ଭୁଲରେ ବି ଏହି ଦିନ ତୋଳନ୍ତୁ ନାହିଁ ତୁଳସୀ ଗଛର ପତ୍ର – ମା ଲକ୍ଷ୍ମୀ ହୋଇଯିବେ ରୁଷ୍ଟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ଦିନ ତୁଳସୀର ପତ୍ର ଛିଡାଇଲେ ରାଗନ୍ତି ମା ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ଶୁଭ ମନାଯାଏ । ଏହାକୁ ଦେବୀ ବୋଲି କୁହାଯାଏ । ଘରେ ତୁଳସୀର ଗଛ ରଖିଲେ ବହୁତ ପ୍ରକାରର ଲାଭ ମିଳିଥାଏ । ଏହା ଘରକୁ ସୁଖ ଶାନ୍ତି ଓ ସମୃଦ୍ଧି ଆଣିଥାଏ । ଏଭଳି ମାନ୍ୟତା ଅଛି କି ଏହି ତୁଳସୀ ପତ୍ରରେ ଅଧିକ ମାତ୍ରାରେ ସକାରାତ୍ମକ ଉର୍ଜା ରହିଥାଏ । ସେଥିପାଇଁ ଏହା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଆପଣଙ୍କ ଘରକୁ ଆସିବା ପାଇଁ ଆକର୍ଷିତ କରିଥାଏ । କେବଳ ସେତିକି ନୁହେଁ ଘରେ ତୁଳସୀ ଗଛ ରଖିବା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଆପେ ଆପେ ଠିକ ହୋଇଯାଏ । ଏହାର ଆଧ୍ୟାତ୍ମିକ ଲାଭ ବ୍ଯତୀତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା କେତେ ଗୁଣରେ ଭରପୁର ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆମେ ସମସ୍ତେ ଭଗବାନଙ୍କ ପୂଜା ବା କୌଣସି ଅନ୍ୟ କାମ ପାଇଁ ତୁଳସୀ ପାତ୍ର ଛିଡାଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି କିଛି ବିଶେଷ ଦିନ ଏମିତି ବି ଅଛି ଯେଉଁଦିନ ଆମକୁ ତୁଳସୀର ପତ୍ର ଛିଡାଇବା ଉଚିତ ନୁହେଁ । ଯଦି ଆପଣ ଏହି ନିୟମର ପାଳନ କରିବେ ନାହିଁ ତେବେ ଆପଣଙ୍କୁ ଧନର ସମସ୍ୟା ଦେଖାଦେବ । ତୁଳସୀ ଗଛକୁ ନେଇ କିଛି ନିୟମ ଅଛି ଯାହାର ଧ୍ୟାନ ଆପଣଙ୍କୁ ଅବଶ୍ୟ ରଖିବା ଦରକାର । ଆଜି ଆମେ ଆପଣଙ୍କୁ ତୁଳସୀ ସମ୍ବନ୍ଧିତ ସମସ୍ତ ନିୟମ ବିଷୟରେ ଜଣାଇବାକୁ ଯାଉଛୁ ।

ରବିବାର ଦିନ ଜଳ ଚଢାନ୍ତୁ ନାହିଁ-

ଏମିତି ତ ତୁଳସୀର ଗଛକୁ କେବେବି ସୁଖିବାକୁ ଦେବା ଉଚିତ ନୁହେଁ । ସେଥିପାଇଁ ନିୟମିତ ଭାବରେ ସବୁଦିନ ପାଣି ଦେବା ଉଚିତ । କିନ୍ତୁ ରବିବାର ଦିନ ତୁଳସୀ ଗଛରେ ପାଣି ଦେବାକୁ ମନା କରାଯାଇଛି ।

ପ୍ରତ୍ୟକ ଦିନ ପୂଜା କରିବା ଆବଶ୍ୟକ-

ଯଦି ଆପଣ ନିଜ ଘରେ ତୁଳସୀ ରଖନ୍ତି ତେବେ ଏହା ଆପଣଙ୍କର ଦାୟିତ୍ଵ ଅଟେକି ଆପଣ ସକାଳେ ସନ୍ଧ୍ୟାରେ ନିୟମିତ ଭାବରେ ପୂଜା କରିବେ। ବିଶେଷତଃ ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ଘିଅର ଦୀପ ନିଶ୍ଚୟ ଜଳାଇବେ ।

ଏହି ଦିନ ଛିଣ୍ଡାନ୍ତୁ ନାହିଁ ତୁଳସୀ ପତ୍ର-

ଚାଲନ୍ତୁ ଏବେ ଜାଣିବା ଏହା କେଉଁ କେଉଁ ଦିନ ଅଟେ ଯେଉଁ ଦିନ ଆପଣ ତୁଳସୀ ପତ୍ର ଛିଡାଇବାରୁ ବଞ୍ଚିତ ରହିବା ଦରକାର । ବାସ୍ତୁ ଅନୁସାରେ ରବିବାରେ, ଏକାଦଶୀ ଏବଂ ଗ୍ରହଣ ଆଦି ଦିନରେ ତୁଳସୀ ପତ୍ର ଛିଡାଇବା ମନା କରାଯାଇଛି । ଯଦି ଏହି ଦିନ ଆପଣ ତୁଳସୀର ପତ୍ର ଛିଡାଉଛନ୍ତି ତେବେ ମା ଲକ୍ଷ୍ମୀ ରୁଷ୍ଟ ହେବା ସହ ଆପଣଙ୍କ ଘରେ ଟଙ୍କାର ବର୍ବାଦି ଆରମ୍ଭ ହୋଇଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!