ବୃହସ୍ପତି ଫେରିଲେ ଧନୁ ରାଶିକୁ, କଣ ରହିବ ୧୨ଟି ରାଶିଙ୍କ ଉପରେ ଏହାର ପ୍ରଭାବ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା ଜୁନ୍ ମାସ ୩୦ତାରିଖ ମଙ୍ଗଳବାର ଦେବଗୁରୁ ବୃହସ୍ପତି ଉତ୍ତରାଷାଢା ନକ୍ଷତ୍ର ଧନୁରାଶିକୁ ପୁନରାୟ ଫେରିବେ୨୦୨୦ ମସିହା ନଭେମ୍ବରମାସ ୨୦ତାରିଖ ପର୍ଯ୍ୟନ୍ତ ଧନୁରାଶି ରେ ରହିବେ। ବୃହସ୍ପତି ୩ ମାସ ପରେ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ  ଜାଣିବା ଗୁରୁଗ୍ରହ ନୀତି, ଧର୍ମ, ବିଦ୍ୟାର ପ୍ରତିନିଧି ବୋଲି କୁହାଯାଏ। ଏହା ସତ୍ୱଗୁଣ ପ୍ରଧାନ, ଦୀର୍ଘ ଓ ସ୍ଥୁଳ ଶରୀର, କଫ ପ୍ରକୃତି, ହଳଦୀ ବର୍ଣ୍ଣ, ଗୋଲ୍‌ ଆକୃତି, ଆକାଶତତ୍ୱ ପ୍ରଧାନ, ବଡ଼ପେଟ, ପୂର୍ବୋତ୍ତର ଦିଗର ସ୍ୱାମୀ, ଗମ୍ଭୀରତା, ସ୍ଥିରସ୍ଵଭାବ, ହେମନ୍ତ ଋତୁର ଅଧିଷ୍ଠାତା ହୋଇଥାନ୍ତି। ଧନୁ ତଥା ମୀନ ରାଶିର ସ୍ୱାମୀ ବା ଅଧିପତି, କର୍କଟ ରାଶିରେ ୫ଅଂଶ ପରମ ଉଚ୍ଚରେ, ମକର ରାଶିରେ ୫ଅଂଶ ନୀଚରେ ରହିଥାନ୍ତି। ଏହି ଗ୍ରହ ପ୍ରତ୍ୟେକ ରାଶିରେ ୧ବର୍ଷ ୧ମାସ ପର୍ଯ୍ୟନ୍ତ ରୁହନ୍ତି । ଜନ୍ମରାଶି ବା ନାମରାଶିରେ ଦ୍ୱିତୀୟ, ପଞ୍ଚମ, ସପ୍ତମ, ନବମ ଓ ଏକାଦଶ ସ୍ଥାନରେ ଗୁରୁ ଶୁଭଫଳ ପ୍ରଦାନ କରନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଲଗ୍ନର କେନ୍ଦ୍ରତିକୋଣେ ଯଦି ବୃହସ୍ପତିଥାଇ ବିପୁଳ ବିଭବଆସି ପାଶରେ ଯୁଟଇ, ପରିଜନମାନେ ସଦା ଥାନ୍ତି ଆଜ୍ଞାବହି ପରାଶରସୃତି ଏହା ଅନ୍ୟଥା ନୁହଇ।  ଶେଷ ସ୍ଥାନରେ ଗୁରୁଙ୍କ ଭ୍ରମଣ ଅଶୁଭ କାରକ ହୋଇଥାନ୍ତି।

