ଧନୁ ରାଶିରୁ ବିଛା ରାଶିକୁ କେତୁ ଗୋଚର, କଣ ରହିବା ୧୨ଟି ରାଶି ଉପରେ ଏହାର ପ୍ରଭାବ? ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତା-୧୯-୦୯-୨୦୨୦ ମସିହା ଶନିବାର ରାତ୍ରି ଘ୯ଟା ୩୭ମିନିଟ୍ ୨୪ସେକେଣ୍ଡରେ ସ୍ପଷ୍ଟ ବକ୍ରୀ କେତୁ ଜ୍ୟେଷ୍ଠାନକ୍ଷତ୍ର ବିଛାରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରଥମେ ଜାଣନ୍ତୁ କେତୁଗ୍ରହଙ୍କ କାରକ ବିଷୟରେ- ଅଜା, ଜେଜେବାପା, ରଙ୍ଗବେରଙ୍ଗପଶୁ, ପକ୍ଷୀ, କୁକୁର, ହରିଣ, ଜାଦୁବିଦ୍ୟା, ଘାରେ ଜୀବାଣୁ, ବୈରାଗ୍ୟ ଏବଂ ମୋକ୍ଷ, ଖନେଇ କଥା କହିବା, ଚିହ୍ନିନପାରିବା, ଅନ୍ତନଳି, ଉନ୍ମାଦ, ଚକ୍ଷୁ, ଶିରାପ୍ରଶିରା, ହାଡରସଶ, ଲମ୍ବାପାଦ, କୁଷ୍ଠରୋଗ, ଆତ୍ମହତ୍ୟା ପ୍ରୟାସୀ, ତୁଛ ଓ କଟୁବଚନ କହିବା, ଧୁସରରଙ୍ଗ, ନିରନ୍ତର ଧୁମ୍ରପାନ କରିବା, ମଦକଦ୍ରବ୍ୟ ସେବନକରିବା, ଚର୍ମରୋଗହେବା, ଶରୀରରେଦାଗ ଲାଗିବା, ପତଳାହେବା, ଦୁର୍ଭାବପୂର୍ଣ୍ଣ ଅପରାଧୀ, ନୀଚ୍ଚକର୍ମ କରିବା, ମଧ୍ୟସ୍ଥତା କରିବା, ଅଲୌକିକଶକ୍ତି, ଦର୍ଶନଶାସ୍ତ୍ର, ଆକସ୍ମିକ ମୃତ୍ୟୁ, ଖରାପ ପ୍ରକୃତି, ପୋକରୁ ଜାତ ରୋଗ, ଧର୍ମଶାସ୍ତ୍ର ଜ୍ୟୋତିଷ, ଅନ୍ତିମ ଉଦାର, ଔଷଧ ପ୍ରସ୍ତୁତି କରିବା, କିଛି ମିଶାଇ ଅଶୁଦ୍ଧ କରିବା, ଜେଲଦଣ୍ଡ ଭୋଗ କରିବା, ଚୋଟ ବା ଆଘାତ ପାଇବା, ମୈଥୁନ, ଅପହରଣ, ରକ୍ତ, ବିଷ, କୃମି, ଅଗ୍ନିକାଣ୍ଡ, ହତ୍ୟା, କୃପଣତା, ବିଦେଶରେ ବାସ କରିବା, ପରାନ୍ନଭୋଜି, ଅସ୍ଥିର କର୍ମ ଇତ୍ୟାଦିର କାରକ କେତୁ ହୋଇଥାନ୍ତି।

୨୭ା୧ା୨ା୩ା୪ା୫।୬।୭।୮।୯ା୧୦ା୧୧= ଭଲରେ ବିବାହହେବା ସହ ଦାମ୍ପତ୍ୟସୁଖ ପ୍ରାପ୍ତିହେବ, ଶରୀରଆରୋଗ୍ୟତା, ଦାନପୁଣ୍ୟ ତଥା ତୀର୍ଥ ଯାତ୍ରାରେ ରୁଚି ବଢିବ, ବ୍ୟବସାୟ ବ୍ୟାପାରରେ ଲାଭ, ଯାତ୍ରାରେ ଲାଭ ଓ ସୁଖ ସମ୍ପଦ ଲାଭ ହେବ।

