ଦିନର ଏକ ଏମିତି ସମୟ ଯେଉଁ ସମୟରେ ସ୍ମରଣ କରିଲେ ମାତା ସରସ୍ୱତୀ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ କରନ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆମେ ସମସ୍ତ ବ୍ୟକ୍ତିଙ୍କୁ କହିଥାଉ ସର୍ବଦା ଶୁଭ କଥା କୁହନ୍ତୁ । କାହାକୁ ଖରାପ କୁହନ୍ତୁ ନାହିଁ । କାରଣ ଆପଣଙ୍କର ଜିଭରେ ମାତା ସରସ୍ଵତୀ ବାସ କରନ୍ତି । ତେଣୁ ଆପଣ କହୁଥିବା କଥା ସତ ହୋଇଯାଇଥାଏ । ଏହା ପଛର କାରଣ କଣ ଅଟେ । ଦିନରେ କେଉଁ ସମୟରେ ଆମଜିଭରେ ସରସ୍ଵତୀଙ୍କ ବାସ ହୋଇଥାଏ । ଏହି ବିଷୟରେ ଆସନ୍ତୁ ଜାଣିବା । ମାତା ସରସ୍ଵତୀଙ୍କୁ ବିଦ୍ୟା , ବୁଦ୍ଧି , ଜ୍ଞାନର ଦେବୀ କୁହାଯାଇଥାଏ । ବ୍ରହ୍ମା ସୃଷ୍ଟିର ରଚନା ପରେ ମଣିଷକୁ ରଚନା କରିଥିଲେ । ତାହାପରେ ସେ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାଙ୍କର ଅନୁମତି ନେଇ ଏକ ଚତୃଭୁଜି ସ୍ତ୍ରୀ ରଚନା କଲେ । ତାଙ୍କର ନାମ ସରସ୍ଵତୀ ରଖିଲେ । ତାହାପରେ ମାତା ସରସ୍ଵତୀ ପ୍ରଥମ ଥର ନିଜର ବୀଣାକୁ ବଜାଇ ସମସ୍ତ ସୃଷ୍ଟିକୁ ଜଣେଇଦେଲେ । ପୁରାଣରେ ସରସ୍ଵତୁଙ୍କୁ ପଦ୍ମଫୁଲରେ ଦେଖିବାକୁ ମିଳିଥାଏ । ସରସ୍ଵତୀ ଏହା ଉପରେ ବସି ଆମକୁ ଏହି ସନ୍ଦେଶ ଦିଅନ୍ତିକି ଆମେ ଯେତେ ଦୂଷିତ ଜାଗାରେ ରହିଲେ ମଧ୍ୟ ଆମେ ନିଜକୁ ଏମିତି ପ୍ରସ୍ତୁତ କରିବା ଯାହାକି କୌଣସି ଖରାପ ଜିନିଷ ଆମର କିଛିବି ପ୍ରଭାବ ପକେଇବ ନାହିଁ ।

ସନାତନ ଧର୍ମରେ ମାତା ସରସ୍ଵତୀଙ୍କୁ ବାଣୀର ଦେବୀ କୁହାଯାଏ । ୨୪ ଘଣ୍ଟାରେ ଥରେ ମାତା ସରସ୍ଵତୀ ଗୋଟେ ମଣିଷର ଜିଭରେ ଆସିଥାନ୍ତି । ଏହି ସମୟରେ ଆପଣ ଯାହାବି କୁହନ୍ତି ତାହା ସଂପୂର୍ଣ୍ଣ ସତ୍ୟ ହୋଇଥାଏ । ଯଦି ଘରେକୌଣସି ଗୁରୁଜନ ଲୋକ ଖରାପ କଥା କହିବାକୁ ମନାକରନ୍ତି ତାହାଲେ ଆପଣ ତାଙ୍କ କଥା ନିଶ୍ଚିତ ମାନିବେ କାରଣ ତାଙ୍କର ଜିଭରେ ମାତା ସରସ୍ଵତୀ ସେହି ସମୟରେ ବାସ କରିଥାନ୍ତି ।

ଯଦି ଆପଣ କାହା ବିଷୟରେ ଖରାପ ଭାବୁଛନ୍ତି କି କିଛି ଖରାପ କହୁଛନ୍ତି ସେହି ସମୟରେ ମାତା ସରସ୍ଵତୀ ଯଦି ଆପଣଙ୍କ ଜିଭରେ ବାସ କରିଥାନ୍ତି ତାହାଲେ ସେହି କଥା ସଂପୂର୍ଣ୍ଣ ସତ୍ୟ ହୋଇଥାଏ । ଗୋଟେ ମଣିଷର ରାତି ୩ଟା୧୦ ରୁ ୩ଟା ୧୫ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

ଏହି ସମୟ ଭିତରେ ଯାହାବି ଆପଣ କହିବେ ତାହା ନିଶ୍ଚିତ ସତ୍ୟ ହୋଇଥାଏ । ଏହା ବି ମନାଯାଏ କି ଯଦି ଆପଣ ହୃଦୟର ସହକାରେ ମାତା ସରସ୍ବତୀଙ୍କୁ ପୂଜା କରିବେ ଦେଖିବେ ମାତା ସରସ୍ଵତୀ ନିଶ୍ଚିତ ଭାବରେ ପ୍ରସନ୍ନ ହେବେ ।

ଏବଂ ସେହି ମଣିଷକୁ ବିଦ୍ୟା ଓ ବୁଦ୍ଧି ମିଳିଥାଏ । ଆସନ୍ତୁ ଜାଣିବା ମାତା ସରସ୍ଵତିଙ୍କୁ କିପରି ପ୍ରସନ୍ନ କରିବେ । ସରସ୍ଵତୀ ପୂଜା କରିବା ସମୟରେ ସାମ୍ନାରେ ମାତା ସରସ୍ଵତୀଙ୍କ ପ୍ରତିମା ରଖିବେ । ଏହା ପରେ ସେହି ପ୍ରତିମା ପାଖରେ ଏକ କଳସ ସ୍ଥାପନ କରି ଭଗବାନ ଗଣେଶଙ୍କ ପୂଜା କରିବେ । ଏହା ପରେ ମାତା ସରସ୍ଵତୀଙ୍କ ପୂଜା କରିବେ । ପୂଜା କରିବା ପୂର୍ବରୁ ପ୍ରଥମେ ତାଙ୍କର ସ୍ନାନ କରିବେ ।

ଏହା ପରେ ମାତାଙ୍କୁ ଫୁଲର ମାଳ ପିନ୍ଧାଇବେ । ତାହାପରେ ସିନ୍ଦୁର ପିନ୍ଧେଇବେ । କୁହାଯାଏକି ବସନ୍ତ ପଞ୍ଚମୀ ଦିନ ଯଦି ଆପଣ ମାତା ସରସ୍ଵତିଙ୍କୁ ପୂଜା କରିବେ ତାହଲେ ମାତା ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଜାଣିଲେ ତ ଦିନରେ କେଉଁ ସମୟରେ ସରସ୍ଵତୀଙ୍କୁ ସ୍ମରଣ କଲେ ମାତା ପ୍ରସନ୍ନ ହୋଇଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!