Vastu Tips:- ଯଦି ନୂଆ ଘର ତିଆରି କରୁଛନ୍ତି ତେବେ ଏହି ବିଶେଷ କଥା ପ୍ରତି ଦିଅନ୍ତୁ ଧ୍ୟାନ, ହେବେ ଧନବାନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାର ଉପାୟ ଲେଖାଯାଇଛି । ଯଦି ସେହି ଉପାୟକୁ ଧ୍ୟାନରେ ରଖି ନୂଆ ଘର ତିଆରି କରିବେ ତେବେ ଘରର ସଦସ୍ୟଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀ ଦେବୀଙ୍କ କୃପା ମିଳିବ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରର ବିଶେଷ କଥା ଯାହାକି ଘର ତିଆରି କରିବା ବେଳେ ଧ୍ୟାନ ରଖିବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଦିଗ ପ୍ରତି ବିଶେଷ ମହତ୍ଵ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉତ୍ତର ଦିଗ ଭଗବାନ କୁବେରଙ୍କର ସ୍ଥାନ ହୋଇଥାଏ, ଯାହା କି ଧନ ଓ ଯଶ ପ୍ରତୀକ ଅଟେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମାନ୍ୟତା ଅଛି କି ଯଦି ଘର ତିଆରି କରିବା ସମୟରେ ଉତ୍ତର ଦିଗର ବାସ୍ତୁ ଠିକ୍ ଅଛି ତେବେ ଘରର ସଦସ୍ୟଙ୍କର ବହୁତ ଉନ୍ନତି ହୋଇଥାଏ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ବହୁତ ଲାଭ ମିଳିଥାଏ । ଧନ ଧାନ୍ୟରେ ଗୃହ ପରିପୂର୍ଣ୍ଣ ହୋଇଯାଏ । ପରିବାରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ଭଲ ରହେ । ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗ ପାଇଁ କେଉଁ କେଉଁ ମହତ୍ଵପୂର୍ଣ୍ଣ ସିଦ୍ଧାନ୍ତ ଦିଆଯାଇଛି । ଯାହା ଘର ତିଆରି କରିବା ସମୟରେ ସେହି ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍ ।

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ଘରର କାନ୍ଥରେ ଯଦି କିଛି ଫାଟ ଦେଖାଯାଉଛି ତେବେ ଏହା ବହୁତ ଅଶୁଭ ସଂକେତ ଅଟେ । ଏହା ଦ୍ଵାରା ପରିବାରର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ସେଥିପାଇଁ ଉତ୍ତର ଦିଗର କାନ୍ଥକୁ ବାରମ୍ବାର ଦେଖିବା ଆବଶ୍ୟକ ଯେପରି ସେହି କାନ୍ଥରେ କୌଣସି ଫାଟ ସୃଷ୍ଟି ହୋଇ ନଥିବ ।

ବାସ୍ତୁ ଅନୁସାରେ ଘରର ଉତ୍ତର ଦିଗରେ ପାଣି କଳ ବା ପାଣି ମଟର ରଖିବେ ନାହିଁ । ଏଥିରେ ଘରର ଆର୍ଥିକ ସ୍ଥିତିରେ ବାଧା ଦେଖାଦିଏ । ଉତ୍ତର ଦିଗରେ ଗାଧୋଇବା ଘର ବା ପାଇଖାନା କଦାପି କରିବେ ନାହିଁ । ଏହା ଭବିଷ୍ୟତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହା ବ୍ୟତୀତ ଘରର ଉତ୍ତର ଦିଗରେ ରୋଷେଇ ଘର ନ କରିବା ଉଚିତ୍ । ଏଥିରେ ପରିବାରର ଶାନ୍ତିରେ ବାଧା ସୃଷ୍ଟି ହୁଏ ।

ଘରର ଉତ୍ତର ପୂର୍ବ ଦିଗରେ ଅଣ୍ଡରଗ୍ରାଉଣ୍ଡ ପାଣିଟାଙ୍କି ତିଆରି କରିପାରିବେ । ଏହା ବହୁତ ଶୁଭ ହୁଏ । ବାସ୍ତୁ ଶାସ୍ତ୍ରରେ ଏହି କଥା ଉଲ୍ଲେଖ ହୋଇଛି ଯେ ଉତ୍ତର ଦିଗରେ ପୂଜା ସ୍ଥାନ ବା ଠାକୁର ଘର ତିଆରି କରିଲେ ପରିବାରରେ ଶାନ୍ତି ମିଳିଥାଏ ଓ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଘର ଭିତରେ ଯେ କୌଣସି ଜଙ୍ଗଲି ପଶୁର ଫଟୋ ନ ଲଗାଇବା ଉଚିତ୍ । ଏହା ବହୁତ ଅଶୁଭ ହୋଇଥାଏ ବୋଲି କୁହାଯାଏ ।

ମାନ୍ୟତା ଅନୁସାରେ ଉତ୍ତର ଦିଗରେ ଭଗବାନ କୁବେର ବାସ କରନ୍ତି । ସେହି କାରଣରୁ ଉତ୍ତର ମୁଖୀ ଭବନରେ ଉତ୍ତର ଆଡକୁ ଖୋଲା ଜାଗା ଛାଡିବା ଉଚିତ୍ । ଏହା ବହୁତ ଶୁଭ ମନାଯାଏ । ଏପରି କଲେ ଘରେ କଦାପି ଧନ ଅଭାବ ହୁଏ ନାହିଁ । ଘରର ଉତ୍ତର ଦିଗରେ ଖୋଲା ସ୍ଥାନ ରହିବା ଉଚିତ୍, ଯାହା କି ସକାରାତ୍ମକ ଊର୍ଜା ସଞ୍ଚାର ହୋଇଥାଏ । ଉତ୍ତର ଦ୍ଵାରର ଡାହାଣ ପାଟରେ ତୁଲସୀ ଚଉରା ଅତ୍ୟନ୍ତ ଶୁଭ କାରକ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!