇବାର ଦେଖିବା :

ଯଦି ଆପଣ ସ୍ଵପ୍ନ ରେ ନିଜକୁ ବା ଅନ୍ୟ କାହାକୁ ମୁଣ୍ଡନ କରେଇବାର ଦେଖନ୍ତି ତେବେ ଏହା ପରିବାରରେ କାହା ମୃତ୍ୟୁ ସଂକେତ ବୋଲି ମାନ୍ୟତା ଅଛି ।

ସୁଖିଲା ଫୁଲ ମାଳା :

ସ୍ଵପ୍ନରେ ଯଦି କେଉଁ ସ୍ତ୍ରୀ ଆସି ଆପଣଙ୍କୁ ସୁଖିଲା ମାଳ ପିନ୍ଧାଉଛି ତେବେ ଏହା ବହୁତ ବଡ ଅଶୁଭ ବୋଲି ମାନ୍ୟତା ଅଛି ।

ଗଧ ସବାରି :

ସ୍ଵପ୍ନରେ ଗଧ ସବାରି କରିବା ମୃତ୍ୟୁ ସୂଚକ ବୋଲି କୁହା ଯାଏ, ଏହି ସ୍ଵପ୍ନ ଅର୍ଥାତ ଆପଣଙ୍କ ଖରାପ ସମୟ ଆରମ୍ଭ ।

ଧଳା ବସ୍ତ୍ର :

ଯଦି କୌଣସି ସ୍ତ୍ରୀ ନିଜ ସ୍ଵପ୍ନରେ ନିଜକୁ ଧଳା ଶାଢୀ ଓ ଖୋଲା ଛୁଟି ଦେଖୁଛି ତେବେ ଏହା ବିୟୋଗ ସଂକେତ ବୋଲି କୁହା ଯାଇଥାଏ, ଏହି ସ୍ଵପ୍ନ ପରେ ଜୀବନରେ ସଚେତ ହୋଇ କାମ କରିବା ଉଚିତ ।

ଖଣ୍ଡିତ ମୂର୍ତି :

ସ୍ଵପ୍ନରେ ଠାକୁରଙ୍କ ଖଣ୍ଡିତ ମୂର୍ତି ଦେଖିବା ଅଶୁଭ ବୋଲି ମାନ୍ୟତା ଅଛି ।

ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏବଂ ଏହି ଲେଖାଟିକୁ ଅନ୍ୟମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!