ବୃହସ୍ପତିଙ୍କ ଉତ୍ପତି ହେବାର ପୌରାଣିକ ବୃତାନ୍ତ-

ପୁରାଣ ଅନୁସାରେ ବ୍ରହ୍ମାଙ୍କ ମାନସ ପୁତ୍ର ଅଙ୍ଗିରା ଋଷିଙ୍କ ବିବାହ ସ୍ମୃତିଙ୍କ ସହିତ ହୋଇଥିଲା। ଯାହା କି ସିନୀବାଲୀ, କୁହୂ, ରାକା, ଅନୁମତି ନାମକ କନ୍ୟା ଓ ଉତଥ୍ୟ ବା ଜୀବ ନାମକ ପୁତ୍ର ହେଲେ। ଜୀବ ଶାନ୍ତ ଓ ଜିତେନ୍ଦ୍ରିୟ ପ୍ରକୃତିର ହୋଇଥିଲେ। ସେ ସମସ୍ତ ଶାସ୍ତ୍ର ତଥା ନୀତିର ଜ୍ଞାତା ହୋଇଥିଲେ। ଅଙ୍ଗିରାନନ୍ଦନ ଜୀବ ପ୍ରଭାସ କ୍ଷେତ୍ରରେ ଶିବଲିଙ୍ଗର ସ୍ଥାପନା କରିଥିଲେ ତଥା ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତପସ୍ୟା କରିଥିଲେ। ମହାଦେବ ଶିବ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ତାଙ୍କୁ ସାକ୍ଷାତ୍‌ ଦର୍ଶନ ଦେଇ କହିଥିଲେ ଯେ ହେ ଦ୍ୱିଜ ଶ୍ରେଷ୍ଠ! ତୁମେ ବହୁତ ତପସ୍ୟା କରିଛ, ଅତଃ ତୁମେ ବୃହସ୍ପତି ନାମରେ ପ୍ରସିଦ୍ଧ ହୋଇ ଦେବତାଙ୍କ ଗୁରୁ ହୋଇଛ ଓ ତାଙ୍କ ଧର୍ମ ନୀତି ଅନୁସାରେ ମାର୍ଗ ଦର୍ଶନ କରିବ। ଏହିପରି ମହାଦେବ ବୃହସ୍ପତିଙ୍କୁ ଦେବଗୁରୁ ପଦ ଓ ନବଗ୍ରହ ମଣ୍ଡଳରେ ସ୍ଥାନ ପ୍ରଦାନ କରିଥିଲେ। ସେହିଦିନ ଠାରୁ  ଜୀବ, ବୃହସ୍ପତି ଓ ଗୁରୁ ନାମରେ ବିଖ୍ୟାତ ହୋଇଛନ୍ତି। ଦେବଗୁରୁଙ୍କର ପ୍ରଥମ ଶୁଭ, ଦ୍ୱିତୀୟ ତାରା ଓ ତୃତୀୟରେ ମମତା ନାମକ ୩ଟି ପତ୍ନୀ ଥିଲେ। ତାଙ୍କର ତୃତୀୟ ପତ୍ନୀ ମମତାଙ୍କର ଭରଦ୍ୱାଜ ଓ କଚ ନାମକ ଦୁଇଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ।

ପୁରାଣରେ ବୃହସ୍ପତିଙ୍କ ସ୍ୱରୂପ ଓ ପ୍ରକୃତି-

ପୁରାଣ ଅନୁସାରେ ବୃହସ୍ପତି ବା ଗୁରୁ ପିତ୍ତବର୍ଣ୍ଣ, ଚତୁର୍ଭୁଜ, ଋଦ୍ରାକ୍ଷ ମାଳା କମଣ୍ଡଳ ଓ ବରମୁଦ୍ରା ଧାରଣ କରିଥାନ୍ତି।  ମତ୍ସ୍ୟ ବା ସ୍କନ୍ଦପୁରାଣରେ ବୃହସ୍ପତିଙ୍କୁ ବୃହତ୍ କାୟ, ଶାନ୍ତ, ଜିତେନ୍ଦ୍ରିୟ, ବୁଦ୍ଧିମାନ, ବିଦ୍ୱାନ, ମଧୁରବାଣୀ ଯୁକ୍ତ, ନୀତି କୁଶଳ, ବେଦଜ୍ଞାତା, ଗୁଣବାନ, ରୂପବାନ ଓ ନିର୍ମଳ ଅନ୍ତଃ କରଣ ବୋଲି କୁହାଯାଏ ।

