2022 ମସିହା ଅକ୍ଟୋବର ମାସ 23 ତାରିଖ ରବିବାର ଧନତେରସ(Dhanteras) ରେ ନିଜ ରାଶି ଅନୁସାରେ କେଉଁ ଦ୍ରବ୍ୟ ଘରକୁ ଆଣିଲେ ସୁଖ ସମୃଦ୍ଧି ବୃଦ୍ଧି ହେବ ! ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର କାର୍ତ୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଦେବବୈଦ୍ୟ ଧନ୍ଵନ୍ତରୀଙ୍କ ଜୟନ୍ତୀ ଏହିଦିନକୁ ଧନତେରସ ମଧ୍ୟ କୁହାଯାଏ । ଏହି ୮ଟି ରାଶିର ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ । ଯାହା କି ସବୁ କାର୍ଯ୍ୟରେ ସଫଳତା ମିଳିବ ଓ ଧନ ପ୍ରାପ୍ତି ହେବ । ବର୍ତ୍ତମାନ ସମୟରେ ଟଙ୍କା ପାଇସା ଉପରେ ବହୁତ ଗୁରୁତ୍ବ ଦିଆଯାଉଛି । ବିନା ଟଙ୍କାରେ କୌଣସି କାର୍ଯ୍ୟ କରିହେବ ନାହିଁ । ଯେପରିକି ପାଣି ପାଇଁ ମଧ୍ୟ ଟଙ୍କା ଦେବାକୁ ପଡୁଛି । ଯେ କୌଣସି କାର୍ଯ୍ୟ କରିବା ପାଇଁ ଟଙ୍କା ଦରକାର ହେଉଛି । ଟଙ୍କା ପାଇସା ବିନା ଜୀବନ ବିତେଇବା ବହୁତ କଷ୍ଟକର । ସବୁ ଲୋକମାନେ ଚାହାଁନ୍ତି ତାଙ୍କ ପାଖରେ ବହୁତ ଧନ ପ୍ରାପ୍ତି ହେଉ । କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ହୋଇ ନଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସବୁ ଲୋକମାନେ ପରିଶ୍ରମ କରିଥାନ୍ତି, କିନ୍ତୁ ମାତା ଲକ୍ଷ୍ମୀଙ୍କ କୃପା ଥିଲେ ବ୍ୟକ୍ତି ଧନୀ ହୁଏ । ଯଦି ମାତା ଲକ୍ଷ୍ମୀଙ୍କ କୃପା ନଥାଏ ତେବେ ବ୍ୟକ୍ତି ଦରିଦ୍ରତା ହୋଇଥାଏ । ସେଥିପାଇଁ ଅନେକ ଲୋକମାନେ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ଯଦି ବ୍ୟକ୍ତିର ଭାଗ୍ୟରେ ନ ଥାଏ ତେବେ ଧନ ପ୍ରାପ୍ତି ହେବ ନାହିଁ । ରାଶି ଗ୍ରହ ନକ୍ଷତ୍ରର ମାଧ୍ୟମରେ ଧନୀ ଓ ନିର୍ଧନ ହେବାର ଜଣାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । ଯେଉଁ ରାଶି ଉପରେ ମାତାଙ୍କ କୃପା ରହିବ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ଯାହା କି ଏହି ୮ଟି ରାଶିର ବ୍ୟକ୍ତିମାନଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିବ ଓ ପ୍ରଚୁର ଧନ ପ୍ରାପ୍ତି ହେବ ।

ଶାସ୍ତ୍ର ଅନୁସାରେ ଯେଉଁ ରାଶି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିବ ସେହି ରାଶି ଗୁଡିକ ହେଲା ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ ଓ ମୀନ । ଏହି ରାଶି ଉପରେ ମାତାଙ୍କ କୃପା ହେଉଥିବାରୁ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବ । ଯାହା ଫଳରେ ସବୁ କାର୍ଯ୍ୟରେ ସଫଳ ହେବେ ଓ ପ୍ରଚୁର ଧନ ପ୍ରାପ୍ତି ହେବ । ଅଟକିଥିବା କାର୍ଯ୍ୟ ମଧ୍ୟ ପୂରଣ ହୋଇଯିବ । ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ବ୍ୟବସାୟ ଆରମ୍ଭ କରିପାରିବେ ।

