03 ଅଗଷ୍ଟ 2021 ରାଶିଫଳ: ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅଗଷ୍ଟ ମାସ ୩ ତାରିଖ, ମଙ୍ଗଳବାର, କର୍କଟ ମାସ ୧୯ ଦିନ, ଶ୍ରାବଣ ମାସ, କୃଷ୍ଣପକ୍ଷ, ଦଶମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ଧୃବଯୋଗ, ବିଷ୍ଟି କରଣ ଦିବା ୧ଟା ଗତେ ବବ କରଣ । ମକର ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ, ଦିବା ୧ଟା ଗତେ ଶିମ୍ବ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ଦିବା ୧ଟା ପରେ ଆଗ୍ନେୟ କୋଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଏକାଦଶୀର ପାର୍ବଣ ଶ୍ରାଦ୍ଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କାଳବେଳା- ଦିବା ୧ଟା ୨୯ମିନିଟ୍ ରୁ ଦିବା ୩ଟା ୫ମିନିଟ୍ । ବାରବେଳା- ସକାଳ ୭ଟା ୩ମିନିଟ୍ ରୁ ୮ଟା ୩୯ମିନିଟ୍ । କାଳରାତ୍ରି- ରାତ୍ରି ୭ଟା ୪୨ମିନିଟ୍ ରୁ ରାତ୍ରି ୯ଟା ୫ମିନିଟ୍ । ଶୁଭସମୟ- ସକାଳ ୮ଟା ୪୦ମିନିଟ୍ ରୁ ୧୦ଟା ୩୪ମିନିଟ୍, ଦିବା ୧ଟା ୧୦ମିନିଟ୍ ରୁ ୧ଟା ୨୮ମିନିଟ୍, ଦିବା ୪ଟା ୪୩ମିନିଟ୍ ରୁ ୫ଟା ୨୬ମିନିଟ୍, ସନ୍ଧ୍ୟା ୬ଟା ୧୯ମିନିଟ୍ ରୁ ରାତ୍ର ୭ଟା ୨ମିନିଟ୍, ରାତ୍ର ୯ଟା ୧୭ମିନିଟ୍ ରୁ ୧୧ଟା ୨୯ମିନିଟ୍, ରାତ୍ର ୧ଟା ୪୫ମିନିଟ୍ ରୁ ରାତ୍ର ୩ଟା ୧୨ମିନିଟ୍ ।

ମେଷ:-ଶତୃ ଓ ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ନିଜ ଲୋକମାନେ ହିଁ କାମରେ ଆସିବେ । ହସ ଖୁଶିର ପରିବେଶ ସୁନ୍ଦର ହୋଇ ପାରେ । ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।

ବୃଷ:- ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ ।

ମିଥୁନ:-ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତିହେବ ।

କର୍କଟ:-ଦୂରଯାତ୍ରାର ସୁଯୋଗ ପାଇବେ । ମାନସିକ ଶାନ୍ତି ଦେଖାଦେବ । ପାର୍ଟିବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ପାରିବାରିକ ମାମଲା ବହୁତ ସହଜ ସରଳ ହେବା ସହ ପରିବାରରେ ସୁଖ ସମ୍ପନ୍ନତା ଲାଭ ହେବ ।

ସିଂହ:-ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ ଓ ନୂତନ ବ୍ୟବସାୟ ଆରମ୍ଭପାଇଁ ଅତ୍ୟନ୍ତ ଉତ୍ତମ ସମୟ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ନୂଆ କାମ କିଛି ଆରମ୍ଭ କରିଲେ ସଫଳତା ମିଳିବ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିପାରିବେ ।

କନ୍ୟା:-ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ । କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ନୂଆ ସମ୍ପର୍କ ସୃଷ୍ଟି ହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ । ଗୃହରେ ଶୁଭକାର୍ଯ୍ୟ ହେବା ପାଇଁ ଆୟୋଜନ କରିବେ ।

ତୁଳା:-ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ବିଦ୍ୟାରେ ଉନ୍ନତି କରିବେ । ରାଜନୈତିକ କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହେବ ।

ବିଚ୍ଛା:-କର୍ମକ୍ଷେତ୍ରରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । କାମକାର୍ଯ୍ୟ ବିଷୟକୁ ନେଇ ବହୁତ ଖୁସି ରହିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ ।

ଧନୁ:-ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ପଢାପଢିରେ ମାନସିକ ଶାନ୍ତି ମିଳିବ । ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ସନ୍ତୁଷ୍ଟ ହୋଇ ପାରେ । ନୂତନ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ଦୂରଯାତ୍ରାରେ ସଫଳ ହେବେ ।

ମକର:-ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । କେତେକ କର୍ମରେ ସଫଳତା ପାଇବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ ।

କୁମ୍ଭ:-ଅଏସ୍ ଆରାମ ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ । କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ବରଂ ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବେ ।

ମୀନ:-ସମୟ ଅନୁକୂଳ ଯୋଗେ କାର୍ଯ୍ୟ ପୁରଣରେ ସହଜ ସରଳ ହେବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରି ମନ ଖୁସି ରହିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!