ଦୂର୍ଗା ସପ୍ତଶତୀ ର ପାଠ କରିଲେ ହେବ ସବୁ ମନୋକାମନା ପୂର୍ଣ୍ଣ, କେବଳ ଧ୍ୟାନ ଦିଅନ୍ତୁ ଏହି ୫ଟି କଥାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ଦୂର୍ଗା ମା’ ଓ ଦୂର୍ଗା ସପ୍ତଶତୀ ପଠନ ର ବିଶେଷ ମହତ୍ତ୍ଵ ରହିଛି । ଏମିତି ମାନ୍ୟତା ଅଛି କି ଏହାକୁ ଶ୍ରଦ୍ଧାର ସହିତ ଜପ କଲେ ଦୂର୍ଗା ମା’ ଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ପାଇହୁଏ । ଦୂର୍ଗା ମା’ ଙ୍କୁ ତାଙ୍କର ୯ଟି ରୂପ ପାଇଁ ଜଣାଯାଏ । ନିଜର ପ୍ରତିଟି ରୂପରେ ଦୂର୍ଗା ମା’ ଦୁଷ୍ଟ ମାନଙ୍କର ନାସ କରି ମିଥ୍ୟା ଉପରେ ସତ୍ୟର ଜୟ ଲାଭ କରିଥିଲେ । ଏହି କାରଣରୁ ପ୍ରତି ବର୍ଷ ଭାରତରେ ନବରାତ୍ରି ପର୍ବ ପାଳନ କରାଯାଏ । ଏହି ସମୟରେ ଦୂର୍ଗା ସପ୍ତଶତୀର ପଠନ କରିବାର ନିୟମ ଅଛି ।  ମହିଂଶାସୁର ଭଳି ଅସୁରର ଅନ୍ତ କରିଥିବା ଦୂର୍ଗା ମା’ଙ୍କର ଏହି ସପ୍ତଶତୀ ଜପ ଦ୍ଵାରା ପ୍ରତ୍ୟେକ ପ୍ରକାରର ସଙ୍କଟ ଓ ଦୁଃଖରୁ ମୁକ୍ତି ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କୁହାଯାଏ କି ଯେଉଁ ଭକ୍ତ ନବରାତ୍ରି ସମୟରେ ଦୂର୍ଗା ସପ୍ତଶତୀର ପଠନ କରିଥାଏ ତା ଉପରେ ମା ପ୍ରସନ୍ନ ହୋଇ ତା କୃପା ଦୃଷ୍ଟି ପକାଇଥାଏ । କିନ୍ତୁ କେବଳ ନବରାତ୍ର ନୁହଁ ଯଦି ଏହାକୁ ପ୍ରତ୍ୟକ ଦିନ ପାଠ କରାଯାଏ ତେବେ ଅନେକ ସମସ୍ୟାରୁ ମନୁଷ୍ୟ ମୁକ୍ତି ପାଇ ଥାଏ।

ଦୂର୍ଗା ସପ୍ତଶତୀ ସିଦ୍ଧିକରଣ ବିଦ୍ଧି

ଦୂର୍ଗା ସପ୍ତଶତୀର ମଙ୍ଗଳକାରୀ ମନ୍ତ୍ରକୁ ବୋଲିବା ବହୁତ ଭଲ ଉପାୟ ବୋଲି କୁହାଯାଏ । ଏଥିରେ ଦୂର୍ଗା ମା’ ନିଜ ଭକ୍ତ ଉପରେ ସୁଖ ସମୃଦ୍ଧି ବର୍ଷା କରନ୍ତି । ଦୂର୍ଗା ସପ୍ତଶତୀର ପାଠ କରିବା ପାଇଁ ନିୟମ ଅଛି । ଏହାକୁ ପାଠ କରିବା ପାଇଁ ମନରେ କୌଣସି ପ୍ରକାରର କ୍ରୁରତା, ଭେଦ ଭାବ, ଈର୍ଷା ଆଦି ନ ରହିବା ଆବଶ୍ୟକ । ଏଥିପାଇଁ ଆପଣ ସକାଳେ ସ୍ନାନ କରି ଶୁଦ୍ଧ ସଫା ବସ୍ତ୍ରକୁ ଧାରଣ କରନ୍ତୁ ଓ ଲାଲ ବସ୍ତ୍ରରେ ବିରାଜିତ ମା’ ଦୂର୍ଗାଙ୍କର ଫୋଟୋ ଉପରେ ସିନ୍ଦୁର, ଅରୁଆ ଚାଉଳ, ଲାଲ ଫୁଲ ଆଦି ଅର୍ପଣ କରନ୍ତୁ । ଏହା ପରେ ତାଙ୍କୁ ଗାଈ ଘିଅରେ ତିଆରି ପ୍ରସାଦର ଭୋଗ ଲଗାନ୍ତୁ ଓ ଧୂପ ଦୀପ ଜାଳି ହାତରେ ଲାଲ ଫୁଲ ଓ ଅରୁଆ ଚାଉଳ ନେଇ ମନ୍ତ୍ରର ଜପ କରନ୍ତୁ ।

ଏହି କଥାର ଧ୍ୟାନ ରଖିବେ

୧ । ଦୂର୍ଗା ସପ୍ତଶତୀର ପାଠ ଏକ ଲୟରେ ହିଁ କରିବା ଆବଶ୍ୟକ । ସ୍ପଷ୍ଟ ଭାବରେ ପାଠ କରିବେ ଯାହା ଦ୍ଵାରା ତାକୁ ଭଲ ଭାବେ ଶୁଣି ହେବ ଏବଂ ବୁଝି ହେବ ।

୨ । ପାଠ କରିବା ସମୟରେ ଶୁଦ୍ଧତାର ବିଶେଷ ଧ୍ୟାନ ରଖନ୍ତୁ ଓ ହାତ ପାଦ ଦ୍ଵାରା ସ୍ପର୍ଶ କରନ୍ତୁ ନାହିଁ ।

୩ । ଦୂର୍ଗା ସପ୍ତଶତୀ ପାଠ କରିବା ସମୟରେ କୁଶ ଆସନର ବ୍ୟବହାର କରନ୍ତୁ କିନ୍ତୁ ଯଦି ଏହି ଆସନ ନାହିଁ ତେବେ ଉଲ ର ଚାଦର ବା କମ୍ବଳ ର ବ୍ୟବହାର କରନ୍ତୁ ।

୪ । ପାଠ କରିବା ପୂର୍ବରୁ ସିଲେଇ ହୋଇ ନଥିବା ବସ୍ତ୍ର ଧାରଣ କରନ୍ତୁ । ପୁରୁଷ ଧୋତି ଓ ମହିଳାମାନେ ଶାଢୀ ପିନ୍ଧନ୍ତୁ ।

୫ । ଦୂର୍ଗା ସପ୍ତଶତୀ ପାଠ କରିବା ସମୟରେ ମନରେ କୌଣସି ଆଳସ୍ୟ ପଣ ରହିବା କଥା ନୁହେଁ ଓ ଧ୍ୟାନ ପାଠ ଉପରେ କେନ୍ଦ୍ରିତ ହେବା ଆବଶ୍ୟକ ।

ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!