ଶୋଇବା ଆଗରୁ କରନ୍ତୁ ଏହି ୧୦ଟି କାର୍ଯ୍ୟ, ନ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶୋଇବା ଆଗରୁ କରନ୍ତୁ ଏହି ୧୦ଟି କାର୍ଯ୍ୟ, ନ ହେଲେ ବହୁତ ସମସ୍ୟା ଦେଖାଦେଇ ପାରେ।

ଦିନରେ ୨୪ ଘଣ୍ଟାରୁ ପ୍ରାୟତଃ ୮ ଘଣ୍ଟା ଆମେ ଅଫିସ୍ ଚେୟାରରେ ଓ ୮ ଘଣ୍ଟା ନିଜ ଶୋଇବା ଶେଯରେ ବିତାଇ ଥାଉ। ଶେଯ ଭଳି ଯଦି ଚେୟାର ଭଲ ନ ହୋଇଥାଏ ତେବେ ଶାରୀରିକ କଷ୍ଟ ସହ ମାନସିକ କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ। ଦୁଇଟା ଯାକ କଥା ଆମ ସ୍ୱାସ୍ଥ୍ୟ ସହ ଜଡିତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ର ଅନୁସାରେ ଜାଣନ୍ତୁ ଏମିତି କଣ ୧୦ଟି କାମ ଅଛି ଯାହା ଶୋଇବା ଆଗରୁ କରିବା ଅତ୍ୟନ୍ତ ଆବଶ୍ୟକ।

୧. ଯେଉଁ ଶେଯରେ ଆମେ ୭ ରୁ ୮ ଘଣ୍ଟା ଶୋଇବା ଯଦି ତାହା ଆମ ମନମୁତାବକ ହୋଇଥିବ ତେବେ ଶରୀରର ସମସ୍ତ କଷ୍ଟ ଲାଘବ ହୋଇଥାଏ। ସାରା ଦିନର ଥକା ଦୂର ହୋଇଥାଏ। ଅତଃ ଶେଯଟି ସୁନ୍ଦର, କୋମଳ ଏବଂ ଆରମଦାୟକ ହୋଇଥିବା ଆବଶ୍ୟକ। ଚାଦର ଏବଂ ତକିଆର ରଙ୍ଗ ଏମିତି ହୋଇଥିବା ଆବଶ୍ୟକ ଯାହାକି ଆମ ଆଖିକୁ ଓ ମନକୁ ଶାନ୍ତି ଦେଉଥିବ।

୨. ଶୋଇବା ପୂର୍ବରୁ ପ୍ରତ୍ୟକଦିନ କର୍ପୁର ଲଗାଇ ଶୋଇଲେ ଆପଣଙ୍କୁ ବହୁତ ଭଲ ନିଦ ଆସିବା ସହ ସବୁ ପ୍ରକାରର ଚିନ୍ତା ଦୂର ହୋଇଯିବ। କର୍ପୁରର ଆହୁରି ମଧ୍ୟ ବହୁତ ଲାଭ ଅଛି।

୩. ଶୋଇବା ପୂର୍ବରୁ ଆପଣ ସେଇ ସବୁ କଥା ଚିନ୍ତା କରନ୍ତୁ ଯାହା ଆପଣ ନିଜ ଜୀବନରେ ଚାହୁଁଛନ୍ତି। କେବେବି ଖରାପ ଚିନ୍ତା ମନକୁ ଆଣନ୍ତୁ ନାହିଁ। କାହିଁକି ନା ଶୋଇବାର ୧୦ ମିନିଟ୍ ପୂର୍ବରୁ ଓ ଉଠିବାର ୧୫ ମିନିଟ୍ ପର୍ଯ୍ୟନ୍ତ ସମୟ ବହୁତ ସଂବେଦନଶୀଳ ହୋଇଥାଏ। ଏହି ସମୟରେ ଆପଣ ଯାହାବି ଚିନ୍ତା କରିବେ ତାହା ବାସ୍ତବିକ ରୂପ ଗ୍ରହଣ କରିଥାଏ।

୪. ଶୋଇବା ପୁରବାରୁ ଦେଖିବେ ଯେ ଆପଣ କେଉଁ ଦିଗକୁ ମୁଣ୍ଡ କରି ବା ଗୋଡ କରି ଶୋଇବେ। ଦକ୍ଷିଣ ଓ ପୂର୍ବ ଦିଗକୁ କେବେବି ଗୋଡ କରି ଶୋଇବେ ନାହିଁ। ଦ୍ଵାର ଥିବା ଦିଗକୁ ମଧ୍ୟ ଗୋଡ କରିବେ ନାହିଁ। ଏହା ଦ୍ଵାରା ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ କ୍ଷତି ହୁଏ। ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ଜ୍ଞାନ ବଢିଥାଏ। ଡାଖିନକୁ ମୁଣ୍ଡ ରାଖୀ ଶୋଇବା ଦ୍ଵାରା ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ବଢିଥାଏ।

୫. ଅଇଁଠା ମୁହଁରେ ଓ ଅଧୂଆ ପାଦରେ କେବେ ହେଲେ ଶୁଅନ୍ତୁ ନାହିଁ।

୬. ଉପରକୁ ମୁହଁ କରି, ଅନ୍ୟର ଶେଯରେ, ଭଙ୍ଗା ପଲଙ୍କରେ ବା ସଫାସୁତୁରା ନ ହୋଇଥିବା ଘରେ ଶୁଅନ୍ତୁ ନହିଁ।

୭. ଶରୀର ବିଜ୍ଞାନ ଅନୁସାରେ ଚିତ୍ ହୋଇ ଶୋଇଲେ ମେରୁଦଣ୍ଡ ଉପରେ ଏହା ଖରାପ ପ୍ରଭାବ ପକାଇଥାଏ। ତେଣୁ କଡ ମାଡି ଶୋଇବା ଉଚିତ।

୮. ଶୋଇବାର ୨ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ।

୯. ଭଲ ନିଦ୍ରା ପାଇଁ ଖାଇସାରିବା ପରେ ବଜ୍ରାସନ କରନ୍ତୁ ଓ ତ ପରେ ଭ୍ରମରୀ ପ୍ରାଣାୟମ କରି ଶେଷରେ ଶବାସନ କରି ଶୋଇପଡନ୍ତୁ।

୧୦. ଶୋଇବା ପୂର୍ବରୁ ନିଜ ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ଶୁଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!