ଏହି ୫ଟି କାମ କରିବା ଦ୍ଵାରା ଗୃହରେ ଦେଖା ଦିଏ ସୁଖ ସମୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ଦୋଷରୁ ମୁକ୍ତି ପାଇଁ ଏବଂ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ କେତେ ଗୁଡିଏ ପରମ୍ପରା ପୁରୁଣା ସମଯରୁ ଚାଲି ଆସୁଛି। ଯଦି ଏହି ପରମ୍ପରାର ପାଳନ କରାଯାଏ ତେବେ ଘରେ ଧନ ଓ ସୁଖର ଅଭାବ ରହିବ ନାହିଁ । ସମସ୍ତ ସଦସ୍ଯଙ୍କୁ ଭାଗ୍ଯର ସହଯୋଗ ମିଳେ । ମାନ୍ୟତା ଅଛି କି ସ୍ଵାମୀ ଓ ସ୍ତ୍ରୀର ଭାଗ୍ୟ ଦୁହେଁ ଦୁଜଣଙ୍କ ସହ ଜଡିତ । ସେଥିପାଇଁ ସ୍ତ୍ରୀର ଶୁଭ କର୍ମ ସ୍ବାମୀର ଦୁର୍ଭାଗ୍ୟକୁ ଦୂର କରିବାରେ ସାହାଯ୍ୟ କରେ। ଆମେ ଆଜି ଆପଣଙ୍କୁ ଏମିତି ୫ଟି କାମ କହିବୁ ଯାହାକୁ ଯଦି ସ୍ତ୍ରୀମାନେ କରିବେ ତେବେ ବାସ୍ତୁ ଦୋଷ କମ ହେବ ଏବଂ ଗୃହରେ ସୁଖ ଶାନ୍ତି ବିରାଜ ମାନ କରିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହା ହେଉଛି ସେହି ୫ଟି କାମ-

୧। ଗୃହକୁ ସଫା – ସୁତୁରା ରଖିବା

ଯେଉଁ ଘରେ ସଫା ସୁତୁରା ହୁଅନ୍ତି ନାହିଁ, ସେଠି ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ଏବଂ ଅଲକ୍ଷ୍ମୀଙ୍କ ବାସ ହୁଏ । ସେଥିପାଇଁ ସ୍ଵାମୀ ସ୍ତ୍ରୀ ସୌଭାଗ୍ୟ ପ୍ରାପ୍ତି ପାଇଁ ଘରକୁ ସର୍ବଦା ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ ।

୨। ଘରେ ଶାନ୍ତିର ପରିବେଶ ରଖିବା

ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ରୁହେ ସେଇଠି ସମସ୍ତ ସୁଖ ବିରାଜମାନ କରେ । କିନ୍ତୁ ଯଦି ସ୍ଵାମୀ ସ୍ତ୍ରୀ ମଧ୍ୟରେ ବାଦ ବିବାଦ ଦେଖାଦିଏ ତେବେ ସ୍ଵାମିକୁ କେବେବି ଭାଗ୍ଯର ସାଥ ମିଳିବ ନାହିଁ । ଯଦି କ୍ରୋଧ କାରଣରୁ ବାଦ ବିବାଦ ହେଉଛି ତେବେ ପ୍ରତ୍ୟକ ଦିନ ସକାଳୁ ଧ୍ୟାନ କରନ୍ତୁ । ଧ୍ୟାନ କଲେ ମନ ଶାନ୍ତ ରୁହେ ।

୩। ତୁଳସୀର ସେବା କରିବା

ଘରର ଅଗଣାରେ ତୁଳସୀ ଗଛ ଲଗାଇବାର ପରମ୍ପରା ବହୁତ ପୁରୁଣା ଅଟେ। ତୁଳସୀର ସେବା କଲେ ମଧ୍ୟ ଘର ପରିବାରରେ ସୁଖ ସମୃଦ୍ଧି ବିରାଜମାନ କରେ।

୪। ଅତିଥି ମାନଙ୍କର ସ୍ଵାଗତ କରିବା

ଆମ ଲୋକ ମାନ୍ୟତା ଅନୁସାରେ ଅତିଥି ହେଉଛନ୍ତି ଭଗବାନଙ୍କ ସହ ସମାନ । ସେଥିପାଇଁ ଘରକୁ ଆସିଥିବା ଅତିଥିଙ୍କୁ ଉଚିତ ସମ୍ମାନ ଦେବା ଆବଶ୍ୟକ । ଅତିଥି ପ୍ରସନ୍ନ ହେଲେ ଭଗବାନଙ୍କର କୃପା ମଧ୍ୟ ମିଳେ । ଏହା ସହ ଘରର ଗୁରୁଜନ ମାନଙ୍କର ମଧ୍ୟ ସମ୍ମାନ କରିବା ଆବଶ୍ୟକ ।

୫। ମନ୍ଦିରରେ ପୂଜା କରିବା

ନିୟମିତ ଭାବେ ସକାଳେ ଓ ସନ୍ଧ୍ୟାରେ ଘରର ମନ୍ଦିରରେ ପୂଜା କରିବା ଆବଶ୍ୟକ । ମନ୍ଦିରରେ ଅତି କମରେ ଗୋଟେ ଦୀପ ନିଶ୍ଚୟ ଲଗାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!