ଗୁରୁଗ୍ରହ

ଗୁରୁଗ୍ରହ ସବୁଠାରୁ ଶୁଭଗ୍ରହ ଅଟନ୍ତି। ଏହି ଗ୍ରହ ସନ୍ତାନ, ଧନ, ଜ୍ଞାନ ତଥା ନ୍ୟାୟର ପ୍ରତୀକ ବୋଲି କୁହାଯାଏ। ଏହିଗ୍ରହ ଜାତ ବ୍ୟକ୍ତି ବହୁତ ଜ୍ଞାନୀ ହୋଇଥାନ୍ତି। ଯଦି ଗ୍ରହ ଅଶୁଭରେ ଅବସ୍ଥିତ ହୋଇଛନ୍ତି ତେବେ ଧନହାନୀ, ଆର୍ଥିକ କ୍ଷତି, ସନ୍ତାନ ସୁଖରେ ବିଳମ୍ବ ବା ଝିଅମାନଙ୍କ ବିବାହ ହୋଇପାରେ ନାହିଁ। ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁଙ୍କ ଉପାଧି ପ୍ରାପ୍ତ ହୋଇଛି। ମାନବ ଜୀବନରେ ବୃହସ୍ପତିଙ୍କ ମହତ୍ୱପୂର୍ଣ୍ଣ ପ୍ରଭାବ ପଡେ। ବୃହସ୍ପତି ସର୍ବଦା ଆପଦ ବିପଦରେ ରକ୍ଷା କରି ଥାନ୍ତି। ବୃହସ୍ପତି ଦଶା ଶେଷ ହେଲେ ଜାଣିବାକୁ ହେବ ଯେ ଶରୀରରୁ ଆତ୍ମା ଅଲଗା ହେବା।

ବୃହସ୍ପତି ୩ ମାସ ପରେ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ  ଜାଣିବା 

ମେଷ:-

ହାତକୁ ନେଇଥିବା କାମ ସହଜରେ ହୋଇଯିବ। ବହୁତ ଦିନରୁ ରହି ଆସିଥିବା ଅପୂରଣୀୟ ଅଭିଳାଷ ପୂରଣ ହେବାର ରାସ୍ତା ଖୋଲିଯିବ। କଳା, ସାହିତ୍ୟ, ଗବେଷଣା, କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର ପ୍ରଭୃତିରେ ପ୍ରତିବନ୍ଧକକୁ ଦୂରେଇବାପାଇଁ ଚେଷ୍ଟା କରି ସଫଳ ହେବେ। କାରବାର ବୃଦ୍ଧି ପାଇବା ଦ୍ୱାରା ଆର୍ଥିକ ଉନ୍ନତି ଘଟିବ।  ପାରିବାରିକ ସୁସ୍ଥତା ଫେରିପାରିବାରୁ ମନଖୁସୀ ହୋଇଯିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିଚାଲିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ପ୍ରତିକାର ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ। ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। ୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ।

ବୃଷ:-

ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟିରୁ ଲାଭ ପାଇବେ। ପାରିବାରିକ ସ୍ତରରେ ସୁଖ ଶାନ୍ତି ମିଳିବ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ବ୍ୟବସାୟ କ୍ଷେତ୍ରରେ ଆଶାତିତ ଲାଭ ହେବ। ନିଜର ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଶଂସିତ ହେବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ ଓ ଅନୁସନ୍ଧାନ କ୍ଷେତ୍ରରେ ସଫଳ ହେବେ। ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ। ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ନିଜର ମାନସିକ ଭାରସାମ୍ୟ ହରାଇ ପାରନ୍ତି। ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ। ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ।  ସମସ୍ୟା ପରେ ସମସ୍ୟା ଦେଖାଦେବ। ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରି ପାରନ୍ତି। ପ୍ରତିକାରବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବ୍ରାହ୍ମଣଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