କୁହାଯାଏ କି ମାତା ଲକ୍ଷ୍ମୀଙ୍କ କୃପା ଯେଉଁ ରାଶି ଉପରେ ପଡିବ ସେହି ବ୍ୟକ୍ତିକୁ ଜୀବନଯାକ ଧନ ସମ୍ପତ୍ତି ଓ ସୁଖ ସମୃଦ୍ଧି ଭରପୁର ମିଳିଥାଏ । ଖୁସିରେ ଜୀବନସାଥିଙ୍କ ସହିତ ସମୟ ବିତେଇଥାନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ସମୟ ପୂର୍ବରୁ କାର୍ଯ୍ୟ ଶେଷ କରି ଆରାମ କରିବାକୁ ପସନ୍ଦ କରିବେ । ଯଦି ବ୍ୟବସାୟ କରୁଛନ୍ତି ତେବେ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ କିନ୍ତୁ ସଫଳତା ପାଇବା ପାଇଁ ନିଜର ମନ୍ଦ ଅଭ୍ୟାସ ଠାରୁ ଦୂରେଇ ରହିବା ଜରୁରି ଅଟେ । ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉ ଥିବାରୁ ଏହି ୮ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ ଓ ଧନ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଏହି ୮ଟି ରାଶିର ବ୍ୟକ୍ତିଙ୍କ ବିଷୟରେ –

ମେଷ-ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉ ଥିବାରୁ ଏହି ବ୍ୟକ୍ତିମାନଙ୍କର ଅଧିକ ଧନ ଲାଭ ହେବ । ପରିବାରରେ ଖୁସିର ବାତାବରଣ ଲାଗିରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ଚିନ୍ତା ଦୂର ହେବ । ସବୁ କାର୍ଯ୍ୟରେ ସଫଳତା ହେବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ମାଟି କିମ୍ବା ପଥରର ପାତ୍ରକିଣି ଘରକୁ ଆଣନ୍ତୁ ।

ବୃଷ-୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ରୂପା ଅଳଙ୍କାର କିଣି ଘରକୁ ଆଣନ୍ତୁ ।

ମିଥୁନ- ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବାରୁ ଶୁଭ ଫଳ ପ୍ରାପ୍ତି ହେବ । କୌଣସି ଖୁସି ଖବର ଶୁଣିବେ । ପରିବାରରେ ସବୁ ସମସ୍ୟା ଦୂର ହେବ । ପ୍ରେମରେ ସଫଳ ହେବେ । ଅତି ପ୍ରିୟ ଲୋକଙ୍କ ସହିତ ସାକ୍ଷାତ ହେବ । ମନ ଭଲ ରହିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଆତ୍ମବିଶ୍ଵାସ ବଢିବ । ନିଜ କ୍ୟାରିଅରରେ ସଫଳତା ମିଳିବ । କାର୍ଯ୍ୟ ସ୍ଥଳରେ ମାନସମ୍ମାନ ପ୍ରାପ୍ତି ହେବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ସୁନା ଅଳଙ୍କାର କିଣନ୍ତୁ ନତୁବା ସବୁଜ ପାରିବା କିଛି ଘରକୁ ଆଣନ୍ତୁ ।

କର୍କଟ-ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉଥିବାରୁ ପ୍ରଚୁରଧନ ଲାଭ ହେବ । ପିଲାମାନଙ୍କ ଠାରୁ ଖୁସି ଖବର ଶୁଣିବେ । ଆର୍ଥିକ ସ୍ଥିତି ମଜବୁତ ହେବ । ସ୍ୱାସ୍ଥ୍ୟରେ ସୁଧାର ଆସିବ । କିନ୍ତୁ ନିଜର କ୍ରୋଧ ଭାବକୁ କଣ୍ଟ୍ରୋଲ କରନ୍ତୁ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ରୂପା ଅଳଙ୍କାର କିଣି ଘରକୁ ଆଣନ୍ତୁ ।

ସିଂହ-୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ତମ୍ବାପାତ୍ର କିଣି ଘରକୁ ଆଣନ୍ତୁ ।

