ଡିସେମ୍ବର 05 ତାରିଖରୁ ଡିସେମ୍ବର 11 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିର ବନୁଛି ମହାସଂଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବାସହ ଶତ୍ରୁମାନେ ତଳମୁହାଁ ହେବେ। ନୂତନ ସମ୍ପର୍କ ଆପଣଙ୍କ ପାଇଁ ଭଲ ହୋଇପାରେ। ସାଧାରଣ ଜନତା ଆପଣଙ୍କ ସୌନ୍ଦର୍ଯ୍ୟ ଓ ବକ୍ତବ୍ୟ ଶୈଳୀଦ୍ୱାରା ପ୍ରଭାବିତ ହେବେ। ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା କଟିଯାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଘନିଷ୍ଠ ଲୋକମାନେ ସାହାଯ୍ୟ ସହଯୋଗ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ ଓ ବିଦ୍ୟା, ଖେଳରେ ସକ୍ରିୟ ହେବେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢି ପାରନ୍ତି। ରାଜନୀତି କ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ। ବ୍ୟବସାୟ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବା ସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟ ସମ୍ବନ୍ଧରେ କିଛି ସମସ୍ୟା ସମାଧାନ ହୋଇ କଷ୍ଟ ଓ ପରିଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିରତା ହେତୁ ନୂତନ ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ ହେବ। ଯଦିନୂତନ ଘର କିମ୍ବା ଜାନବାହାନ ପାଇଁ ଯୋଜନା କରୁଛନ୍ତି, ତେବେ ସମୟ ବହୁତ ଭଲରହିବ। ପିଲାମାନଙ୍କ ସହିତ ମଜା ମଜାଳିସ୍ ଓ ମନୋରଞ୍ଜନରେ ସମୟ ଉପଭୋଗ କରିବେ। ଜୀବନସାଥୀଙ୍କ ବିଷୟରେ ଉତ୍ସାହିତହୋଇ ଇନ୍ଦ୍ରିୟ ପରାୟଣତା ବୃଦ୍ଧି ପାଇବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି। ଅଫିସ୍ ରେ ଆପଣଙ୍କର ଫାଇଲ୍ ଏବଂ କାଗଜପତ୍ର ଠିକ୍ ରଖନ୍ତୁ। ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ। ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ବିଶେଷକରି ଟଙ୍କା ସମସ୍ୟାରୁ ମୁକ୍ତି ମିଳିପାରେ ଓ ନୂତନକାର୍ଯ୍ୟ ଆରମ୍ଭ କରିବାରେ ସହାୟକ ହେବ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାଙ୍ଗମାନଙ୍କ ସାହାଯ୍ୟ ନେବାକୁ ବାରଣ ନକଲେ ବ୍ୟବସାୟରେ ଅତୁଳନୀୟ ସଫଳତା ପାଇବେ। ସମ୍ପର୍କର ଦୀର୍ଘ ଦିନର ତିକ୍ତତା ମଧୁରତାରେ ପରିଣତ ହୋଇପାରେ। ରାଜନୀତି ସହିତ ଜଡିତ ଲୋକମାନେ ଏକ ଉଚ୍ଚ ପଦ ପାଇବେ। ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ପ୍ରକାଶ ପାଇବ। ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇ ପାରିବ। ପଢିବା, ପଢେଇବା ମାମଲାରେ ପ୍ରଶଂସା ପାଇବେ। ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। ଉଚ୍ଚପଦାଧିକାରୀମାନେ ଆପଣଙ୍କୁ ବହୁତ ସମର୍ଥନ କରିବେ। ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ଦ୍ୱାରା ପାରିବାରିକ ସୁଖ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ। ଜୀବନ ସାଥୀଙ୍କ ସମର୍ଥନ ଓ ବନ୍ଧୁଙ୍କ ପ୍ରେରଣା ଅନେକ ଚିନ୍ତାରୁ ମୁକ୍ତ କରିବାରେ ସହାୟକ ହେବ। ପ୍ରତିକାର-ପ୍ରତ୍ୟେକଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କାମକାର୍ଯ୍ୟରେ ଉନ୍ନତି ହେବାସହ ଆମଦାନୀ ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିବ। ଘରୋଇ ଜୀବନରେ ଆପଣ ଆଶା କରୁଥିବା ଅପେକ୍ଷା ଅଧିକ ଶୁଭଫଳ ପାଇବେ। ସାମାଜିକ କର୍ମୀମାନେ ସେମାନଙ୍କର ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତି ସତର୍କ ରହି କାର୍ଯ୍ୟ କରିବା ଫଳରେ ପ୍ରଶଂସିତ ହେବେ। ପର୍ଯ୍ୟଟନ ଏବଂ ହୋଟେଲ ଇତ୍ୟାଦି ବ୍ୟବସାୟ ସହିତ ଜଡିତ ଲୋକଙ୍କ ବ୍ୟବସାୟରେ ଆଶା କରାଯାଉଥିବା ବୃଦ୍ଧି ଘଟିବ। କାର୍ଯ୍ୟକ୍ଷେତ୍ରରେ ବହୁବିଧ ଲାଭ ମିଳିବ। ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତି ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ବେଶ୍ ଦୁଇ ପଇସା ଲାଭ ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ଦୀର୍ଘଦିନ ଧରି ଚାଲିଆସୁଥିବା ନକରାତ୍ମକତା ଚିନ୍ତାଧାରାର ସମାଧାନ ହୋଇ ସକାରାତ୍ମକତା ସୃଷ୍ଟିହେବ। ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ କାର୍ଯ୍ୟ ପାଇଁ ଅନୁକୂଳ ହେବା ସହ କ୍ୟାରିୟର ସମ୍ବନ୍ଧରେ ବହୁତ ଶୁଭ ହେବ। ଛାତ୍ର ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତିହେବ। ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ବେମାର, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ସ୍ୱାସ୍ଥ୍ୟ ବହୁତ ଭଲ ହେବ। ବ୍ୟବସାୟରେ ନୂତନ ଚୁକ୍ତି ସଂପର୍କରେ କିଛି ଚିନ୍ତା ନକରି ଆଗେଇ ଯାଆନ୍ତୁ ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ। ପ୍ରତିରକ୍ଷା ସହିତ ଜଡିତ ଲୋକ ଅନେକ ସୁବିଧା ସୁଯୋଗ ପାଇବେ। ବ୍ୟାଙ୍କିଙ୍ଗ ଏବଂ ଶିକ୍ଷା ବୃତ୍ତିରେ ଅଗ୍ରଗତି ପାଇଁ ସୁଯୋଗ ପାଇବେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ। ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର ବକ୍ତବ୍ୟ ଏବଂ ଆଚରଣରେ ନମ୍ରତା ରହିବା ଫଳରେ ବ୍ୟବସାୟରେ ଆୟ ବୃଦ୍ଧି କରିବାର ସୁଯୋଗ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସୃଜନଶୀଳତା ଏକ ନୂତନ ଦିଗ ପାଇବାସହ ନିଜର ସଫଳତା ପାଇଁ ଗର୍ବିତ ଅନୁଭବ କରିବେ। ସାମ୍ବାଦିକତା ଏବଂ ଚଳଚ୍ଚିତ୍ର କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳ ପାଇବେ। ମିତ୍ର ବା ଜରୁରୀମନ୍ଦଙ୍କ ସହାୟତା ପାଇଁ ହାତ ବଢାଇବେ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ଅଧ୍ୟୟନରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ମଜବୁତ ହେବ। ସମସ୍ତ ପ୍ରୟାସ ଫଳପ୍ରଦ ହେବା ଫଳରେ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଈର୍ଷା କରିପାରନ୍ତି। ଅଧ୍ୟୟନରେ ଆପଣ ଭଲ ଲାଭ ପାଇବେ ଓ ଭବିଷ୍ୟତ ଯୋଜନାରେ ଟଙ୍କା ବିନିଯୋଗ କରିପାରନ୍ତି। ଅନେକ ଅନୁଷ୍ଠାନରୁ ଚାକିରି ଅଫର ଉପଲବ୍ଧ ହେବ। ପରିବାର ସଦସ୍ୟଙ୍କ ସହିତ ଏକ ପର୍ଯ୍ୟଟନ ଯାତ୍ରା ଯୋଜନା କରିବେ। ନୂତନ ବିନିଯୋଗ ପାଇଁ ଅପେକ୍ଷା ନକରି ଆଗେଇ ଚାଲନ୍ତୁ ଆୟର ବିକଳ୍ପ ଉତ୍ସ ଆଡକୁ ଗତି କରିବ। ଜୀବନସାଥୀଙ୍କ ସହିତ ଆଚରଣ ଉଚ୍ଚାରଣ ଠିକ୍ ରଖନ୍ତୁ। ଅବିବାହିତ ଯୁବକ ଯୁବତୀମାନଙ୍କର ନୂତନ ସମ୍ପର୍କ ପାଇଁ ଶୀଘ୍ର ଯୋଗାଯୋଗ ହୋଇଯିବ। ସହଭାଗୀ ମାନଙ୍କ ସହିତ ବଡ ଧରଣର କାରବାର ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ପ୍ରସଙ୍ଗରେ ସମସ୍ୟା ଦୂର ହେବା ଫଳରେ ଆପଣଙ୍କର ସଞ୍ଚୟ ପ୍ରଭାବିତ ହୋଇପାରେ। ସରକାରୀ ଚାକିରି କରୁଥିବା ଲୋକମାନେ ଏକ ଉଚ୍ଚ ପଦପଦବୀ ପାଇପାରିବେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ। ଅତୀତରେ ଆପଣଙ୍କ ଦ୍ୱାରା କରାଯାଇଥିବା ଭଲ କାର୍ଯ୍ୟପାଇଁ ପ୍ରଶଂସିତ ହେବେ। ବିଦେଶରେ ଅଧ୍ୟୟନ କରୁଥିବା କିମ୍ବା ଅନୁସନ୍ଧାନ କରୁଥିବା ଶିକ୍ଷାର୍ଥୀଭଲ ସଫଳତା ପାଇବେ। ଗୃହର ପୁନଃ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେବ। ସାନ ଭାଇଭଉଣୀଙ୍କର ବ୍ୟକ୍ତିଗତ ଜୀବନରେ କିଛି ଅସୁବିଧା ଥିଲେ ସୁବିଧା ହୋଇପାରେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ କୌଣସି ସଂସ୍ଥାରୁ ସମ୍ମାନ ପାଇବାର ସମ୍ଭାବନା ଅଛି। ରାଜନୀତିରେ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କାର୍ଯ୍ୟରେ ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ଓ ମାନସିକ ଶାନ୍ତି ଅନୁଭବ କରିବେ। ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ଆକାଉଣ୍ଟାଣ୍ଟମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ। ଧର୍ମକାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ନୂତନ ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ। ଘରୋଇ କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ପ୍ରେମିକ ପ୍ରେମିକାମାନେ ଗୁପ୍ତ ପ୍ରେମରେ ସଫଳ ହୋଇ ପାରନ୍ତି। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ଚିନ୍ତିତ ରହି ପାରନ୍ତି। ପରିବେଶକୁ ଭଲ ରଖି ନକରାତ୍ମକ ଚିନ୍ତାଧାରାଠାରୁ ଦୂରରେ ନରହିଲେ ଆପଣଙ୍କ ଏକାଗ୍ରତା ଉପରେ କୁପ୍ରଭାବ ପକାଇପାରେ। କମିଶନ ଏବଂ ସେୟାର ସହିତ ଜଡିତ ଲୋକମାନେ ସତର୍କତାର ସହିତ କାର୍ଯ୍ୟ କରିବା ଫଳରେ ସାମାଜିକ ସର୍କଲ୍ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟା ଦୂର ହୋଇଯିବ। ସାମ୍ପ୍ରତିକ ପରିସ୍ଥିତିକୁ ଅଣଦେଖା କରିବା ଆପଣଙ୍କ ଉପରେ କୁପ୍ରଭାବ ପକାଇପାରେ। କିଛି ଲୋକ ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ପୁରୁଣା ବିନିଯୋଗ ଭଲ ଲାଭ ଦେବ। ରୋମାଣ୍ଟିକ ଜୀବନ ଆରମ୍ଭ ହୋଇପାରେ। ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ଚାକିରି ଅବସ୍ଥା ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ସାମ୍ବାଦିକ ମାନେ ଶୁଭ ସମାଚାର ପାଇବେ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ବନ୍ଧୁଙ୍କ ସାହାଯ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବା ସହ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ। ଛାତ୍ର ଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ। ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଓକିଲାତି ଓ ପରିଚାଳନା ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ତ୍ତନ କରିବାପାଇଁ ଇଚ୍ଛା ଜାଗ୍ରତ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ପିଲାମାନଙ୍କ ପାଠପଢା ନେଇ ଖୁସି ରହିବେ। ଅତିରିକ୍ତ ଆୟର ଦରକାର ଅନୁଭବ ହେବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସାମ୍ବାଦିକ ମାନେ ଶୁଭ ସମାଚାର ପାଇବେ। ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭହେବ। ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ।ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!