୧୨ା୧୩ା୧୪।୧୫ା୧୬ା୧୭।୧୮ା୧୯ା୨୦।୨୧ା୨୨ ।୨୩ ।୨୪ ।୨୫ା୨୬= ରୋଗ, ଋଣ, ଶତୃଙ୍କ ଦ୍ଵାରାପୀଡା, ରାଜ୍ୟ ବା ରାଜ କାର୍ଯ୍ୟରେ ବିରୋଧ ଭାବ, ଶିରା ପ୍ରଶିରା ଚର୍ମରୋଗ ଦେଖା ଦେବ, ସନ୍ତାନକଷ୍ଟ, ଦୁର୍ଘଟଣା ଭୟ ଓ ବିବାଦରେ ହାନୀ ହେବ।

କେତୁଙ୍କର ବର୍ଣ୍ଣ ଗଣନା – କେତୁଙ୍କ ଚଳନ ନକ୍ଷତ୍ର ୧୮ ସହିତ ନିଜର ଜନ୍ମନକ୍ଷତ୍ର ସଂଖ୍ୟା ଓ ନିଜର ଜନ୍ମ ରାଶି ସଂଖ୍ୟା ଏକତ୍ର ଯୋଗ କରି ଯୋଗଫଳକୁ ୮ ଦ୍ୱାରା ଭାଗକଲେ ଭାଗଶେଷରୁ ବର୍ଣ୍ଣ ଓ ଫଳ ଜାଣିବେ। ଭାଗଶେଷ ଯଥାକ୍ରମେ-୧-ନୀଳବର୍ଣ୍ଣ-ଫଳ-ଅର୍ଥନାଶ । ୨- କୃଷ୍ଣବର୍ଣ୍ଣ-ଫଳ-ରାଜସମ୍ମାନ। ୩-ଲୌହବର୍ଣ୍ଣ-ଫଳ-ଶରୀରପୀଡ଼ା। ୪-ପାଷାଣବର୍ଣ୍ଣ-ଫଳ-ସର୍ବସୁଖଲାଭ। ୫-ମର୍କତବର୍ଣ୍ଣ-ଫଳ-ଧନକ୍ଷୟ। ୬-ଧୂମ୍ରବର୍ଣ୍ଣ-ଫଳ-ବନ୍ଧୁଦର୍ଶନ। ୭-ପିଙ୍ଗଳବର୍ଣ୍ଣ-ଫଳ-ମାନହାନି। ଭାଗଶେଷ ନ ରହିଲେ ଅର୍ଥାତ୍‌ ୦ ହେଲେ ରକ୍ତବର୍ଣ୍ଣ-ଫଳ-ସର୍ବ ସୁଖଦାୟକ ।

କେତୁଙ୍କ ଭାବ ଗଣନା – କେତୁଙ୍କ ଚଳନ ସମୟରେ ଚନ୍ଦ୍ରସ୍ଥିତ ନକ୍ଷତ୍ର ୧୪ ସହିତ ନିଜର ଜନ୍ମ ନକ୍ଷତ୍ର ସଂଖ୍ୟା ଯୋଗକରି ଯୋଗଫଳ କୁ ୮ଦ୍ୱାରା ଭାଗ କରି ଭାଗଶେଷରୁ କେତୁଙ୍କର ଭାବ ଓ ଭାବଫଳ ଜାଣିବେ। ଭାଗଶେଷ ୧-ଦଗ୍ଧଫଳ-ଦୁଃଖ। ୨-ଧୀର ଅବସ୍ଥା-ଧନଲାଭ। ୩-ମିଷ୍ଟଭାବ-ଧନହାନୀ। ୪-ଆନନ୍ଦଭାବ-ସୁଖଲାଭ। ୫-ମୋହନଭାବ-ବନ୍ଧୁନାଶ। ୬-ବିଜୟଭାବ-ସୁଖଲାଭ। ୭-ସ୍ନାନବସ୍ଥା-ନିଷ୍ଫଳ। ୦-ଭୁକ୍ତାବସ୍ଥା- ସମ୍ପଦଲାଭ।

