Monthly Horoscope- କେମିତି କଟିବ ଡିସେମ୍ବର ମାସଟି (ମେଷ, ବୃଷ, ମିଥୁନ) ରାଶିର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- ଏମାସରେ ମହିଳା ଓ ପୁରୁଷ ମାନଙ୍କର ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବା ସହ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସୁବିଧା ସୁଯୋଗ ପାଇ ଉଚ୍ଚ ସମ୍ମାନ ପାଇବା ସହ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ ଓ ସୁଖଶାନ୍ତି ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହେବା ଫଳରେ ଯାହା ଚିନ୍ତା କରିବେ ତାହା ପୂରଣ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମପ୍ରସଙ୍ଗରେ ମଧୁରତା ଆସିବା ସହ ଶୁଭକାର୍ଯ୍ୟରେ ଯୋଗ ଦେବେ । ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ । ବିଦ୍ୟାକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇ ସଫଳତା ମିଳିବ । ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଆବଶ୍ୟକ । କେତେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହୋଇପାରେ ।

ଅଯଥାଧନ ଖର୍ଚ୍ଚହୋଇଯିବା ଫଳରେ ବିରକ୍ତିସ୍ୱଭାବ ପ୍ରକାଶପାଇ ପାରେ । ପୈତୃକ ସମ୍ପତ୍ତିରେ ସମସ୍ୟା ଦେଖାଦେଇ ପାରେ । ସତର୍କତା ଅବଲମ୍ବନ ନକଲେ ମାନସମ୍ମାନ ହାନୀହେବାର ବିଶେଷ ସମ୍ଭାବନା ଅଛି । ପ୍ରତିକାର:- ଗ୍ରହଙ୍କର ଅଶୁଭତ୍ୱ ଖଣ୍ଡନ ପାଇଁ ପ୍ରତ୍ୟେକ ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:- ଏମାସରେ ମହିଳା ଓ ପୁରୁଷ ମାନଙ୍କର ସରକାରୀ କାମରେ ସଫଳତା ମିଳିବ । କର୍ମ କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଧୈର୍ଯ୍ୟ, ସାହସ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରି ପାରିବେ । ଶତୃମାନେ ବିପଦରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି । କିନ୍ତୁ ଆର୍ଥିକ ଉନ୍ନତି ହେବା ସହ ଶତୃ ପରାଜିତ ହେବେ । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବା ଫଳରେ ବ୍ୟବସାୟରେ ପରିଶ୍ରମ ଫଳରେ ଧିରେ ଧିରେ ଉନ୍ନତି ହେବ । ପରିବାରର ସଦସ୍ୟମାନେ ପରସ୍ପର ପରସ୍ପରକୁ ସହଯୋଗ କରିବା ଫଳରେ ଦାମ୍ପତ୍ୟସୁଖ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ଚେଷ୍ଟା ଜାରି ରଖିବେ । ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ । ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ ।

ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତି କ୍ଷେତ୍ରରେ ବିଫଳ ହେବେ । କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ବିଫଳ ହୋଇ ଧରାପଡ଼ି ବଦ୍ନାମ୍ ହୋଇ ପାରନ୍ତି । ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଅନୁଭବି ଓ ଦାୟିତ୍ୱ ପୂର୍ଣ୍ଣ ଲୋକଙ୍କର ମାର୍ଗଦର୍ଶନ ଆପଣଙ୍କୁ କୋଉଠୁ ନେଇ କୋଉଠି ପହଁଞ୍ଚେଇ ଦେବ । ପ୍ରତିକାର- ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:- ଏମାସରେ ମହିଳା ଓ ପୁରୁଷ ମାନଙ୍କର ଶତୃମାନେ ପରାଜିତ ହୋଇ ଅଚାନକ ଧନଲାଭ ହେବାରୁ ଖୁସି ହେବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପରିଶ୍ରମ ଦ୍ଵାରା ଆୟରପନ୍ଥା ସହଜ ହେବ । ନିର୍ମାଣ ମୂଳକ ଯୋଜନାରେ ଆଗେଇବା ଯୋଗେ ଅଧାଥିବା କାର୍ଯ୍ୟ ପୂରଣ ହେବ । କର୍ମକ୍ଷେତ୍ରରେ ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ।

ବ୍ୟବସାୟ ରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ଆଶା କରୁଥିବା ଖବର ପାଇ ପିଲା ମାନଙ୍କ କାର୍ଯ୍ୟରେ ଖୁସି ହେବେ । ଗୁରୁ, ଗୁରୁଜନ ଓ ପିତୃତୁଲ୍ୟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଫଳରେ ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ବନ୍ଧୁ ପରିବାରଙ୍କ ଠାରୁ ସୁଖ ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ ।

ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । କିନ୍ତୁ ଦ୍ଵିତୀୟାର୍ଦ୍ଧରେ ରାଜନୈତିକ କ୍ଷେତ୍ରରେ ଯେତେ ସଂଯମତା ରଖି କଥା କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ କଥାକୁ କଦର୍ଥ କରି ପାରନ୍ତି । ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବା ଫଳରେ ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖା ଦେଇ ପାରେ । ପ୍ରତିକାର:- ଗ୍ରହଙ୍କର ଅଶୁଭତ୍ୱ ଖଣ୍ଡନ ପାଇଁ ପ୍ରତ୍ୟେକ ଦିନ ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!