ମିଥୁନ:-

ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ବିଗତ ଦିନରୁ ମନରେ ଥିବା ଆଶା ପୂରଣ ହେବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ରାଜନୀତି, କ୍ରୀଡ଼ା ଓ ପରିବହନ ପ୍ରଭୃତି ବିଭିନ୍ନ ଦିଗରୁ ବିଶେଷ ଲାଭବାନ ହେବେ। ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂରହେବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିଚାଲିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ପ୍ରତିକାର ଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ। ମାଆ ବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ନିଜ ପାଖରେ ହଳଦୀ ରଙ୍ଗର ରୁମାଲ ରଖନ୍ତୁ, ଗଞ୍ଜି, ଜଙ୍ଗିଆ ସାର୍ଟ କିମ୍ବା ପ୍ୟାଣ୍ଟ ଲୁଗା ଇତ୍ୟାଦି ପରିଧାନ କରିବା  ଉଚିତ୍।

କର୍କଟ:-

ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁଙ୍କ ସୌଜନ୍ୟମୂଳକ ସାକ୍ଷାତ ଲାଭ କରି ଖୁସୀ ହେବେ। ନିକଟ ସମ୍ପର୍କୀୟମାନଙ୍କ ଶୁଭକାମନା ଓ ସାହାଯ୍ୟକାରୀ ମନୋବୃତ୍ତି ସାମୟିକ ମନକୁ ଆନନ୍ଦ ଦେବ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଭଲ ରହିବ ନାହିଁ। ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିବେ।  କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ସତକଥା କହି ପ୍ରଶଂସିତ ହେବେ। କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ନିଜେ ସଫଳତା ପାଇବେ। ଅଧିକ ପରିଶ୍ରମ କରିବା ଫଳରେ ଛୋଟମୋଟ ରୋଗରେ ପୀଡ଼ିତ ରହି ପାରନ୍ତି। ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ। ପ୍ରତିକାରବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବ୍ରାହ୍ମଣଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

ସିଂହ:-

ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି। ନୂତନ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଠିକ୍ ଓ ଯୁକ୍ତିଯୁକ୍ତ କଥାକହି ଅନ୍ୟମାନଙ୍କୁ ଆପଣେଇ ନେବେ। ସାମ୍ବାଦିକତା, ନୂତନ କର୍ମାରମ୍ଭ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ମିଳିବ। ରାଜନୈତିକ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଲାଭ କରିବେ। ପ୍ରତିକାର୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ ।

କନ୍ୟା:-

ପାରିବାରିକ କ୍ଷେତ୍ରରେ ନୀରବ ହୋଇ କାମ କରିବାକୁ ବାଧ୍ୟ ହେବେ।  କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତିର ଚାପ ବୃଦ୍ଧି ପାଇବା ଦ୍ୱାରା ଆଦୌ ଫୁରୁସତ୍ ପାଇବେ ନାହିଁ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବା ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ସହକର୍ମୀ ମାନଙ୍କ ସହ ବାଦବିବାଦ ମେଣ୍ଟିଯିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ଲୋକମାନଙ୍କୁ ଆପଣେଇ ନବାରେ ସଫଳହେବେ। ବନ୍ଧୁ ବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଅସୁବିଧା ନହେଲେ ମଧ୍ୟ ଆଶାଙ୍କା କରି ମନ ଅସ୍ଥିର ରହିବ। ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ ଓ କ୍ରୀଡ଼ାରେ ଲାଭ ପାଇବେ। କୌଣସି ଆନୁଷ୍ଠାନିକ, ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ। ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ପରୋକ୍ଷ ଶତୃତା ସୃଷ୍ଟି ହେବ। ପ୍ରତିକାରବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବ୍ରାହ୍ମଣଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