କେତୁ ଗୋଚରରେ ଶୁଦ୍ଧି – କେତୁଗ୍ରହ ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶି ଜାତ ବ୍ୟକ୍ତିମାନଙ୍କର ଗୋଚରରେ ଶୁଭଫଳ ପ୍ରଦାନ କରିବେ। କେତୁ ଚଳନ ସମୟରେ ଚନ୍ଦ୍ରଙ୍କ ଶୁଭାଶୁଭ ଦ୍ଵାରା ବା ଯାଦୃଶେନେତି ବାକ୍ୟ ଅନୁସାରେ ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ଗୋଚରରେ ଶୁଭ ଓ ଚନ୍ଦ୍ର ଶୁଭ ହେତୁ ଅତି ଶୁଭଫଳ ପ୍ରଦାନ କରିବେ। ମେଷ, ବୃଷ, ସିଂହ, ତୁଳା ଓ ଧନୁ ରାଶିର ଗୋଚରରେ ଅଶୁଭ କିନ୍ତୁ ଚନ୍ଦ୍ର ଶୁଭ ହେତୁ ସମଫଳ ପ୍ରଦାନ କରିବେ। କର୍କଟ, ବିଛା ଓ ମୀନ ରାଶିର ଗୋଚରରେ ଅଶୁଭ ଏବଂ ଚନ୍ଦ୍ର ମଧ୍ୟ ଅଶୁଭ ହେତୁ ଅତି ଅଶୁଭ ଫଳ ପ୍ରଦାନ କରିବେ।

ବାରଟି ରାଶି ପାଇଁ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା

ମେଷ:-

ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭହେବ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ଦାମ୍ପତ୍ୟ ସୁଖ ବୃଦ୍ଧିହେବ। ଅତ୍ୟଧିକ କାର୍ଯ୍ୟଚାପ ସତ୍ୱେ ମନ ଶାନ୍ତି ରହିବ। ଅଜା, ଜେଜେବାପା, ବାପାଙ୍କ ସ୍ୱାସ୍ଥ୍ୟରେ ଅସୁବିଧା ହୋଇ ପାରେ। ଉଚ୍ଚ ଅଧିକାରୀଙ୍କଠାରୁ ସମସ୍ୟା ଦେଖା ଦେଇ ପାରେ। କୃଷି କ୍ଷେତ୍ରରେ ସମସ୍ୟା ହୋଇପାରେ। ପରିବାରରେ ଆର୍ଥିକ ଅସୁବିଧା ଦେଖାଦେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ।

ବୃଷ:-

ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି କରି ପାରନ୍ତି। ଭାଗୀଦାର ବ୍ୟବସାୟରେ ଆର୍ଥିକସ୍ଥିତି ଆବଶ୍ୟକଠାରୁ ଅଧିକ ମିଳିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହୋଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହୋଇ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ବାଦବିବାଦ ମେଣ୍ଟି ଯିବା ଫଳରେ ଆତ୍ମସନ୍ତୋଷ ଲାଭ କରିବେ। ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡିବେ। ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି।

ମିଥୁନ:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଆର୍ଥୀକ ଉନ୍ନତି  ହେବା ସହ ସାମାଜିକ ସ୍ଥିତି ଓ ମାନସମ୍ମାନ ବଜାୟ ରହିବ। କର୍ମ କ୍ଷେତ୍ରରେ ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରୀ କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ମାଆ ବାପାଙ୍କ ଶରୀର ସୁସ୍ଥ ହୋଇପାରେ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଭଲ ଲାଭ ହେବ। ବନ୍ଧୁଙ୍କଠାରୁ ସହଯୋଗ ମିଳିବା ଫଳରେ ଭଲ କାର୍ଯ୍ୟ କରି ଆଶା ପୂରଣ ହେବ।

କର୍କଟ:-

ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ। ପାରିବାରିକ ସୁଖ ପ୍ରାପ୍ତି ହେବ। ବାପାଙ୍କ ଠାରୁ ସହଯୋଗ ପାଇବେ। କୋର୍ଟ କଚେରୀ ମାମଲାରେ ସଫଳ ହେବେ। ବ୍ୟବସାୟରେ କଠିନ ପରିଶ୍ରମ କରିବା ଦ୍ଵାରା ଯଶମାନ ସମ୍ମାନ ମିଳିବ ଓ ଅଧିକ ଲାଭ କରିବାର ସୁଯୋଗ ପାଇବେ। ଘର ବା କାର୍ଯ୍ୟଆଳୟ ବଦଳ କରିବା ପାଇଁ ଚିନ୍ତା କରି ପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟା ସେତେଟା ଭଲ ରହିବ ନାହିଁ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି।

