ଧନ ପ୍ରାପ୍ତି ମନ୍ତ୍ର – ଯଦି ସର୍ବଦା ଧନର ଅଭାବ ଦେଖା ଦେଉଛି ଏବଂ କାମରେ ସଫଳତା ମିଳୁ ନାହିଁ, ତେବେ କରନ୍ତୁ ମା ଲକ୍ଷ୍ମୀଙ୍କର ଏହି ଗୋଟିଏ ଉପାୟ – ଆପଣଙ୍କ ଚିନ୍ତା କରିବ ଦୂର ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନ ରୋଜଗାର କରିବା ପାଇଁ ବହୁତ କଠିନ ପରିଶ୍ରମର ଆବଶ୍ୟକତା ଅଛି, କିନ୍ତୁ ଏହା ସହ ମନ୍ତ୍ର ଜପର ଶରା ନେଲେ ପରିଣାମ ବହୁତ ଭଲ ହୁଏ । ଆମ ଗ୍ରନ୍ଥ ଅନୁସାରେ ଧନ ପ୍ରାପ୍ତିର ବହୁତ ଉପାୟ କୁହାଯାଇଛି । ଯାହା କରିବା ଦ୍ଵାରା ପରିଶ୍ରମର ଫଳ ମିଳିବ । ଯଦି ଆପଣ ସଂପୂର୍ଣ୍ଣ ଚେଷ୍ଟା କରି ମଧ୍ୟ କୌଣସି ଫଳ ପାଉନାହାନ୍ତି ତେବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଏହି ଉପାୟ କରିବା ଆବଶ୍ୟକ । ଏହା ଦ୍ଵାରା କୌଣସି କିଛି ଖରାପ ହେବ ନାହିଁ । ଏହି ମନ୍ତ୍ରର ଜପ କଲେ ମା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସବୁଦିନ ସକାଳୁ ଗାଧୋଇ ସାରି ସଫା ବସ୍ତ୍ର ପିନ୍ଧନ୍ତୁ ।

ଏହାପରେ ଘରର ମନ୍ଦିର ସମ୍ମୁଖରେ ବା ମାତା ଲକ୍ଷ୍ମୀଙ୍କ ଫୋଟୋ ସାମ୍ନାରେ ବସି ମା ଲକ୍ଷମୀଙ୍କର ଧ୍ୟାନ କରନ୍ତୁ ।

ଶ୍ରୀ ଗଣେଶଙ୍କର ଧ୍ୟାନ କରନ୍ତୁ ।

ଏହା ପରେ ତୁଳସୀ ମାଳିରେ ୧୦୮ଥର “ଊଁ ଶ୍ରୀଂ ଶ୍ରୀୟେ ନମଃ”, ଏହି ମନ୍ତ୍ରର ଜପ କରନ୍ତୁ ।

ଯଦି ୧୦୮ ଥର ନ କରି ପାରନ୍ତି ତେବେ ୨୧ ଥର ନିଶ୍ଚୟ ଜପ କରନ୍ତୁ ।

ଏହି ମନ୍ତ୍ର ପ୍ରଭାବରେ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୁଏ । ଏହାକୁ ଲକ୍ଷ୍ମୀଙ୍କର ବୀଜମନ୍ତ୍ର କୁହାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!