କନ୍ୟା-ରାଶିର ବ୍ୟକ୍ତିଙ୍କ ଉପରେ ମାତାଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେଉଥିବାରୁ ବହୁତ ଲାଭ ଦାୟକ ହେବ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ । ପରିବାରର ସହଯୋଗ ମିଳିବ । ସମୟ ଭଲରେ ବିତିବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ସୁନା ଅଳଙ୍କାର କିଣନ୍ତୁ ନତୁବା ସବୁଜ ପାରିବା କିଛି ଘରକୁ ଆଣନ୍ତୁ ।

ତୁଳା ରାଶି ଲୋକଙ୍କର ଆମଦାନୀରେ ବୃଦ୍ଧି ହେବ ବ୍ୟବସାୟରେ ଭଲ ଲାଭ ମିଳିବ । କ୍ୟାରିଅର ସମ୍ବନ୍ଧିତ ବହୁତ ଲାଭ ମିଳିବାର ଅଛି । ଅଚାନକ ଆର୍ଥିକ ଲାଭ ହୋଇ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ବନ୍ଧୁ ଓ ଘର ପରିବାରର ସଦସ୍ୟଙ୍କର ପୁରା ସହଯୋଗ ମିଳିବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ରୂପା ଅଳଙ୍କାର କିଣି ଘରକୁ ଆଣନ୍ତୁ ।

ବିଛା ରାଶିର ଶୁଭ ଫଳ ପ୍ରାପ୍ତି ହେବ । ନିଜ କ୍ୟାରିଅରରେ ଲଗାତାର ସଫଳତା ପାଇବେ । ସମାଜରେ ମାନସମ୍ମାନ ପ୍ରାପ୍ତି ହେବ । ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଭଲ ପରିଣାମ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସମୟ ବହୁତ ଉତ୍ତମ ରହିବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ମାଟି କିମ୍ବା ପଥରର ପାତ୍ରକିଣି ଘରକୁ ଆଣନ୍ତୁ ।

ଧନୁ ରାଶିର ଲୋକଙ୍କର ଭଲ ପରିଣାମ ଦେଖିବାକୁ ମିଳିବ । ଭାଗ୍ୟ ଆପଣଙ୍କ ସାଥିରେ ରହିବ । ପୈତୃକ ସମ୍ପତ୍ତି ମାମଲାରେ ଆପଣଙ୍କୁ ଭଲ ଲାଭ ମିଳିବ ଓ ସଫଳତା ପାଇବେ । କୌଣସି ଲମ୍ବା ଯାତ୍ରାରେ ଯିବାର ଯୋଗ ରହିଛି । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ସୁନା ଅଳଙ୍କାର କିଣନ୍ତୁ ନତୁବା ହଳଦୀ ଓ ହଳଦିଆ ବସ୍ତ୍ରକିଛି ଘରକୁ ଆଣନ୍ତୁ ।

ମକରରାଶି- ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ଲୁହାଦ୍ରବ୍ୟ କିଣନ୍ତୁ ନତୁବା କଳାରଙ୍ଗର ଦ୍ରବ୍ୟକିଛି ଘରକୁ ଆଣନ୍ତୁ ।

କୁମ୍ଭରାଶି-୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ଲୁହାଦ୍ରବ୍ୟ କିଣନ୍ତୁ ନତୁବା କଳାରଙ୍ଗର ଦ୍ରବ୍ୟକିଛି ଘରକୁ ଆଣନ୍ତୁ ।

ମୀନ ରାଶିର ଲୋକଙ୍କର ଏହି ସମୟ ବହୁତ ଭଲ ରହିବ । ଜମି ବାଡି ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଭଲ ଲାଭ ମିଳିବ । ଆର୍ଥିକ ଲାଭ ସହିତ ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ । ଭାଇ ଭଉଣୀଙ୍କର ପୁରା ସହଯୋଗ ମିଳିବ । ସ୍ଵାସ୍ଥ୍ୟରେ ଉନ୍ନତି ହେବାସହ ଆତ୍ମବିଶ୍ଵାସ ଓ ପରାକ୍ରମ ବୃଦ୍ଧି ପାଇବ । ୨୦୨୨ମସିହା ଅକ୍ଟୋବରମାସ ୨୩ ତାରିଖ ରବିବାର ଦିନ ସୁନା ଅଳଙ୍କାର କିଣନ୍ତୁ ନତୁବା ହଳଦୀ ଓ ହଳଦିଆ ବସ୍ତ୍ରକିଛି ଘରକୁ ଆଣନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!