ସିଂହ:-

ଗୁରୁଜନ, ପ୍ରତିଭାବାନବ୍ୟକ୍ତି ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଆଶୀର୍ବାଦ ମିଳିବ। ପିଲାମାନଙ୍କ ଉନ୍ନତିରେ ପ୍ରସନ୍ନ ରହିବେ। କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବା ସହ ପ୍ରଶଂସା ପାଇବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ।  ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ସତର୍କରେ ନ ଚାଲିଲେ ଓ ଆଚାର ବ୍ୟବହାର କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ କୌଣସି ଭୁଲ୍ କାମ କରି ଅନୁତାପ କରି ପାରନ୍ତି।

କନ୍ୟା:-

ସନ୍ତାନ ସୁଖ ପ୍ରାପ୍ତି ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଶତୃମାନେ ଦୂରେଇ ଯିବା ଫଳରେ ଦାୟିତ୍ଵ ବଢିବା ସହ କିଛି ଅସମ୍ଭବ ହେବ ନାହିଁ। ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହେବା ଦ୍ୱାରା ଲାଭଦାୟକ ହେବେ। ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।

ତୁଳା:-

ସମ୍ପର୍କିୟ ବନ୍ଧୁଙ୍କଠାରୁ ସହଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଲକ୍ଷ ପ୍ରାପ୍ତି ସହଜ ହୋଇଯିବ। କର୍ମକ୍ଷେତ୍ରରେ ଅଧିକାରୀ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରିବାରର ସଦସ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷାରେ ଉଚ୍ଚ ପ୍ରଶଂସିତ ହେବେ। ଟଙ୍କ। ପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ।

ବିଚ୍ଛା:-

ମାନସିକ ସୁସ୍ଥତା ସହ ଶାରୀରିକ କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବ। କର୍ମ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ। କିଛି ନୂଆ କରିବାକୁ ଇଛା ପ୍ରକାଶ ହେବ। ଅଜା, ଜେଜେବାପା, ମାଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶରେ ସାହାଯ୍ୟ କରିବେ। ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଦ୍ଵନ୍ଦିତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ। ଦୁର୍ବଳତା ଅନୁଭବ କରିବେ। ଧାର୍ମିକ କ୍ଷେତ୍ରରେ କିଛି ଧନ ଖର୍ଚ୍ଚ ହୋଇପାରେ। ଅଜଣା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ।

ଧନୁ:-

ଉଚ୍ଚାଧିକାରୀମାନେ ପ୍ରସନ୍ନ ରହିବା ସହ ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରି ଚାଲିଲେ ଭଲ ହେବ। ବନ୍ଧୁଙ୍କଠାରୁ ସହଯୋଗ ପାଇ ବିଦ୍ୟାରେ ଉନ୍ନତି ହେବ। ଗୃହସ୍ଥ ଜୀବନରେ ଅସୁବିଧା ହୋଇପାରେ, ତେଣୁ ଧ୍ୟାନ ଦେବା ଉଚିତ୍‌। କାର୍ଯ୍ୟରେ ଗମ୍ଭୀରତା ସହ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବା ସହ ଅଧିକ ଘନିଷ୍ଠତା ହେବ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ।

ମକର:-

ଶୁଭ ସମ୍ବାଦ ପାଇ ଦୂରଯାତ୍ରାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ପାଇ ସୁଖରେ ସମୟ କାଟିବେ। ସ୍ୱାସ୍ଥ୍ୟ ଭଲ ରହିବ ଓ ଋଣଭାର ଲାଘବ ହେବ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟିବ ଓ ପ୍ରଶଂସିତ ହେବେଆର୍ଥିକସ୍ଥିତିରେ ଉନ୍ନତି ହେବ। ଶ୍ୱଶୁର ଘର ପକ୍ଷରୁ ସହଯୋଗ ପ୍ରାପ୍ତ ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଲାଭଦାୟକ ହେବ। ସମାଜରେ ପଦ ପଦବୀରେ ବୃଦ୍ଧି ପାଇବ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନହେବ। ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ।

