ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ବହୁତ ମହତ୍ଵ ଦିଆ ଯାଇଛି , ଏହା ଲୋକେ ମାନନ୍ତି କି ଏହାର ପୂଜା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ ଓ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ । ଆମେ ଆପଣଙ୍କୁ କହି ଦେଉଛୁ କି ହିନ୍ଦୁ ଧର୍ମ ଅନୁସାରେ ଓସ୍ତ ଗଛକୁ ପୂଜା କରିବାର କିଛି ନିୟମ ଥାଏ ଯାହାର ପାଳନ କରିବା ଆବଶ୍ୟକ ହୋଇଥାଏ । ଏହା ସମସ୍ତେ ମାଣନ୍ତି କି ଯିଏ ବି ଏହି ନିୟମ ଅନୁସାରେ ପୂଜା ପାଠ କରିଥାଏ ତାହାର ସବୁ ସମସ୍ୟା ଦୂର ହୋଇଥାଏ ।
ଓସ୍ତ ଗଛକୁ ସବୁଠାରୁ ଅଧିକ ପୂଜନୀୟ ବୋଲି ମାନନ୍ତି, ଏମିତି ମାନ୍ୟତା ଅଛି କି ଓସ୍ତ ଗଛରେ ବାସୁଦେବ ରୁହନ୍ତି । ତେବେ ଚାଲନ୍ତୁ ଆପଣଙ୍କୁ ଜଣାଇଦେଉଛୁ କି ଗଛ ସହିତ ଯୋଡା ମାନ୍ୟତା ଓ ପୂଜା ବିଷୟରେ ।
ଓସ୍ତ ଗଛ ପୂଜା କରିବା ପଛରେ ଧାର୍ମିକ କାରଣ ମଧ୍ୟ ଅଛି । ଏପରି ମାନ୍ୟତା ଅଛି କି ଓସ୍ତ ଗଛ ମୂଳରେ ବ୍ରହ୍ମା ବାସ କରିଥାନ୍ତି , ତାର ମଝି ଭାଗରେ ଭଗବାନ ବିଷ୍ଣୁ ଓ ତାହାର ଉପର ଭାଗରେ ଭଗବାନ ଶିବ ବାସ କରିଥାନ୍ତି ।
ହିନ୍ଦୁ ଧର୍ମରେ ଏମିତି ମାନ୍ୟତା ଅଛି କି ଯଦି ଆପଣ ନିୟମିତ ଓସ୍ତ ଗଛରେ ଜଳ ଦିଅନ୍ତି ଓ ତାହାର ପୂଜା କରନ୍ତି ତେବେ ଆପଣଙ୍କର ସବୁ ମନୋକାମନା ପୂରଣ ହୋଇଥାଏ । ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ ଓ ଶତୃନାଶ ହୋଇଥାଏ ।
ପ୍ରଥା ଅନୁସାରେ ଓସ୍ତ ଗଛରେ ଜଳ ଦେବାକୁ ଶୁଭ ମାନନ୍ତି କିନ୍ତୁ ଅମାବାସ୍ୟା ଓ ଶନିବାର ଦିନ ଓସ୍ତ ଗଛରେ ଜଳ ଚଢାଇବାକୁ ଓ ସୋରିଷ ତେଲରେ ଦୀପ ଜାଳିବାକୁ ଅଧିକ ଶୁଭ ମାନନ୍ତି , ଏମିତି କରିବା ଦ୍ଵାରା ଅଟକି ରହିଥିବା କାମ ହୋଇଯାଇଥାଏ ଓ ଜୀବନରେ ସଫଳତା ମିଳିଥାଏ ।
ଏହି ଦିନରେ ଚଢାନ୍ତୁ ନାହିଁ ଜଳ
ପ୍ରତିଦିନ ଓସ୍ତ ଗଛରେ ଜଳ ଦେବା ଶୁଭ ହୋଇଥାଏ କିନ୍ତୁ ଏମିତି କିଛି ଦିନ ଥାଏ ଯେଉଦିନ ଓସ୍ତ ଗଛରେ ଜଳ ଦେବା ଅଶୁଭ ହୋଇଥାଏ , ଆମେ କହିଦେଉଛୁ କି ରବିବାର ଦିନ ଓସ୍ତ ଗଛରେ ଜଳ ଦେବାକୁ ଅଶୁଭ କୁହାଯାଇଛି । ଏହା ସହିତ ଏହି ଗଛକୁ କାଟିବା ପାଇଁ ମଧ୍ୟ ମନା କରା ଯାଇଛି । ଏମିତି କୁହାଯାଏ କି ଏମିତି କରିବା ଦ୍ଵାରା ପିତାଙ୍କୁ କଷ୍ଟ ହୋଇଥାଏ ତା ସହିତ ବଂଶ ବୃଦ୍ଧିରେ ମଧ୍ୟ ବାଧା ଆସିଥାଏ ।
ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।