ଏହି ସବୁ ବସ୍ତୁ ଦାନ କରିଲେ, ଘରେ ଦେଖା ଦେବ ସୁଖ ଓ ସମୃଦ୍ଧି, ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ହେବ ଦୂର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି କିଏ ବା ନ ଚାହେଁ । ଆଜିକାଲି ଦୁନିଆରେ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ନିଜ ଜୀବନରେ କି ସେମାନେ ନିଜ ପାଇଁ ବି ଟିକେ ସମୟ ବାହାରକରିବା ବହୁତ କଷ୍ଟ ହୋଇ ପଡୁଛି । କିନ୍ତୁ ସବୁ ପରେ ବି ଜୀବନରେ ସୁଖ ଓ ଶାନ୍ତି ର ରହିବା ନିତ୍ୟାନ୍ତ ଅବଶ୍ୟାକ । କିଛି ଲୋକ ନିଜ ଦୈନଦିନ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯାହାକୁ ଜ୍ଯୋତିଷାଚାର୍ଜ୍ୟଙ୍କ ମତରେ ଗ୍ରହ ଦଶାରୁ ହୋଇଥାଏ ବୋଲି କୁହାଯାଏ। ତେବେ ସେହି ସବୁ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ କିଛି ସରଲ ଉପାୟ ଅଛି ଯାହା କରିବା ଦ୍ଵାରା ଆମେ ମାନେ ଉପକୃତ ହୋଇ ପାରିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶିବ ପୁରାଣ ଭଗବାନ ଶିବଙ୍କୁ ସମର୍ପିତ ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥରେ ଦୈନଦିନ ଜୀବନରେ ଦେଖାଦେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବହୁତ ଗୁଡିଏ ସହଜ ସରଳ ଉପାୟ ଦିଆ ଯାଇଛି। ଏହା ମଧ୍ୟରୁ କେତେ ଗୁଡିଏ ଉପାୟ ଦାନ ସହ ସମ୍ବନ୍ଧିତ ଅଟେ। ଶିବ ପୁରାଣରେ ୬ଟି ଏମିତି କିଛି କୁହାଯାଇଛି, ଯାହାକୁ ସମୟ ସମୟ ରେ ଦାନ କରିବା ଦ୍ଵାରା କାହାରି ବି ଖରାପ ସମୟ ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିଲେ ଆପଣଙ୍କ ମୋନୋକାମନା ପୂର୍ଣ୍ଣ ହୋଇପାରିବ ।

ଏହି ସବୁ ବସ୍ତୁର କରନ୍ତୁ ଦାନ

ରାଶି-

ରାଶିର ଦାନ କରିବାଦ୍ଵାରା ଆତ୍ମବିଶ୍ୱାସ ବଢେ ଏବଂ ସମସ୍ଯା ସହ ଲଢିବାର ଶକ୍ତି ମିଳେ। କେବଳ ସେତିକି ନୁହେଁ ବରଂ ମୃତ୍ୟୁର ଭୟ ମଧ୍ୟ ଦୂର ହୁଏ ।

ଘିଅ-

ଯେଉଁମାନେ ଘିଅର ଦାନ କରନ୍ତି, ତାଙ୍କର ଶାରୀରିକ ଦୁର୍ବଳତା କମ ହୁଏ ଏବଂ ରୋଗରୁ ମୁକ୍ତି ମିଳେ ।

କପଡା-

ଶିବ ପୁରାଣ ଅନୁସାରେ ନୂଆ ବା ପୁରୁଣା କପଡା ବା ବସ୍ତ୍ର ଦାନ କରିଲେ ଆପଣଙ୍କ ଆୟୁ ବଢେ ଏବଂ ଆପଣ ନୋରୋଗ ରହିବେ ।

ଚାଉଳ-

ଶିବ ପୁରାଣ ଅନୁସାରେ ଯେଉଁମାନେ ଚାଉଳ ବା ଧାନ ଦାନ କରନ୍ତି ସେମାନଙ୍କ ଘରେ କେବେବି ଅନ୍ନର ଅଭାବ ଦେଖା ଦିଏ ନାହିଁ ।

ଗୁଡ-

ଗୁଡର ଦାନ କରିଲେ ଆମକୁ ଶୁଦ୍ଧ ଏବଂ ମନ ପସନ୍ଦର ଭୋଜନ ପ୍ରାପ୍ତ ହୁଏ ।

ଏହି ସବୁ ବସ୍ତୁର ଦାନ କରିବା ଦ୍ଵାରା ଆପଣଙ୍କୁ ଉପରୋକ୍ତ ସମସ୍ତ ଫଳ ପ୍ରାପ୍ତ ହୋଇ ଆମ ଜୀବନରେ ସୁଖ ସମୃଦ୍ଧି ଦେଖା ଦିଅ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!