ତୁଳା:-

ଆର୍ଥିକସ୍ଥିତି ଭଲ ରହିବ। ଲେଖାପଢ଼ାରୁ, ସଭାସମିତିରୁ, ବନ୍ଧୁମିଳନରୁ ଶୁଭଫଳ ପାଇବେ। ବ୍ୟବସାୟୀମାନେ ନିଜର ପ୍ରାଧାନ୍ୟ ବିସ୍ତାର କରି ଲାଭାନ୍ୱିତ ହେବେ। ବ୍ୟସ୍ତତା ଭିତରେ କାର୍ଯ୍ୟସାଧନ କରି ଚାଲିବେ। ନୂଆ ସଂପର୍କ ସୃଷ୍ଟି ହେବା ଫଳରେ ଭବିଷ୍ୟତ ଲାଭଦାୟକ ହେବ। ବିଭାଗୀୟ ପରିକ୍ଷାରେ ସଫଳତ। ପ୍ରାପ୍ତି ହେତୁ ଖୁସିହେବେ। ମିତ୍ରଙ୍କଠାରୁ ସହଯୋଗ ମିଳିବ। ନିର୍ମାଣ କାର୍ଯ୍ୟରେ କିଛି ସମୟ ଇଚ୍ଛାକୃତ ତ୍ୟାଗ କରିବେ। ସଂଘର୍ଷ ଦ୍ୱାରା ଶକ୍ତିବାନ ହେବେ। ପ୍ରଭାବଶାଳୀ ବକ୍ତବ୍ୟ ବା ବାଣୀଯୋଗେ ଲୋକମାନଙ୍କୁ ଆପଣେଇ ନବାରେ ସଫଳହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ପ୍ରତିକାରବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବ୍ରାହ୍ମଣଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

ବିଚ୍ଛା:-

ସାମାଜିକ ଉତ୍ସବରେ ଭାଗ ନେବା ଫଳରେ ଆର୍ଥିକ ଉନ୍ନତିର ରାସ୍ତା ଖୋଲିଯିବ। କର୍ମ କ୍ଷେତ୍ରରେ ଆଶା ପୂରଣ ଦିଗରେ ଯୋଜନା ମୁତାବକ କାମ କରିବେ। ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଲୋକମାନଙ୍କୁ ଆପଣେଇ ନବାରେ ସଫଳହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁ ଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ଆର୍ଥିକସ୍ଥିତି ପ୍ରାୟତଃ ଭଲ ରହିବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାରଗୁରୁବାର ଦିନ କଳଦୀଗଛ ମୂଳରେ ପାଣି ଢ଼ାଳନ୍ତୁ। ମାଆବାପା, ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ ।

ଧନୁ:-

ସବୁଆଡ଼କୁ ନଜରଦେଇ କାମ କରିଲେ ଭଲ। ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ବନ୍ଧୁମାନଙ୍କ ସାହାଯ୍ୟ ମିଳିବା ଦ୍ଵାରା ପାରିବାରିକ ତିକ୍ତତାର ସମାପ୍ତି ହେବ। ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ସାମ୍ବାଦିକ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ।ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସ ଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ। କେତେକ କ୍ଷେତ୍ରରେ ବାଧା ସୃଷ୍ଟି ହେଲେ ମଧ୍ୟ ନିଜେ ସଫଳତା ପାଇବେ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରି ପାରେ। ଶେଷ ହେବାକୁ ଥିବା କାର୍ଯ୍ୟ ପୂରଣ କରିବା ପାଇଁ କଷ୍ଟକର ହେବ। ଅଧିକ ପରିଶ୍ରମ କରିବା ଫଳରେ ଛୋଟମୋଟ ରୋଗରେ ପୀଡ଼ିତ ରହିବେ । ପ୍ରତିକାରପ୍ରତିଦିନ ଏକମାଳା ମନ୍ତ୍ର ଜପ କରିବା ଉଚିତ୍‌। ମନ୍ତ୍ରଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ। ୧୯୦୦୦ଥର।୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ ।