କୁମ୍ଭ:-

ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। ଯାନ, ବାହନ, ଜାଗା, ଜମି, ଗୃହପୋକରଣ ଆଦି କ୍ରୟ କରିବା ପାଇଁ ଋଣ କରିଲେ ଋଣ ମିଳିଯିବ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। କାମକାର୍ଯ୍ୟ ମାମଲାରେ ଦୂରସ୍ଥାନକୁ ବାର ମ୍ବାର ଯିବାକୁ ପଡି ପାରେ। ଉଧାର ଦେଇଥିବା ଟଙ୍କା ଧୀରେ ଧୀରେ ଆଦାୟ ହୋଇଯିବ। ଅନେକ ସମୟରେ କୌଣସିନା କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ। ବାକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ। ରାଜନୀତି କ୍ଷେତ୍ରରେ ପଦ ପ୍ରତିଷ୍ଠା ପ୍ରାପ୍ତି ହେବ।

ମୀନ:-

ବାପାଙ୍କ ଆୟରେ ବୃଦ୍ଧି ହେବା ସହ ସରକାରଙ୍କ ଠାରୁ ସମ୍ମାନୀତ ହେବେ। ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ଗହଣା, ବସ୍ତ୍ର ଓ ଅନ୍ୟ ସାମଗ୍ରୀ କ୍ରୟ କରିବେ। ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବ। ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ସଫଳତା ପ୍ରାପ୍ତ ହେବ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। କର୍ମକ୍ଷେତ୍ରରେ ଯୋଗ୍ୟତାର ଦୃଢ ସଂକଳ୍ପ ଦ୍ଵାରା କ୍ଷମତା ହାସିଲ କରିବେ। ମିତ୍ର ଓ ପ୍ରିୟଜନମାନଙ୍କ ଠାରୁ ସାହାଯ୍ୟପାଇ ଆନନ୍ଦିତ ହେବେ। ଗୃହରେ ମାଙ୍ଗଳିକ କାର୍ଯ୍ୟ କରିପାରିବେ। ଭାଇଙ୍କ ଦ୍ୱାରା ବା ଭାଇଭଳି ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ, ନଚେତ୍‌ ଅସୁବିଧାରେ ପଡିପାରନ୍ତି।

କେତୁଙ୍କ ଅଶୁଭତ୍ଵକୁ ଖଣ୍ଡନ କରିବା ପାଇଁ ଦାନ ଦ୍ରବ୍ୟାଣି – କେତୁ ଅଶୁଭ ହେଲେ ବୈଦୁର୍ଯ୍ୟମଣି, କୃଷ୍ଣତିଳ, ରାଶିତୈଳ, କମ୍ବଳ, କସ୍ତୁରୀ, ଖଡ୍‌ଗ ଓ ଛିଟବସ୍ତ୍ର ଆଦି ବା ଏ ମଧ୍ୟରୁ ପ୍ରାପ୍ତ ଦ୍ରବ୍ୟ ଓ ଦକ୍ଷିଣା ସହିତ ଗ୍ରହବିପ୍ରଙ୍କୁ ଦାନ କଲେ କେତୁଙ୍କର ଅଶୁଭତ୍ୱ କମିଯିବ। ଏତଦ୍‌ବ୍ୟତୀତ ଅଶ୍ୱଗନ୍ଧା ଚେରକୁ ନିଜର ନାମ ଗୋତ୍ରରେ ଗ୍ରହବିପ୍ରଙ୍କ ଦ୍ୱାରା ଅଭିମନ୍ତ୍ରିତ କରାଇ ପଞ୍ଚବର୍ଣ୍ଣି ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣ ବାହୁରେ ଓ ନାରୀମାନେ ବାମ ବାହୁରେ ଧାରଣ କଲେ ଅଶୁଭ ଫଳ ହ୍ରାସ ପାଇବ। କଳା ବା ପାଉଁଶିଆ ରଙ୍ଗର ବସ୍ତ୍ର ଧାରଣ କଲେ ଉପକାର ମିଳିବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ପ୍ରତ୍ୟେକ  ସୋମବାର ଶିବଙ୍କୁ ଦର୍ଶନ କରି ପାଦୁକ ସେବନ କରନ୍ତୁ । ଗଣେଶ ଭଗବାନଙ୍କୁ ରାଶିଲଡୁ ଭୋଗକରି ପିଲାମାନଙ୍କୁ ବାଣ୍ଟନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!