ଏହି ଲୋକମାନଙ୍କୁ ଭୁଲ୍ ରେ ବି ଲଗାନ୍ତୁ ନାହିଁ ପାଦ, ନଚେତ ଜୀବନ ହୋଇଯିବ ବର୍ବାଦ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତରେ ସବୁବେଳେ ସଂସ୍କାରର ବହୁତ ମାନ୍ୟତା ଅଛି । ଏହା ମଧ୍ୟରୁ ହିନ୍ଦୁ ସଭ୍ୟତାରେ ଏହି ସବୁ କଥାର ବହୁତ ଧ୍ୟାନ ରଖାଯାଏ । ଏହି ସଭ୍ୟତାରେ ବଡ ମାନଙ୍କର ପାଦ ଛୁଇଁ ଆଶୀର୍ବାଦ ନିଆଯାଏ । ମୁଣ୍ଡ ନୂଆଁଇବା ଓ ପ୍ରଣାମ କରିବା ଆମର ପରମ୍ପରା ଅଟେ । ଏମିତି ବି ଏଠାରେ ମଧ୍ୟ ପାଦ ବାଜି ଯିବାର ମଧ୍ୟ ବହୁତ ଧ୍ୟାନ ଦିଆଯାଏ । ଯଦି କାହା ଦେହରେ ପାଦ ବାଜି ଯାଏ ଏହାକୁ ଅସମ୍ମାନ କରିବା ବୁଝାଯାଏ ତ ସହିତ ଆପଣ ନିଜ ଭାଗ୍ୟର ଦ୍ଵାର ମଧ୍ୟ ବନ୍ଦ କରି ଦେଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣ କାହାର ସମ୍ମାନ କରନ୍ତି ସେଥିରେ ଆପଣଙ୍କର କିଛି କ୍ଷତି ହୁଏ ନହିଁ । କାହାକୁ ସମ୍ମାନ ଦେବା ଭୁଲ ନୁହେ କିନ୍ତୁ କାହାର ଅପମାନ କରିବା ବହୁତ ଭୁଲ ଅଟେ।

ଆମ ହିନ୍ଦୁ ସମାଜରେ ବ୍ରାହ୍ମଣଙ୍କୁ ସବୁଠାରୁ ଉଚ୍ଛରେ ରଖାଯାଏ ଓ ସବୁଠାରୁ ପୂଜନୀୟ ମାନନ୍ତି । ଘରେ କୌଣସି ଶୁଭ କାର୍ଯ୍ୟ ପାଇଁ ବ୍ରାହ୍ମଣ ଦ୍ଵାରା ହୋମ ଯଜ୍ଞ କରାଯାଏ । ଏମାନଙ୍କ ଠାରୁ ମିଳିଥିବା ଆଶୀର୍ବାଦ ପିଢି ପରେ ପିଢି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ସେଥି ପାଇଁ ଆପଣ ଭୁଲରେ ବି ବ୍ରାହ୍ମଣଙ୍କ ଦେହରେ ପାଦ ବଜାନ୍ତୁ ନହିଁ ।

ଯେଉଁ କନ୍ୟମାନଙ୍କର ବୟସ କମ ଥାଏ ଓ ସେମାନଙ୍କର ମାସିକ ଋତୁଶ୍ରାବ ଆରମ୍ଭ ହୋଇ ନ ଥାଏ ସେମାନେ କୁମାରୀ କନ୍ୟା ହୋଇ ଥାନ୍ତି । ଏହି କନ୍ୟା ମାନଙ୍କୁ ଆମ ଦେଶରେ ପୂଜା ଯାଏ । ଏମାନଙ୍କର ପାଦ ଛୁଇଁବା ଦରକାର ଏବଂ ଭୁଲରେ ବି ଏମାନଙ୍କ ଦେହରେ ପଦ ବଜାଇବା କଥା ନୁହେ ।

ଅଗ୍ନିକୁ ହିନ୍ଦୁ ଧର୍ମ ରେ ଦେବତା ବୋଲି ମାନନ୍ତି । ଏହି ଅଗ୍ନି ନ ଥିଲେ ସଂସାରର ସବୁ କମ ବନ୍ଦ ହୋଇଯାଏ । ଅଗ୍ନି ଦ୍ଵାରା ଆମେ ଖାଦ୍ୟ ତିଆରି କରୁ, ଶିତଦିନେ ଅଗ୍ନିରେ ଆମେ ଶରୀର କୁ ଗରମ କରୁ ଏବଂ ଅଗ୍ନି ଆମର ବହୁତ କାମରେ ଆସେ । ଅଗ୍ନିକୁ କେବେ ପାଦ ଦେଖେଇବା ଉଚିତ ନୁହେଁ ।

ଭଗବାନ ଏବଂ ଗୁରୁଙ୍କ ମଧ୍ୟରେ ଗୁରୁଙ୍କୁ ଆମ ଧର୍ମରେ ଶ୍ରେଷ୍ଠ ବୋଲି ମାନନ୍ତି । ଆମର ମାତା ପିତା ଗୁରୁ ସମାନ ହୋଇଥାନ୍ତି । ଗୁରୁଙ୍କ ଦେହରେ କେବେ ବି ପାଦ ବଜାଇବା କଥା ନୁହେଁ । ଘରର ବଡ ବୃଦ୍ଧ ଲୋକମାନେ ନିଜେ ଘରର ଗୁରୁ ଓ ଇଶ୍ଵର ହୋଇଥାନ୍ତି ।

ସେଥିପାଇଁ ସେମାନଙ୍କ ଦେହରେ କେବେ ବି ପାଦ ବଜାଇବା କଥା ନୁହେଁ । ସେମାନଙ୍କର ସେବା କରିବାକୁ ବହୁତ ଭଲ ବୋଲି ମାନନ୍ତି । ଆପଣଙ୍କ ଘରର ବୟସ୍କ ଲୋକମାନେ ଘରର ଢାଲ ହୋଇଥାନ୍ତି । ସବୁବେଳେ ସେମାନଙ୍କର ସେବା କରନ୍ତୁ କେବେ ବି ସେମାନଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଂ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଯନ୍ତ୍ର ଜ୍ୟୋତିଷ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!