ମକର:-

ଜାଗା, ଜମି ଓ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ପ୍ରଭାବଶାଳୀ ବକ୍ତବ୍ୟ ବା ବାଣୀଯୋଗେ ଲୋକମାନଙ୍କୁ ଆପଣେଇ ନବାରେ ସଫଳ ହେବେ। କ୍ରୀଡ଼ା, ରାଜନୀତି, କଳା, ସଂସ୍କୃତି, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ପାଇ ବେଶ୍ ଆନନ୍ଦ ଅନୁଭବ କରିବେ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରିବେ।  ଶତୃ ଚାହିଁଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ସକ୍ରିୟ ରହିବା ଦ୍ୱାରା ଲାଭବାନ ହେବେ। ବିବାଦ ଓ ଝଗଡ଼ାରୁ ଦୂରେଇ ରୁହନ୍ତୁ। ପ୍ରତିକାରବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିୟନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ ସୂତାରେ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ବ୍ରାହ୍ମଣଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ ଦେବେ।

କୁମ୍ଭ:-

ବ୍ୟବସାୟରେ ଉନ୍ନତି, ନୂତନ ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ। କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ମିତ୍ରଙ୍କ ଦ୍ଵାରା ସହାୟତା ପାଇ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ। ପ୍ରତିଭାବାନ ବ୍ୟକ୍ତି, ପ୍ରତିଷ୍ଠିତ ବ୍ୟକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ନିଜର ବୁଦ୍ଧିମତା କାରଣରୁ ଆଶାତୀତ ଲାଭ ପାଇବେ।  ଆଶା ଆକାଂକ୍ଷା ପୂର୍ଣ୍ଣ ହେବ। ବିରାଟ ଯୋଜନାର ସଂକଳ୍ପ ନେବେ। ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିପତ୍ର ହେବ। ଆକସ୍ମିକ ଧନ ଲାଭ ହେବ। ସାମାଜିକ ଉତ୍ସବରେ ସାମିଲ ହେବେ ଏବଂ ସମୟ ଆନନ୍ଦରେ କଟିବ। ଅଧାକାର୍ଯ୍ୟ ପୂର୍ଣ୍ଣ ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପାରିବାରିକ ଶାନ୍ତି ପାଇବେ। ପ୍ରତିକାର୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ।

ମୀନ:-

ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ। ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ।  ଗୁରୁଜନମାନଙ୍କ ଠାରୁ ଆର୍ଶିବାଦ ପାଇ ମନୋକାମନା ସଫଳ ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଯେଉଁକାର୍ଯ୍ୟ ପାଇଁ ଚେଷ୍ଟା କରିବେ ସହଜ ସରଳରେ କାର୍ଯ୍ୟ ସାଧିତ ହୋଇପାରିବ। ପ୍ରିୟଜନଙ୍କ ସହିତ ମନୋମାଳିନ୍ୟ ମେଣ୍ଟିଯିବ। ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ।ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରେମକ୍ଷେତ୍ରରେ ସାହାଯ୍ୟ ପାଇ ଆଗକୁ ବଢିବା ସମ୍ଭବ ହେବ। ପାରିବାରିକ ତଥା ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ। ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକରଣ କ୍ରୟ କରି ପାରନ୍ତି। ଶରୀର ଅସୁସ୍ଥ ଯୋଗେ ବ୍ୟୟବୃଦ୍ଧି ହେବ ଓ ମନ ଅଶାନ୍ତ ରହିବ। ପ୍ରତିକାର–  ପ୍ରତିଦିନ କେଶର ମାଳରେ ଏକମାଳା ମନ୍ତ୍ର ଜପ କରିବା ଉଚିତ୍‌। ମନ୍ତ୍ର– ଓଁ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ । ୧୯୦୦୦ଥର। ୨୦୨୦ମସିହା ନଭେମ୍ବରମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ। ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!